ତେହେରାନ : ଇରାନର ବୈଦେଶିକ ମନ୍ତ୍ରୀ ଅବାସ୍ ଅରାଘଚୀ କହିଛନ୍ତି ଯେ, ଆମେରିକା, ରୁଷ୍ ଠାରୁ ତୈଳ ଇମ୍ପୋର୍ଟ ବନ୍ଦ କରିବା ପାଇଁ ଭାରତକୁ ଧମକାଇବା ସତ୍ତ୍ୱେ , ଏବେ ଇରାନ ସହ ନିଜର ଯୁଦ୍ଧର ଦୁଇ ସପ୍ତାହ ପରେ, ଏହାକୁ ମସ୍କୋ ଠାରୁ ଅଶୋଧିତ ତୈଳ ତ୍ରୟ କରିବାକୁ ଭିକ୍ଷା ମାଗୁଛନ୍ତି। ଅରାଘଚୀ ଶୁକ୍ରବାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି , ଆମେରିକା ଭାରତକୁ ରୁଷ୍ ଠାରୁ ତୈଳ ଇମ୍ପୋର୍ଟ ବନ୍ଦ କରିବା ପାଇଁ ଧମକାଇବାରେ ମାସ ମାସ ବିତାଇଛି।ସେ ଆହୁରି କହିଛନ୍ତି –ଇରାନ ସହ ଦୁଇ ସପ୍ତାହର ଯୁଦ୍ଧ ପରେ ,ହ୍ୱାଇଟ୍ ହାଉସ୍ ଏବେ ଦୁନିଆ –ଯେଉଁଥିରେ ଭାରତ ମଧ୍ୟ ସାମିଲ ଅଛି-ରୁଷ ଠାରୁ ଅଶୋଧିତ ତୈଳ କ୍ରୟ କରିବାକୁ ଭିକ ମାଗୁଛି। କହି ରଖୁଛୁ କି , ୫ ମାର୍ଚ୍ଚରେ ଆମେରିକା ଭାରତକୁ ରୁଷୀୟ ତୈଳ କ୍ରୟ ପାଇଁ ୩୦ ଦିନର ଅନୁମତି ଦେଇଛି, ଯାହାକି ଏହା ପୂର୍ବରୁ ସେ ଅତିରିକ୍ତ ଟାରିଫ୍ ଲଗାଇ ଥିଲା।

ପଶ୍ଚିମ ଏସିଆରେ ସଂଘର୍ଷରେ ୟୁରୋପର ଆଭିମୁଖ୍ୟର ସମାଲୋଚନା କରି , ମନ୍ତ୍ରୀ ଇରାନ ଉପରେ ଯୁଦ୍ଧକୁ ବେଆଇନ ଭାବେ ଦର୍ଶାଇଛନ୍ତି ଏବଂ କହିଛନ୍ତି ୟୁରୋପ ଭାବୁଥିଲା ଯେ, ଇରାନ ଉପରେ ଏକ ବେଆଇନ ଯୁଦ୍ଧର ସମର୍ଥନ କରିବାରେ ତାଙ୍କୁ ରୁଷ୍ ବିରୋଧରେ ଆମେରିକାର ସମର୍ଥନ ମିଳିଯିବ। ସେ ରୁଷୀୟ ଅଶୋଧିତ ତୈଳର କ୍ରୟ ପ୍ରତି ଟ୍ରମ୍ପ ପ୍ରଶାସନର ବର୍ତ୍ତମାନର ଆଭିମୁଖ୍ୟକୁ ଦୟନୀୟ ମଧ୍ୟ କହିଛନ୍ତି। ୨୮ ଫେବ୍ରୁଆରୀରୁ ଆରମ୍ଭ ହୋଇ , ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଏକ ମିଳିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଅନେକ ଦିନର ପ୍ରସ୍ତୁତି ପରେ ହୋଇଛି , ଯେଉଁଥିରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନ ଉପରେ ତାଙ୍କର ପରମାଣୁ କାର୍ଯ୍ୟକ୍ରମ ଉପରେ ଏକ ନୂଆ ଚୁକ୍ତି ପାଇଁ ରାଜି ହେବାର ଚାପ ବଢାଇ ଦେଇଥିଲା।

ଆହୁରି ମଧ୍ୟ ପଢନ୍ତୁ : ରୁଷ ତୈଳ ଉପରୁ କଟକଣା ହଟାଉଛି ଆମେରିକା, ୟୁରୋପ ଅସନ୍ତୁଷ୍ଟ: ଜର୍ମାନ ରାଷ୍ଟ୍ରଦୂତ ଦେଲେ ଚେତାବନୀ

ଅନ୍ୟପଟେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ରାତିରେ ଟେଲିଫୋନରେ ଇରାନୀ ବୈଦେଶିକ ମନ୍ତ୍ରୀ ସୟଦ ଅବାସ ଅରାଘଚୀଙ୍କ ସହ କଥା ହୋଇଛନ୍ତି। ପଶ୍ଚିମ ଏସିଆ ସଙ୍କଟ ଆରମ୍ଭ ହେବା ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ୪ର୍ଥ କଥାବାର୍ତ୍ତା, ଯାହା ଏମିତି ସମୟରେ ହୋଇଛି, ଯେବେ ଭାରତ ହୋର୍ମୁଜ ପ୍ରଣାଳୀର ଉଭୟ ପାର୍ଶ୍ୱରେ ଠିଆ ହୋଇଥିବା ୨୮ଟି ବ୍ୟାଣିଜ୍ୟିକ ଜାହାଜ ପାଇଁ ସୁରକ୍ଷିତ ମାର୍ଗ ସୁନିଶ୍ଚିତ କରିବାର ପ୍ରୟାସକୁ ଦ୍ରୁତ କରିଦେଇଛି। ଆମେରିକା ଓ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣ କରାଯିବାର ତୁରନ୍ତ ପରେ ଜୟଶଙ୍କର ଓ ଅରାଘଚୀ ୨୮ ଫେବ୍ରୁଆରୀରେ ଆଲୋଚନା କରି ଥିଲା। ଏହାପରେ ସେ ୫ ମାର୍ଚ୍ଚ ଓ ୧୦ ମାର୍ଚ୍ଚରେ ମଧ୍ୟ କଥା ହୋଇଥିଲା।