ତେହରାନ : ଆମେରିକା ସହ ଉତ୍ତେଜନା ମଧ୍ୟରେ ହଠାତ୍ ଇରାନର ହଜାର ହଜାର ଲୋକଙ୍କ ମେସେଜ୍ ମିଳୁଛି। ସୋମବାର ମୋବାଇଲରେ ଆସୁଥିବା ଏହି ମେସେଜ୍ରେ ଇରାନର ଲୋକଙ୍କ ଆଲର୍ଟ କରାଯାଉଛି। ପାର୍ସିଆନ ଭାଷାରେ ଲେଖିତ ଏହି ମେସେଜର ଅର୍ଥ କିଥି ଏହିପରି – ଆମେରିକୀୟ ରାଷ୍ଟ୍ରପତି ଆକ୍ସନ ନେବାର ବ୍ୟକ୍ତି । ଅପେକ୍ଷା କର ଓ ଦେଖ। ଏହି ମେସେଜ୍ କୌଣସି ଅଜଣା ନମ୍ୱରରୁ ଆସୁଛି। ଏହି ଖବର ଇରାନ ଇଣ୍ଟରନ୍ୟାସନାଲ ନ୍ୟୁଜ୍ ଏଜେନ୍ସି ସରକାରୀ ମିଡ଼ିଆ ଅନୁଯାୟୀ ଦେଇଛି। ଏହି ନ୍ୟୁଜ୍ ଏମିତି ସମୟରେ ଆସିଛି , ଯେବେ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ତେହରାନରେ କୂଟନୀତିକ ହମଲା ବଢାଇ ଦେଇଛନ୍ତି। ଏହାସହ ସମ୍ଭାବିତ ସାମରିକ ହମଲା ପାଇଁ ମଧ୍ୟ ପ୍ରାଚ୍ୟରେ ନୌସୈନିକ ବାହିନୀ ମଧ୍ୟ ନିଯୁକ୍ତ କରି ସାରିଛି।

ଇରାନ ଉପରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଆମେରିକା : ପୂର୍ବତନ ସିଆଇଏ (CIA) ଅଧିକାରୀଙ୍କ ବଡ଼ ଦାବି

ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ସେ ଇରାନ ଉପରେ ଏକ ସୀମିତ ସାମରିକ ହମଲା ବିଷୟରେ ଭାବୁଛନ୍ତି। ଟ୍ରମ୍ପଙ୍କ ଏହି ବିବୃତ୍ତି ଏମିତି ସମୟରେ ଆସିଛି,ଯେବେ ଦୁଇ ଦେଶ ମଧ୍ୟରେ ଗୁରୁବାର ଜେନିଭାରେ ଦ୍ୱିତୀୟ ପର୍ଯ୍ୟାୟର କଥାବାର୍ତ୍ତା ହେବାର ଅଛି। ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଗାଚୀ ରବିବାର ସିବିଏସକୁ କହିଥିଲେ ଯେ , ସେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ଡିପ୍ଲୋମାଟିକ୍ ସମାଧାନ ଦେଖୁଛନ୍ତି। ଏହାସହ ଏହା ମଧ୍ୟ କହିଛନ୍ତି , ଆମେରିକା ସେନା ଦ୍ୱାରା କରାଯାଉ ଥିବା ପ୍ରସ୍ତୁତିରେ ତାଙ୍କ ଦେଶ ମଧ୍ୟ କେବେ ଚାପରେ ନାହିଁ।

ଅନ୍ୟପଟେ ଆମେରିକାର ଶତ୍ରୁତାପୂର୍ଣ୍ଣ ବୃଦ୍ଧି ଓ ଆକ୍ରମଣାତ୍ମକ ବୟାନବାଜିର ବିଷୟରେ ଇରାନୀ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଇସ୍ମାଇଲ ବଘାଇ କହିଛନ୍ତି , ଆମେରିକୀୟ ଧମକ ଗୁଡ଼ିକ ଇରାନର ଦୃଷ୍ଟିକୋଣକୁ ବଦଳାଇ ପାରିବ ନାହିଁ। ଦେଶର ସଶସ୍ତ୍ର ବାହିନୀ ଆଲର୍ଟରେ ଅଛି। ସେ କହିଛନ୍ତି , ଯଦି କଥା ଯୁଦ୍ଧା ଯାଏ ପହଞ୍ଚେ , ତ ଆମର ଯୋଦ୍ଧା ଜବାବ ଦେବେ।ଆମର ସେନା ପୂରା ସତର୍କତାର ସହ ଇରାନର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ୨୪ ଘଣ୍ଟା ପ୍ରସ୍ତୁତ।