ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳାବାଦଲ ଘେରି ରହିଥିବା ବେଳେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଆମେରିକାର ପୂର୍ବତନ ସିଆଇଏ (CIA) ଅଧିକାରୀ ଜନ୍ କିରିୟାକୁ ଦାବି କରିଛନ୍ତି ଯେ, ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେରିକା ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସାରିଛନ୍ତି। ତାଙ୍କ କହିବା ଅନୁସାରେ, ଆସନ୍ତା ସୋମବାର କିମ୍ବା ମଙ୍ଗଳବାର( ୨୩ କିମ୍ୱା ୨୪ ଫେବ୍ରୁଆରୀ) ମଧ୍ୟରେ ଆମେରିକା ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରିପାରେ।
ଏକ ସାକ୍ଷାତକାରରେ କିରିଆକୋ ଖୁଲାସା କରି କହିଛନ୍ତି ଯେ, ହ୍ୱାଇଟ୍ ହାଉସର ଗୁପ୍ତ ସୂଚନା ଅନୁଯାୟୀ ଏହି ଆକ୍ରମଣର ଯୋଜନା ପ୍ରସ୍ତୁତ ହୋଇ ସାରିଛି। ସେ କହିଛନ୍ତି -ମୋର ଜଣେ ବନ୍ଧୁ, ଯିଏ କି ଜଣେ ପୂର୍ବତନ ସିଆଇଏ ଅଧିକାରୀ, ସେ ହ୍ୱାଇଟ୍ ହାଉସରେ ଥିବା ବେଳେ ସୂଚନା ପାଇଛନ୍ତି ଯେ, ସୋମବାର କିମ୍ବା ମଙ୍ଗଳବାର ଇରାନ ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଆହୁରି ମଧ୍ୟ ପଢନ୍ତୁ : ଲୋକଙ୍କ ଚାକିରି ନେଇଯିବ କି ଏଆଇ ? OpenAIର ସିଇଓ ସାମ୍ ଅଲ୍ଟମ୍ୟାନ୍ କହିଲେ ଏହା ପଛର ସତ
କିରିୟାକୁ ଆହୁରି କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ କାଲି ଇରାନକୁ ପ୍ରସ୍ତାବକୁ ସ୍ୱୀକାର କରିବା ପାଇଁ ୧୦ଦିନର ସମୟସୀମା (Deadline) ଦେଇ ଥିଲେ। ଯେଉଁଥିରେ ବାଲିଷ୍ଟିକ୍ ମିସାଇଲ କାର୍ଯ୍ୟକ୍ରମ ବନ୍ଦ କରିବା , ୟୁରେନିୟମ ସମ୍ୱର୍ଦ୍ଧନକୁ ରୋକିବା ଏବଂ ହମାସ , ହିଜବୁଲ୍ଲା ତଥା ହାଉଥି ଭଳି ମଧ୍ୟପ୍ରାଚ୍ୟର ଗ୍ରୁପ୍କୁ ସମର୍ଥନ ଦେବା ବନ୍ଦ କରିବା ଅନ୍ତର୍ଭୁକ୍ତ। କିନ୍ତୁ ଏହି ଡେଡଲାଇନ୍ କେବଳ ଏକ ରଣନୈତିକ ଚାଲ୍, ଯାହାଦ୍ୱାରା ଶତ୍ରୁ ପକ୍ଷକୁ ଭ୍ରମିତ କରିବା ପାଇଁ ବ୍ୟବହାର କରାଯାଏ। ସେ କହିଛନ୍ତି ରାଷ୍ଟ୍ରପତି ଆପଣଙ୍କୁ ୧୦ ଦିନ କିମ୍ୱା ଦୁଇ ସପ୍ତାହର ସମୟ ଦେଇଥାନ୍ତି , ଏବଂ ପୁଣି ଦୁଇ ଦିନ ପରେ ହଠାତ୍ ହମଲା କରି ଦିଅନ୍ତି। ଏଥିରେ ଲୋକେ ଦ୍ୱନ୍ଦ୍ୱରେ ରହିଥାନ୍ତି।
ଉଲ୍ଲେଖନୀୟ ଯେ, ଟ୍ରମ୍ପ ପ୍ରଶାସନ ସରକାରୀ ସ୍ତରରେ କୂଟନୀତିକ ସମାଧାନ କଥା କହୁଥିବା ବେଳେ ଅନେକ ସୂତ୍ରାନୁସାରେ ଇରାନ ପକ୍ଷରୁ ଥିବା ପ୍ରସ୍ତାବ ସାମରିକ କାର୍ଯ୍ୟାନୁଷ୍ଠାନ ରୋକିବା ପାଇଁ ଯଥେଷ୍ଟ ନୁହେଁ। ଆଭ୍ୟନ୍ତରୀଣ ଯୋଜନା ଗୁଡ଼ିକ ଅଧିକ ବିସ୍ତୃତ ଓ ମହାତ୍ତ୍ୱାକାଂକ୍ଷୀ ହେଉଛି, ଯେଉଁଥିରେ କ୍ଷମତା ପରିବର୍ତ୍ତନର ବିଚାର ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଚର୍ଚ୍ଚାରେ ଏହା ମଧ୍ୟ ଉଠିଛି ଯେ, ନିକଟରେ ୟୁଏଫଓ ସହ ଜଡ଼ିତ କାଗଜପତ୍ର ଜାରି ହେବାର ଘୋଷଣାକୁ ଧ୍ୟାନ ହଟେଇବାର ଉପାୟ ଭାବେ କୁହାଯାଇ ପାରେ। କିରିଆକୁ ସହମତି ପ୍ରକାଶ କରି କହିଛନ୍ତି – କିଛି ପରିମାଣରେ ଏମିତି ହୋଇପାରେ ଏବଂ ସଠିକ୍ ସମୟରେ ପ୍ରଶ୍ନ ଉଠିଥାଏ।
ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସେନା ଗୁପ୍ତଚର ସଂସ୍ଥାର ଏହି ଦାବିକୁ ସମର୍ଥନ କରୁଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଏବେ ସାମ୍ନାକୁ ଆସୁଛି। କାତାରର 'ଅଲ୍ ଉଦୈଦ୍' (Al Udeid) ଏୟାର ବେସରୁ ଶତାଧିକ ଆମେରିକୀୟ ସୈନିକଙ୍କୁ ସ୍ଥାନାନ୍ତର କରାଯାଉଛି।
ବାହାରିନ, ଇରାକ, ସିରିଆ ଏବଂ ଜର୍ଡାନରେ ମଧ୍ୟ ସମାନ ପଦକ୍ଷେପ ନିଆଯାଉଛି। ଆମେରିକାର ବିଶାଳ ବିମାନ ବାହକ ପୋତ 'ୟୁଏସ୍ଏସ୍ ଗେରାଲ୍ଡ ଆର୍ ଫୋର୍ଡ' ବର୍ତ୍ତମାନ ଭୂମଧ୍ୟସାଗରରେ ପ୍ରସ୍ତୁତ ରହିଛି। ସମ୍ଭାବ୍ୟ ଇରାନ ପାଲଟା ଆକ୍ରମଣରୁ ବର୍ତ୍ତିବା ପାଇଁ ଆମେରିକା ନିଜର ଆଣ୍ଟି-ମିସାଇଲ୍ ସିଷ୍ଟମକୁ ଅଧିକ ସକ୍ରିୟ କରିଛି। ଇରାନର କଡ଼ା ଚେତାବନୀ ଆମେରିକାର ଏହି ପ୍ରସ୍ତୁତି ପରେ ଇରାନ ମଧ୍ୟ ଚୁପ୍ ରହିନାହିଁ। ଜାତିସଂଘରେ ଇରାନର ପ୍ରତିନିଧି ଦଳ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଆମେରିକା ଆକ୍ରମଣ କରେ, ତେବେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସମସ୍ତ ସାମରିକ ଘାଟି ଏବଂ ସମ୍ପତ୍ତିକୁ ଇରାନ ଟାର୍ଗେଟ୍ କରିବ।