ନୂଆଦିଲ୍ଲୀ,୦୩/୦୪; ଦୀର୍ଘ ଦିନ ଧରି ଯୁଦ୍ଧରେ ବ୍ୟସ୍ତରେ ଥିଲା ଟ୍ରମ୍ପ ଏବଂ ପୁରୁଣା ରୂପକୁ ଫେରିଛନ୍ତି । ଟାରିଫକୁ କମବ୍ୟାକ୍ କରିଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବାଣିଜ୍ୟ ନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି । ବିଦେଶୀ ନିର୍ମିତ ବ୍ରାଣ୍ଡେଡ୍ ଔଷଧ ଉପରେ ୧୦୦% ଶୁଳ୍କ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି ସିଧାସଳଖ ଆମେରିକା ବାହାରେ ସେମାନଙ୍କର ଔଷଧ ଉତ୍ପାଦନ କରୁଥିବା ଔଷଧ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବ । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି କି, କମ୍ପାନୀଗୁଡ଼ିକୁ କେବଳ ସେମାନଙ୍କର ଔଷଧର ମୂଲ୍ୟ ହ୍ରାସ କରିବାକୁ ପଡିବ ନାହିଁ, ବଂର ସେଗୁଡିକୁ ଆମେରିକା ମଧ୍ୟରେ ଉତ୍ପାଦନ କରିବାକୁ ପଡିବ । ଯେଉଁ କମ୍ପାନୀଗୁଡିକୁ ଏହି ସର୍ତ୍ତଗୁଡିକୁ ସମ୍ପୂର୍ଣ୍ଣ ପାଳନ କରିବେ ନାହିଁ ସେମାନଙ୍କୁ ଭାରି ଜରିମାନା ଏବଂ ଟିକସ ଦେବାକୁ ପଡିବ ।

ଏହା ସିହତ, ଟ୍ରମ୍ପ ଇସ୍ପାତ, ଆଲମୁନିୟମ ଏବଂ ତମ୍ବା ଭଳି ଧାତୁ ଉତ୍ପାଦ ପାଇଁ ଟିକସ ନିୟମରେ ମଧ୍ୟ ବଡ଼ ପରିବର୍ତ୍ତନ କରିଛନ୍ତି, ଯେଉଁଥିରେ ଅନେକ ସାମଗ୍ରୀ ଉପରେ ଟିକସ ହାର ହ୍ରାସ କରାଯାଇଛି । ଟିକସ ଆଦାୟ ପଦ୍ଧତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହି ନୂଆ ନିୟମ ଅନୁଯାୟୀ, ଯେଉଁ କମ୍ପାନୀଗୁଡ଼ିକ ଆଂଶିକ ଭାବରେ ସେମାନଙ୍କର ଉତ୍ପାଦକୁ ଆମେରିକାକୁ ସ୍ଥାନାନ୍ତର କରିବେ ସେମାନଙ୍କୁ ୨୦% ଟିକସ ଦେବାକୁ ପଡ଼ିବ । ଯେଉଁ କମ୍ପାନୀଗୁଡିକ ନିୟମ ପାଳନ କରିବେ ନାହିଁ ସେମାନଙ୍କ ଉପରେ ୧୦୦ ପ୍ରତିଶତ ଟିକସ ଲାଗୁ ହେବ । ଟ୍ରମ୍ପ ବିଶ୍ୱାସ କରନ୍ତି ଯେ, ଏହି ପଦକ୍ଷେପ କେବଳ ଔଷଧ ଶସ୍ତା କରିବ ନାହିଁ ବରଂ ଦେଶରେ ନୂଆ ଉତ୍ପାଦନ ମଧ୍ୟ ସୃଷ୍ଟି କରିବ । ୟୁରୋପୀୟ ସଂଘ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ବାଣିଜ୍ୟିକ ଅଂଶୀଦାରମାନଙ୍କ ପାଇଁ ଟିକସ ସୀମା ୧୫ ପ୍ରତିଶତ ରଖାଯାଇଛି ।

​​​​​​​ଔଷଧ ସହିତ, ଟ୍ରମ୍ପ ଇସ୍ପାତ, ଆଲୁମିନିୟ ଏବଂ ତମ୍ବା ଉପରେ ଶୁଳ୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଅନେକ ଧାତୁ ଉତ୍ପାଦ ଉପରେ ଟିକସ ୫୦ ପ୍ରତିଶତରୁ ୨୫କୁ ହ୍ରାସ କରାଯାଇଛି । ଏହାଛଡ଼ା ୧୫ ପ୍ରତିଶତରୁ କମ ଧାତୁ ସାମଗ୍ରୀ ଥିବା ଉତ୍ପାଦଗୁଡିକୁ ଟିକସରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଇଛି । ଏହି ପରିବର୍ତ୍ତନ ଘରୋଇ ଶିଳ୍ପଗୁଡିକୁ ସୁଲଭ କଞ୍ଚାମାଲ ଯୋଗାଇବା ଏବଂ ଦେଶର ଭିତ୍ତିଭୂମିକୁ ସୁଦୃଢ କରିବାକୁ କରାଯାଇଛି । ଏହି ନୂଆ ୧୦୦ ପ୍ରତିଶତ ଟିକସ ଆଦେଶ ପଛରେ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି । ଏକ ସ୍ୱତନ୍ତ୍ର ଆଇନ ଅଧୀନରେ ସମଗ୍ର ବିଶ୍ୱ ଉପରେ ଏକ ଭାରି ଶୁଳ୍କ ଲାଗୁ କରିଥିଲେ । ଏହା ଅନ୍ୟ ଦେଶମାନଙ୍କୁ କ୍ରୋଧିତ କରିଥିଲା ଏବଂ ମାମଲା କୋର୍ଟରେ ପହଞ୍ଚିଥିଲା । ଟ୍ରମ୍ପ ପ୍ରଶାସନ ବଡ଼  ଔଷଧ କମ୍ପାନୀଗୁଡିକୁ ଏହି ନୂଆ ନିୟମ କାର୍ଯ୍ୟକାରୀ କରିବା ପାଇଁ ୧୨୦ ଦିନ ସମୟ ଦେଇଛି । ଛୋଟ କମ୍ପାନୀକୁ ୧୮୦ ଦିନ ସମୟସୀମା ମିଳିଛି । ଏହି ଡେଡଲାଇନ ପରେ ଉଚ୍ଚ ଟିକସ କାର୍ଯ୍ୟକାରୀ ହେବ ।

ଏହା ବି ପଢନ୍ତୁ...ଦ୍ୱୀପରେ ମିସାଇଲ ଠିକଣା ନିର୍ମାଣ କରୁଛି ଚୀନ୍‌, ଦ୍ରୁତ ବେଗରେ ଚାଲିଛି କାମ  

​​​​​​​ଅନ୍ୟପକ୍ଷରେ, ବାଣିଜ୍ୟ ସଂଗଠନଗୁଡିକ ଚିନ୍ତା ପ୍ରକାଶ କରିଛନ୍ତି । ହଠାତ୍‌ ଟିକସ ବୃଦ୍ଧି ସ୍ୱାସ୍ଥ୍ୟସେବାର ମୂଲ୍ୟ ବୃଦ୍ଧି କରିପାରେ । ବିଶେଷ କରି ଶକ୍ତି ସଂଙ୍କଟ ଯୋଗୁଁ ମୁଦ୍ରାସ୍ଫୀତି ପୂର୍ବରୁ ଚାପ ପକାଉଛି । ଏହି ନୂଆ ଶୁଳ୍କ ଜନସାଧାରଣଙ୍କ ପକେଟକୁ ପ୍ରଭାବିତ କରିପାରେ । ତଥାପି ଇସ୍ପାତ ଶିଳ୍ପ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି । ଏହାକୁ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରୁଛି । ସାମଗ୍ରିକ ଭାବରେ ଟ୍ରମ୍ପଙ୍କ ନିଷ୍ପତ୍ତି ବିଶ୍ୱ ବାଣିଜ୍ୟ ବଜାରରେ ହଇଚଇ ସୃଷ୍ଟି କରିଛି । ସମସ୍ତଙ୍କ ନଜର ଏବେ ଏହା ଉପରେ ଯେ ବିଦେଶୀ କମ୍ପାନୀଗୁଡିକ କଠୋର ନିୟମାବଳୀ ଆଗରେ ମୁଣ୍ଡ ନୁଆଁଇବେ କି ଆମେରିକା ବଜାରରେ ମୂଲ୍ୟ ବୃଦ୍ଧିର ଏକ ନୂଆ ଯୁଗ ଆରମ୍ଭ ହେବ । ସରକାର ଦାବି କରୁଛନ୍ତି ଯେ, ଏହି ପଦକ୍ଷେପଗୁଡ଼ିକ ଆମେରିକାକୁ ଆର୍ଥିକ ଭାବରେ ଆତ୍ମନିର୍ଭରଶୀଳ କରିବାରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ।