ନୂଆଦିଲ୍ଲୀ,୨୫/୦୨; ଡୋନାଲ୍ଡ ଟ୍ରମ୍ପଙ୍କୁ ପାରସ୍ପରିକ ଶୁଳ୍କ ମାମଲାରେ ଆମେରିକାର ସୁପ୍ରିମକୋର୍ଟରୁ ଝଟକା ମିଳିବାବି ଶୁଳ୍କ ଲଦିବା ଅଭିଯାନ ଜାରି ରହିଛି । ପ୍ରାରମ୍ଭରେ ୧୦ ପ୍ରତିଶତ ଗ୍ଲୋବାଲ ଶୁଳ୍କ ଲାଗୁ କରାଯାଇଥିଲା, ଯାହାକୁ ପରେ ୧୫%କୁ ବୃଦ୍ଧି କରାଯାଇଥିଲା । ଫଳରେ ଆନ୍ତର୍ଜାତୀୟ ବାଣିଜ୍ୟରେ ଉତ୍ତେଜନା ବୃଦ୍ଧି ହୋଇଥିଲା। ଏବେ, ଆମେରିକା ଭାରତ, ଇଣ୍ଡୋନେସିଆ ଓ ଲାଓସରୁ ଆମଦାନି ହେଉଥିବା ସୌର ଶକ୍ତି ଉତ୍ପାଦଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଛି । ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ଆଉ ଏକ ଝଟକା ଦେଇ ଭାରତୀୟ ସୌରଶକ୍ତି ଉପରେ ୧୨୬ ପ୍ରତିଶତ ଟାରିଫ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଇଣ୍ଡୋନେସିଆରେ ୮୬%ରୁ ୧୪୩% ଏବଂ ଲାଓସ ଉପରେ ୧୮% ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହାର କଣ ପ୍ରଭାବ ପଡିବ- ରିପୋର୍ଟ ଅନୁଯାୟୀ, ଆମେରିକାର ବାଣିଜ୍ୟ ବିଭାଗ ସୌରଶକ୍ତି ଉତ୍ପାଦ ଉପରେ ଭାରୀ ଶୁଳ୍କ ଘୋଷଣା କରିଛି। ବାଣିଜ୍ୟ ବିଭାଗ ଅନୁସାରେ ଏହି ପଦକ୍ଷେପ ରପ୍ତାନିକାରୀ ଦେଶଗୁଡ଼ିକୁ ଘରୋଇ ଆମେରିକୀୟ ସୌର ଉତ୍ପାଦ ଅପେକ୍ଷା କମ୍ ମୂଲ୍ୟରେ ନିଜର ଉତ୍ପାଦ ବିକ୍ରି କରିବାରୁ ରୋକିବ। ଏହି ନିଷ୍ପତ୍ତି ଆମେରିକାର ସୌରଶକ୍ତି ନିର୍ମାତାମାନଙ୍କୁ ଲାଭ ଦେବା ତଥା ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ । ବ୍ଲୁମଗର୍ଗ ରିପୋର୍ଟ ଅନୁସାରେ ଭାରତ ଉପରେ ଏହି ନିଷ୍ପତ୍ତି ପାଇଁ ଭାରତୀୟ ସୋଲାର କମ୍ପାନୀର ଆମେରିକା ବଜାରକୁ ଯିବା ମୁସ୍କିଲ ହେବ । ୨୦୨୪ରେ ଭାରତ ଆମେରିକାକୁ ୭୯୨.୬ ମିଲିୟନ ଡଲାରର ସୋଲାର ଉତ୍ପାଦ ରପ୍ତାନୀ କରିଥିଲା ଯାହା ୨୦୨୨ ତୁଳନାରେ ୯ ଗୁଣା ଅଧିକ ।ଆମେରିକା ଉପରେ ଏହାର ପ୍ରଭାବ ବିଷୟରେ କହିବାକୁ ଗଲେ, ଏହା ସେଠାରେ ସୌର ପ୍ରକଳ୍ପ ତିଆରି କରୁଥିବା କମ୍ପାନୀଗୁଡିକ ଏବଂ ସାଧାରଣ ଗ୍ରାହକଙ୍କ ପାଇଁ ଖର୍ଚ୍ଚ ବୃଦ୍ଧି କରିପାରେ ।
 

ଏହା ବି ପଢନ୍ତୁ...'ମୁଁ ନଥିଲେ ୩ କୋଟି ଲୋକ ମରିଯାଇଥାନ୍ତେ'...; ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ବଡ଼ ଦାବି  

​​​​​​​ଭାରତ ଉପରେ ଏହି ଶୁଳ୍କର ପ୍ରଭାବ ବିଶେଷ ଭାବରେ ସୌର ଶକ୍ତି କ୍ଷେତ୍ରରେ ଅନୁଭୂତ ହେବ। ଏହା କେବଳ ଭାରତରୁ ସୌର ଶକ୍ତି ରପ୍ତାନିରେ ହ୍ରାସ ଆଣିପାରିବ ନାହିଁ, ବରଂ ସମ୍ପୃକ୍ତ କମ୍ପାନୀଗୁଡ଼ିକର ଷ୍ଟକ୍ ଉପରେ ମଧ୍ୟ ଚାପ ପକାଇପାରେ ବୋଲି କୁହାଯାଉଛି । ଏହି ଶୁଳ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାଧାରଣ ଶୁଳ୍କଠାରୁ ଭିନ୍ନ ଯାହାକୁ ସମ୍ପ୍ରତି କୋର୍ଟଙ୍କ ଦ୍ୱାରା ରଦ୍ଦ କରାଯାଇଥିଲା । ଜବାବରେ ଟ୍ରମ୍ପ ପୂର୍ବରୁ ନୂଆ ୧୦ ପ୍ରତିଶତ ଟାରିଫ୍ ଲାଗୁ କରି ସାରିଛନ୍ତି । ୨୦୨୫ ପ୍ରଥମାର୍ଦ୍ଧେ ଆମେରିକାକୁ ଆମଦାନୀ ହୋଇଥିହା ୫୭ ପ୍ରତିଶତ ସେଲାର ମଡ୍ୟୁଲ ଭାରତ, ଇଣ୍ଡୋନେସିଆ ଏବଂ ଲାଓସରୁ ଆସିଥିଲା । ଆମେରିକା ଏପରି ସମୟରେ ଶୁଳ୍କ ଘୋଷଣା ଭାରତ ସହ ବାଣିଜ୍ୟ ଆଲୋଚନା ଉପରେ ପ୍ରଶ୍ନ ଉଠିଛି । ମଙ୍ଗଳବାର କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ କହିଥିଲେ, ଯେତେ ଶୀଘ୍ର ସ୍ପଷ୍ଠତା ଆସିବ ଆମେ ଆଲୋଚନା କରିବୁ ।