ନୂଆଦିଲ୍ଲୀ,୨୫/୦୨; ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରେଡିଟ୍ ନେବା ଗୁଣ ଛାଡି ପାରୁନାହାନ୍ତି । ଥରେ କି ଦୁଇଥର ନୁହେଁ ବାରମ୍ୱାର ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା ନେଇ ଦାବି କରିଛନ୍ତି । ପୁଣି ଥରେ 'ଅପରେସନ୍ ସିନ୍ଦୂର'ରେ ଭାରତ-ପାକିସ୍ତାନ ଉତ୍ତେଜନାରେ ମଧ୍ୟସ୍ତତା କରିଥିବା ଦାବି କରିଛନ୍ତି । ସେ କହିଛନ୍ତି, ଭାରତ ସହ ଯୁଦ୍ଧ ରୋକିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ୍ ଗୁହାରି କରିଥିଲେ । ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହୋଇଥାନ୍ତା ମୁଁ ରୋକିଲି । ଯୁଦ୍ଧରେ ସାଢେ ୩ କୋଟି ଲୋକଙ୍କର ମୃତ୍ୟୁ ହୋଇଥାନ୍ତା ମୁଁ ଶେହୱାଜଙ୍କୁ ବଞ୍ଚେଇଲି ।

ଟ୍ରମ୍ପ ଆମେରିକା କଂଗ୍ରେସକୁ ସମ୍ବୋଧିତ କରିବା ସମୟରେ ଏହି ବୟାନ ଦେଇଛନ୍ତି ।  ସେ ସାରା ବିଶ୍ୱରେ ଯୁଦ୍ଧ ବନ୍ଦ କରିବା ପାଇଁ ନିଜକୁ ପିଠି ଥାପୁଡ଼ାଉଛନ୍ତି । ସେ ପୁଣି ଥରେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିବାର ଶ୍ରେୟ ମଧ୍ୟ ନେଇଛନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅପରେସନ୍ ସିନ୍ଦୂରରେ ହୋଇଥିବା ଉତ୍ତେଜନାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି । ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିବାର ଦାବି କରି ଟ୍ରମ୍ପ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ ତାଙ୍କୁ କହିଥିଲେ ଯେ ଯଦି ସେ ହସ୍ତକ୍ଷେପ କରିନଥାନ୍ତେ, ତେବେ ୩ କୋଟି ଲୋକ ମରିଥାନ୍ତେ । ଭାରତ-ପାକିସ୍ତାନ ସାମରିକ ଉତ୍ତେଜନା ସମୟରେ ତାଙ୍କର କୂଟନୈତିକ ହସ୍ତକ୍ଷେପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫଙ୍କ ଜୀବନ ରକ୍ଷା କରିଥିଲା । ସେ ହସ୍ତକ୍ଷେପ କରିନଥାନ୍ତେ, ତେବେ ପରିସ୍ଥିତି ବହୁତ ଖରାପ ହୋଇପାରେ । ଏକ ପରମାଣୁ ସଂଘର୍ଷ ଆଡକୁ ଗତି କରୁଥିଲା ଉତ୍ତେଜନା । ତାଙ୍କ ପାଇଁ କୋଟି କୋଟି ଲୋକଙ୍କ ଜୀବନ ବଞ୍ଚିଛି ବୋଲି କହିଛନ୍ତି ଟ୍ରମ୍ପ ।​​​​​​​

ଏହା ବି ପଢନ୍ତୁ...'ଆମେରିକା ଇଜ୍ ବ୍ୟାକ୍ ଏହା ଦେଶର ସୁବର୍ଣ୍ଣ ଯୁଗ'...; କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧନ କରି କଣ କହିଲେ ଟ୍ରମ୍ପ ?  

​​​​​​​ଟ୍ରମ୍ପ କ’ଣ ଯୁଦ୍ଧବିରତି ନିର୍ଦ୍ଦେଶ ଦେଇଥିଲେ ? ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମେ ୨୦୨୫ ପରଠାରୁ ବାରମ୍ବାର କହି ଆସୁଛନ୍ତି ଯେ, ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫଙ୍କ ସହ ଫୋନ୍‌ରେ କଥା ହୋଇ ଉତ୍ତେଜନା ହ୍ରାସ କରିଥିଲେ । ଭାରତ-ପାକିସ୍ତାନ ଯୁଦ୍ଧବିରତି ତାଙ୍କ ପାଇଁ  ସମ୍ଭବ ହୋଇଥିଲା । ତଥାପି, ଭାରତ ଟ୍ରମ୍ପଙ୍କ ଦାବିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛି । ଭାରତ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯୁଦ୍ଧବିରତି ଟ୍ରମ୍ପଙ୍କ ଯୋଗୁଁ ହୋଇନାହିଁ । ପ୍ରଥମ ଥର ପାଇଁ ଆମେରିକା ସ୍ୱୀକାର କରିଥିଲା ​​ଯେ, ଭାରତର କାର୍ଯ୍ୟାନୁଷ୍ଠାନ ଭୟରେ ପାକିସ୍ତାନ ଆମେରିକାଠୁକା ସାହାଯ୍ୟ ଲୋଡିଥିଲା ।