ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଭାରତୀୟ ପୁଞ୍ଜି ବଜାରରେ ଟ୍ରମ୍ପଙ୍କ ଟାରିଫ୍ ଝଡ଼; ଖସିଲା ସେନସେକ୍ସ, କୋଟି କୋଟି ଟଙ୍କା ସ୍ବାହା

Published By : Anindita Ratha | July 31, 2025 2:53 PM

ନୂଆଦିଲ୍ଲୀ,୩୧/୦୭:  ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଘୋଷଣା ପରେ ଖସିଲା ସେୟାର ମାର୍କେଟ । ସେନସେକ୍ସ ୬ ଶହ ପଏଣ୍ଟରୁ ଅଧିକ ଓ ନିଫଟି ୧୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତରୁ ଆମଦାନି ହେଉଥିବା ସମସ୍ତ ଉତ୍ପାଦ ଉପରେ ୨୫% ଟିକସ ଲାଗୁ ନେଇ ଘୋଷଣା କରିବା ପରେ ଏହାର ସିଧାସଳଖ ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡ଼ିଛି। ଅଗଷ୍ଟ ପହିଲାରୁ ନୂଆ ଟାରିଫ୍ ଲାଗୁ ହେବ। ରୁଷରୁ ଭାରତର ତୈଳ ଆମଦାନି ଏବଂ ଦୀର୍ଘ ଦିନ ଧରି ରହିଥିବା ବାଣିଜ୍ୟିକ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି ଟ୍ରମ୍ପ। । ସେପଟେ ଟିକସକୁ ନେଇ ନିବେଶକଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି ।

ମାର୍କେଟ ଖୋଲିବା ବେଳକୁ ବିଏସଇ ସେନସେକ୍ସ ୬ ଶହ ହ୍ରାସ ପାଇ ୮୧,୦୦୬.୬୫ ରେ ଏବଂ ନିଫଟି ୧୫୦ ପଏଣ୍ଟ ହ୍ରାସ ପାଇ ୨୪୬୮୮ରେ କାରବାର କରୁଥିଲା। ବିଏସଇର ଶ୍ରେଷ୍ଠ ୩୦ଟି କମ୍ପାନି ମଧ୍ୟରୁ ୨୬ଟି ସେୟାରରେ ବଡ଼ ହ୍ରାସ ଘଟିଥିଲା, ଯେଉଁଥିରେ ଟାଟା ମୋଟର୍ସ, ଆରଆଇଏଲ, ଏମ ଆଣ୍ଡ ଏମ ଏବଂ ଭାରତୀ ଏୟାରଟେଲ ଭଳି କମ୍ପାନିର ସେୟାରରେ ପ୍ରାୟ ୨ ପ୍ରତିଶତ ସର୍ବାଧିକ ହ୍ରାସ ପରିଲକ୍ଷିତ ହୋଇଥିଲା। ସେହି ସମୟରେ, ୪ଟି କମ୍ପାନିର ସେୟାରରେ ବୃଦ୍ଧି ଘଟିଥିଲା, ଯେଉଁଥିରେ ଜୋମାଟୋର ସେୟାରରେ ଅଧିକ ବୃଦ୍ଧି ଘଟିଥିବା ଜଣାଯାଇଛି। ସୋସିଆଲରେ ଟ୍ରମ୍ପ କହିଛନ୍ତି, ଭାରତକୁ ଆମେରିକାର ବନ୍ଧୁ ରାଷ୍ଟ୍ର ଭାବେ ଗ୍ରହଣ କରାଯାଉଥିଲେ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସୀମିତ ରହିଛି। ଭାରତ ଏକ ବନ୍ଧୁ ରାଷ୍ଟ୍ର ହୋଇଥିଲେ ବି ଭାରତ ସହ ଆମେରିକା କମ ବାଣିଜ୍ୟ କରିଛି। କାରଣ ଭାରତର ଟାରିଫ୍ ଅଧିକ ରହିଆସିଛି। ଏହା ସହ ରୁଷ ସହିତ ଭାରତର ପ୍ରତିରକ୍ଷା ଓ ଶକ୍ତି ସମ୍ପର୍କ ବି ଏହି ଟାରିଫ ବୃଦ୍ଧିର ଅନ୍ୟ ଏକ କାରଣ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.