ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ରାଷ୍ଟ୍ରପତି ଟ୍ରମ୍ପ୍‌ ଦେଲେ ଦାୟିତ୍ୱ, ସୁନୀତା ୱିଲିୟମ୍ସଙ୍କୁ ମହାକାଶରୁ ଫେରାଇ ଆଣିବେ ମସ୍କ

Published By : Prameya | January 30, 2025 9:07 AM

ୱାଶିଂଟନ,୩୦/୦୧:  ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମହାକାଶରେ ଫସିଥିବା ସୁନୀତା ୱିଲିୟମ୍ସ ଓ ତାଙ୍କ  ସହଯୋଗୀ ବୁଚ୍‌ ୱିଲମୋରଙ୍କୁ  ଫେରାଇ ଆଣିବା ପାଇଁ ସ୍ପେସ୍‌ଏକ୍ସର  ସିଇଓ ଏଲନ୍‌ ମସ୍କଙ୍କୁ ଦାୟିତ୍ୱ ଦେଇଛନ୍ତି । ଉଭୟ ମହାକାଶ ବୈଜ୍ଞାନିକ ଗତବର୍ଷ ଜୁନ୍‌ରୁ ମହାକାଶରେ ଫସିରହିଛନ୍ତି । 

ଟ୍ରମ୍ପ୍‌ ଏ ବାବଦରେ ସୋସିଆଲ ମିଡିଆରେ ଲେଖିଛନ୍ତି, ଆମ ସାହସୀ ମହାକାଶ ଯାତ୍ରୀଙ୍କୁ ଫେରାଇ ଆଣିବା ଲାଗି ମୁଁ ମସ୍କଙ୍କୁ  କହିଛି । ସେମାନଙ୍କୁ ବାଇଡେନ୍‌ ପ୍ରଶାସନ ମହାକାଶରେ ଛାଡ଼ି ଦେଇଥିଲା । ସେମାନେ ମହାକାଶ ଷ୍ଟେସନରେ ଅନେକ ମାସ ହେଲା ଉଦ୍ଧାର ଅପେକ୍ଷାରେ ରହିଛନ୍ତି । ସମସ୍ତେ ସେଠାରେ ସୁରକ୍ଷିତ ଥିବା ଆଶା କରୁଛି । 




ସେହିଭଳି ମସ୍କ  କହିଛନ୍ତି, ଆମେ ମହାକାଶ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବୁ । ସେମାନେ ଏତେଦିନ ଧରି ସେଠାରେ ରହିବା ଏକ ଭୟାନକ ଘଟଣା । ଉଲ୍ଲେଖଯୋଗ୍ୟ, ୮  ମାସ ହେଲା ସୁନୀତା ମହାକାଶରେ ଅଛନ୍ତି । ଗତବର୍ଷ ଜୁନ୍‌ ୫ରେ ସେ ଯାତ୍ରା  କରିଥିଲେ । ସପ୍ତାହକ ପରେ ସେ ଫେରିବାର ଥିଲା । ଉଭୟ ଯାତ୍ରୀ ବୋଇଙ୍ଗ୍‌ର  ନୂଆ ଷ୍ଟାରଲାଇନର କ୍ୟାପ୍‌ସୁଲର ପରୀକ୍ଷା ଲାଗି ଯାଇଥିଲେ । କିନ୍ତୁ କ୍ୟାପ୍‌ସୁଲରେ  ବୈଷୟିକ ତ୍ରୁଟି ଦେଖାଦେବା ପରେ ଉଭୟ ଆଇଏସ୍‌ଏସ୍‌ରେ ଅଟକି ଯାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.