ପ୍ରମୂଖ ଖବର
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ଆମେରିକାର ଢାଲ ହେବ ‘ଗୋଲ୍ଡେନ୍‌ ଡୋମ୍‌’: ବିଶ୍ୱର ସବୁ କୋଣରୁ ମିସାଇଲକୁ ରୋକିବ, ମହାକାଶରୁ ଆକ୍ରମଣକୁ ବି ଦେବ ଚକମା

Published By : Prameya | May 22, 2025 11:27 AM

ନୂଆଦିଲ୍ଲୀ, ୨୨/୦୫: ଇସ୍ରାଏଲର  ଆଇରନ୍‌ ଡୋମ୍‌ ଭଳି ଆମେରିକା ନିଜର ପ୍ରତିରକ୍ଷା ପ୍ରଣାଳୀରେ ଆଗାମି ପିଢ଼ିର  ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ସାମିଲ  କରିବାକୁ ଯାଉଛି । ନାଁ ‘ଗୋଲ୍ଡେନ୍‌  ଡୋମ୍‌’ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗତ  ମଙ୍ଗଳବାର ଏହି ମହତ୍ୱାକାଂକ୍ଷୀ ପ୍ରୟାସ ବିଷୟରେ ଘୋଷଣା କରିଛନ୍ତି । ଏଥିପାଇଁ  ଏକ ଡିଜାଇନ୍‌ ଚୟନ କରାଯାଇଛି । ଟ୍ରମ୍ପ୍‌  କହିଛନ୍ତି, ଗୋଲ୍ଡେନ୍‌ ଡୋମ୍‌ ତାଙ୍କ କାର୍ଯ୍ୟକାଳ  ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଏହା ଶତ୍ରୁ ମିସାଇଲକୁ ରୋକିବାରେ ସକ୍ଷମ ହେବ ।  ବିଶ୍ୱର ଯେକୌଣସି ସ୍ଥାନରୁ ମିସାଇଲ ଲଞ୍ଚ୍‌  କରାଗଲେ ମଧ୍ୟ ଗୋଲ୍ଡେନ୍‌ ଡୋମ୍‌ ତାକୁ  ରୋକିବ । ମହାକାଶରୁ ଆକ୍ରମଣକୁ ମଧ୍ୟ  ଏହା ରୋକିବାରେ ସକ୍ଷମ ହେବ ବୋଲି  ଟ୍ରମ୍ପ୍‌ ଦାବି କରିଛନ୍ତି ।  

ଟ୍ରମ୍ପ୍‌ କହିଛନ୍ତି, ଆମେରିକୀୟ ପ୍ରତିରକ୍ଷା  ପ୍ରଣାଳୀରେ ବିଗତ ୪୦ ବର୍ଷରୁ କୌଣସି  ପରିବର୍ତ୍ତନ ହୋଇନାହିଁ । ବିଶ୍ୱରେ ଅନେକ  ଉନ୍ନତ ଟେକ୍ନୋଲୋଜିଯୁକ୍ତ ମିସାଇଲ ନିର୍ମିତ  ହେଉଛି । ବର୍ତ୍ତମାନର ପ୍ରତିରକ୍ଷା ପ୍ରଣାଳୀ  ଏଭଳି ବିପଦର ମୁକାବିଲା କରିବାରେ  ସକ୍ଷମ ନୁହେଁ । ଏହି ସ୍ଥିତିରେ ଗୋଲ୍ଡେନ୍‌  ଡୋମ୍‌କୁ ମହାକାଶ, ଭୂପୃଷ୍ଠ ଓ ସମୁଦ୍ରରୁ  କାମ କରିବା ପାଇଁ ଡିଜାଇନ୍‌ କରାଯାଉଛି ।  ଏଥିରେ ସଂଲଗ୍ନ ଟେକ୍ନୋଲୋଜି ଶତ୍ରୁର  ମିସାଇଲ ଲଞ୍ଚ୍‌ ହେବା ମାତ୍ରେ ତାକୁ ଟ୍ରାକ୍‌  କରିବ ଏବଂ ନଷ୍ଟ କରିଦେବ । 

ଗୋଲ୍ଡେନ୍‌ ଡୋମ୍‌ ପ୍ରୋଜେକ୍ଟରେ  ପ୍ରାୟ ୧୭୫ ବିଲିଅନ୍‌ ଡଲାର ଅର୍ଥାତ୍‌  ୧୪.୫୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ।  ଟ୍ରମ୍ପ୍‌ ପ୍ରାଥମିକ ପର୍ଯ୍ୟାୟରେ ୨.୦୫ ଲକ୍ଷ  କୋଟି ଟଙ୍କା ମଞ୍ଜୁରି ଦେଇଛନ୍ତି । ସେ  ଏହାର ଦାୟିତ୍ୱ ସ୍ପେସ୍‌ ଫୋର୍ସର ଜେନେରାଲ  ମାଇକେଲ ଗୁଏଟଲିନ୍‌ଙ୍କୁ ଦେଇଛନ୍ତି । ସେ  ଟ୍ରମ୍ପ୍‌ଙ୍କ ଅନ୍ୟତମ ସବୁଠୁ ଭରସାଯୋଗ୍ୟ  ସୈନ୍ୟ ଅଧିକାରୀ । 

ଟ୍ରମ୍ପ୍‌ ଆହୁରି ମଧ୍ୟ କହିଛନ୍ତି ଯେ କାନାଡ଼ା  ଏଥିରେ ରୁଚି ପ୍ରଦର୍ଶନ କରିଛି । କାନାଡ଼ା  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ବିଷୟରେ  କହିଛି, ସେମାନେ ଆମେରିକା ସହ ମିଶି  ଏକ ନୂଆ ପ୍ରତିରକ୍ଷା ସୁରକ୍ଷା ଉପରେ ଚର୍ଚ୍ଚା  କରୁଛନ୍ତି । ଆମେରିକା ଓ କାନାଡ଼ା ମିଳିତ  ଭାବେ ନୋରାଡ (ନର୍ଥ ଆମେରିକାନ ଏରୋସ୍ପେସ୍‌ ଡିଫେନ୍ସ କମାଣ୍ଡ) ଚଳାଉଛନ୍ତି । 

ଆମେରିକା ଏବେ ପ୍ରତ୍ୟକ୍ଷ ଭାବେ  କୌଣସି ଦେଶ ସହ ଯୁଦ୍ଧ କରୁନାହିଁ । କିନ୍ତୁ  ଟ୍ରମ୍ପ୍‌ ଆଗାମି ଦିନରେ ଯୁଦ୍ଧ ଓ ବୈଦ୍ୟୁତିକ ଯୁଦ୍ଧକୁ  ଧ୍ୟାନରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ଗୋଲ୍ଡେନ୍‌  ଡୋମ୍‌ ପ୍ରୋଜେକ୍ଟ ଘୋଷଣା କରି ଟ୍ରମ୍ପ୍‌ କୌଣସି  ଦେଶରୁ ସମ୍ଭାବ୍ୟ ବିପଦ କଥା କହିନାହାନ୍ତି । କିନ୍ତୁ  ଏହି ପ୍ରଣାଳୀ ବିଦେଶୀ ମିସାଇଲ ଆକ୍ରମଣରୁ  ଦେଶକୁ ରକ୍ଷା କରିବ ବୋଲି ସେ କହିଛନ୍ତି ।  ତେବେ ଏହି ବିଦେଶୀ ‘ଶତ୍ରୁ’ କିଏ? ଆମେରିକାକୁ ମୁଖ୍ୟତଃ ଚୀନ୍‌, ରୁଷ୍‌,  ଇରାନ ଓ ଉତ୍ତର କୋରିଆ ଭଳି ଦେଶରୁ  ମିସାଇଲ ଆକ୍ରମଣର ବିପଦ ରହିଛି ।  ଦ ୱାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ ଅନୁସାରେ, ଚୀନ୍‌  ଓ ରୁଷ୍‌ର ହାଇପରସୋନିକ ମିସାଇଲ,  ବାଲିଷ୍ଟିକ୍‌ ମିସାଇଲ ଓ ଏଆଇ-ଆଧାରିତ  ଅସ୍ତ୍ର ଆମେରିକା ପାଇଁ ଭବିଷ୍ୟତରେ ସୁରକ୍ଷା  ଚାଲେଞ୍ଜ୍‌ ସୃଷ୍ଟି କରିପାରନ୍ତି । ଇରାନର ପରମାଣୁ  କାର୍ଯ୍ୟକ୍ରମ ଓ ତା’ର ଲମ୍ବା ଦୂରତାର ମିସାଇଲ  କ୍ଷମତା ମଧ୍ୟ ବିପଦ ରୂପେ ଉଭା ହେଉଛି ।  

ଟ୍ରମ୍ପ୍‌ ନିଜର ନିର୍ବାଚନ ପ୍ରଚାରରେ  ଏହି ପ୍ରତିରକ୍ଷା ପ୍ରଣାଳୀର ପ୍ରତିଶ୍ରୁତି  ଦେଇଥିଲେ । ଏ ବିଷୟରେ ସେ କହିଛନ୍ତି  ‘ମୁଁ ଆମେରିକାବାସୀଙ୍କୁ କଥା ଦେଇଥିଲି ଯେ  ମୁଁ ଦେଶକୁ ବିଦେଶୀ ମିସାଇଲ ଆକ୍ରମଣର  ବିପଦରୁ ରକ୍ଷା କରିବା ପାଇଁ ଅତ୍ୟାଧୁନିକ  ମିସାଇଲ ରକ୍ଷା କବଚ ନିର୍ମାଣ କରିବି ।  ଆଜି ଆମେ ଏହା ହିଁ କରୁଛୁ ।’ ଟ୍ରମ୍ପ୍‌ଙ୍କ  ଅନୁସାରେ, ଗୋଲ୍ଡେନ୍‌ ଡୋମ୍‌ ହାଇପର  ସୋନିକ୍‌ ମିସାଇଲ, ବାଲିଷ୍ଟିକ୍‌ ମିସାଇଲ ଓ  ଉନ୍ନତ କ୍ରୁଜ୍‌ ମିସାଇଲ, ସବୁକୁ ବାୟୁରେ ହିଁ  ଧ୍ୱସ୍ତ କରିଦେବ । 

ଏଲନ ମସ୍କଙ୍କ କମ୍ପାନି ସ୍ପେସ୍‌ଏକ୍ସ ସହ  ଏହି ପ୍ରଣାଳୀର ପ୍ରମୁଖ ଅଂଶର ବିକାଶ  ନିମନ୍ତେ ଚୁକ୍ତି ହୋଇଛି । ସ୍ପେସ୍‌ଏକ୍ସ ଏହି  ଡିଫେନ୍ସ ସିଷ୍ଟମ୍‌କୁ ପଲଂଟିର (ସଫ୍ଟୱେର) ଓ  ଏଡୁରିଲ (ଡ୍ରୋନ୍‌ ନିର୍ମାତା) ସହ ମିଶି ନିର୍ମାଣ  କରିବ । ଇସ୍ରାଏଲର ଆଇରନ୍‌ ଡୋମ୍‌ର  ନିଜସ୍ୱ ସୀମା ଅଛି । ଏହାକୁ ମୁଖ୍ୟତଃ ଶର୍ଟରେଞ୍ଜ୍‌ ରକେଟ୍‌ ଓ ମିସାଇଲଗୁଡ଼ିକୁ ରୋକିବା  ପାଇଁ ଡିଜାଇନ୍‌ କରାଯାଇଛି । କିନ୍ତୁ ଗୋଲ୍ଡେନ୍‌  ଡୋନ୍‌ ଲମ୍ବା ଦୂରତାର ମିସାଇଲ, ଡ୍ରୋନ୍‌ ଓ  ଏଆଇ-ଆଧାରିତ ବିପଦକୁ ନଷ୍ଟ କରିବ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.