ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜାରେ ପୁନଃନିର୍ମାଣର କାର୍ଯ୍ୟ ପାଇଁ ବୋର୍ଡ ଅଫ୍ ପିସ୍ ଗଠନର ଘୋଷଣା କରିଛନ୍ତି। ଏହି ଅନୁସାରେ ସେ ଦୁନିଆରେ ଅନେକ ଦେଶକୁ ଏକାଠି କରୁଛନ୍ତି ଏବଂ ତାଙ୍କର କହିବାନୁସାରେ ଏହି ମାଧ୍ୟମରେ ଗାଜାର ବିକାଶ ହେବ। ଏହି ବୋର୍ଡରେ ସେ ତାଙ୍କ ଜ୍ୱାଇ ଜେରେଡ କୁଶନର , ମିଡଲ ଇଷ୍ଟରେ ଆମେରିକୀୟ ଦୃତ ଷ୍ଟିଭ୍ ୱିଟକଫ୍ଙ୍କୁ ରଖିଛନ୍ତି। ଏହା ବ୍ୟତୀତ ନିଜକୁ ଚେୟାରମ୍ୟାନ ହେବାର ନିଷ୍ପତ୍ତି ନେଇଛନ୍ତି। କେବଳ ଏତିକି ନୁହେଁ, ଡୋନାଲ୍ଡ ଟ୍ରମ୍ପଙ୍କ କହିବାନୁସାରେ ବୋର୍ଡ ଅଫ୍ ପିସ୍ ଆଗାମୀ ସମୟରେ ଜାତିସଂଘର ସ୍ଥାନ ହେବ। ସେ କହିଛନ୍ତି ଯେ, ଜାତିସଂଘ ଏକ ଉପଯୋଗୀ ସଂସ୍ଥା ନୁହେଁ ଏବଂ ତାହା ଦୁନିଆରେ ଚାଲୁଥିବା ଝଗଡ଼ାକୁ ରୋକିବାରେ ସଫଳ ହୋଇ ନାହିଁ।
ଏହା ସହ ମଧ୍ୟ ପଢନ୍ତୁ : ମୋତେ ନୋବେଲ ପୁରସ୍କାରର ଚିନ୍ତା ନାହିଁ , ନରୱେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟର୍ଣ୍ଣ
ଡ୍ରୋନାଲ୍ଡ ଟ୍ରମ୍ପଙ୍କ ଏହି ପ୍ରସ୍ତାବକୁ ନେଇ ୟୁରୋପର ଅନେକ ଦେଶର ଅଭିଯୋଗ ମଧ୍ୟ ରହିଛି। ଫ୍ରାନ୍ସ ତ ଏହା ଉପରେ ଖୋଲାଖୋଲି ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲା। ଡୋନାଲ୍ଡ ଟ୍ରମ୍ପଙ୍କ କହିବାନୁସାରେ , ତାଙ୍କ ଦ୍ୱାରା ପ୍ରସ୍ତାବିତ ଏହି ସଂସ୍ଥା ଦୁନିଆରେ ଚାଲିଥିବା ବିବାଦକୁ ନିୟନ୍ତ୍ରିତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ। ଏହାସହ ଯୋଡ଼ି ହେବାକୁ ଆମେରିକା ରାଷ୍ଟ୍ରପତି ୫୦ଟି ଦେଶକୁ ନିମନ୍ତ୍ରଣ କରିଛନ୍ତି, ଯେଉଁଥିରୁ ୩୦ଟି ଦେଶ ସାମିଲ ହୋଇ ପାରନ୍ତି। ଆସନ୍ତୁ ଜାଣିବା ଯେ, ଆମେରିକାର ବୋର୍ଡ ଅଫ୍ ପିସ୍ ସହ ଯୋଡ଼ି ହେବା ପାଇଁ କେଉଁ କେଉଁ ଦେଶ ମନା କରିଦେଇଛନ୍ତି ଏବଂ କେଉଁ ଦେଶ ଏଥିରେ ଏଣ୍ଟ୍ରି ପାଇଁ ପ୍ରସ୍ତୁତ। କହି ରଖୁଛୁ ଯେ, ଏହି ସଂସ୍ଥାରେ ଆମେରିକାର ନିକଟତର ଦେଶ ଜର୍ମାନୀ,ୟୁକ୍ରେନ ଓ ବ୍ରିଟେନ ଯାଏ ସାମିଲ ହେବାକୁ ମନା କରି ଦେଇଛନ୍ତି।
କେଉଁ ଦେଶ ବୋର୍ଡ ଅଫ୍ ଫିସ୍କୁ ଆସିବାକୁ ପ୍ରସ୍ତୁତ –
- ଆର୍ଜେଣ୍ଟିନା
- ଆର୍ମେନିଆ
- ଅଜରବୈଜାନ
- ବହରିନ
- ବେଲାରୁଷ୍
- ମିଶର
- ହଙ୍ଗେରୀ
- ଇଣ୍ଡୋନେସିଆ
- ଜାର୍ଡନ
- କଜାକିସ୍ତାନ
- କୋସୋଭୋ
- ମୋରକ୍କୋ
- ପାକିସ୍ତାନ
- କତାର
- ସାଉଦୀ ଆରବ
- ତୁର୍କୀ
- ସଂଯୁକ୍ତ ଆରବ ଏମିରେଟ୍
- ଉଜବେକିସ୍ତାନ
- ଭିଏତନାମ
କେଉଁ ଦେଶ ବର୍ତ୍ତମାନ ପ୍ରସ୍ତୁତ ନାହାନ୍ତି –
- ଫ୍ରାନ୍ସ
- ନରୱେ
- ସ୍ଲୋଭେନିଆ
- ସ୍ୱିଡେନ
- କେଉଁ ଦେଶ ସାମିଲ ହେବାକୁ ପ୍ରସ୍ତୁତ ନୁହଁନ୍ତି-
- ବ୍ରିଟେନ
- କମ୍ୱୋଡିଆ
- ଚୀନ
- କ୍ରିଏସିଆ
- ଜର୍ମାନୀ
- ଇଟାଲୀ
- ୟୁରୋପୀୟ ସଂଘର କାର୍ଯ୍ୟକାରୀ ଶାଖା
- ପୈରାଗ୍ୱେ
- ରୁଷ୍
- ସିଙ୍ଗାପୁର
- ୟୁକ୍ରେନ୍