ଆର୍ମୀ ୱେଲଫେୟାର ଫଣ୍ଡକୁ ଟଙ୍କାଟିଏ ଦାନ କରିବା ପାଇଁ ହ୍ୱାଟ୍ସଆପରେ ଆସୁଛି କି ଏହି ମେସେଜ ? ଜାଣନ୍ତୁ ଏହାର ପ୍ରକୃତ ସତ୍ଯତା

ଭୁବନେଶ୍ୱର ୧୭/୨: ଏବେ ହ୍ୱାଟ୍ସଆପ ୟୁଜର୍ସଙ୍କୁ ଇଣ୍ଡିଆନ୍ ଆର୍ମୀ ୱେଲଫେୟାର ଫଣ୍ଡ ସମ୍ପର୍କରେ ଏକ ମେସେଜ ଆସିବାରେ ଲାଗିଛି । ଏହି ମେସେଜ ମୋଦି ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଅଭିଯାନ ବୋଲି କୁହଯାଉଛି । ଏଥିରେ ଲୋକଙ୍କୁ ଭାରତୀୟ ସେନା ପାଇଁ ଅସ୍ତ୍ରଶସ୍ତ୍ର କିଣିବା ଓ ଅନ୍ୟ ସୁବିଧା ଯୋଗାଇ ଦେବାପାଇଁ ଏକଟଙ୍କା ଦାନ କରିବା ପାଇଁ ଆବେଦନ କରାଯାଉଛି ।

ଏହି ମେସେଜ ପାଇବା ପରେ କିଛି ଲୋକ ପଇସା ଦାନ କରିବା ଆରମ୍ବ ମଧ୍ଯ କରିଦେଇଛନ୍ତି । କିଛି ଲୋକ ଏହାକୁ ନକଲି ବା ଫର୍ଜି ବୋଲି ମଧ୍ଯ କହୁଛନ୍ତି । ତେବେ କହିରଖୁଛୁ ଏହି ମେସେଜ ସମ୍ପୂର୍ଣ୍ଣ ସତ୍ଯ । ଏହି ମାମଲାରେ ଭାରତୀୟ ସେନା ଟ୍ୱିଟ୍ କରି ଏହି ମେସେଜର ସତ୍ୟତା ସମ୍ପର୍କରେ ଖୁଲାସା କରିଛନ୍ତି । ଏହା ସହିତ ସିଣ୍ଡିକେଟ୍ ବ୍ୟାଙ୍କ ମଧ୍ଯ ଏହି ମାମଲାରେ ପ୍ରକୃତ ପରିସ୍ଥିତି ସ୍ପଷ୍ଟ କରି ଏହାକୁ ସତ୍ଯ ବୋଲି ଦର୍ଶାଇଛି ।
Clarification on the Issue of Army Welfare Fund Battle Casualties pic.twitter.com/U3BjOcwK5t
— ADG PI – INDIAN ARMY (@adgpi) September 2, 2016