ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୧୧ ସୈନିକ ମୃତ

Published By : Tapas Panda | October 25, 2024 6:49 PM

ଇସଲାମାବାଦ୍‌: ପାକିସ୍ତାନର ଡେରା ଇସ୍ମାଇଲ ଖାନ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ  । ପାକିସ୍ତାନ ସେନା ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ୧୧ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ସୈନିକ ଗୁରୁତର ହୋଇଛନ୍ତି । ତେବେ ଏହି ଆକ୍ରମଣ ପାଇଁ ତେହରିକ-ଏ ତାଲିବା ପାକିସ୍ତାନ (ଟିଟିପି) ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି । 

 ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆକ୍ରମଣ ଖବର ଶୁଣିବା ପରେ ପାକିସ୍ତାନ ସେନାର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଛି । ଆକ୍ରମଣକାରୀଙ୍କୁ ଧରିବା ଲାଗି ପାକ୍‌ ସେନା ଅପରେସନ ଜାରି ରଖିଛି । କିନ୍ତୁ ଏବେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ । ଏହି ଆକ୍ରମଣ ଲାଗି ଟିଟିପି ନିଜକୁ ଦାୟୀ କରିଛି । ଏହା ପୂର୍ବରୁ ଟିଟିପି ପାକିସ୍ତାନରେ ବହୁ ଆକ୍ରମଣ କରିଛି । ପାକିସ୍ତାନ ସରକାର ଟିଟିପିକୁ ସହଯୋଗ କରୁଥିବା ନେଇ ଆଫଗାନିସ୍ତାନକୁ ଦାୟୀ କରିଆସିଛନ୍ତି । 

 ଏହି ପ୍ରସଙ୍ଗରେ ଉଭୟ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଅନେକ ଥର ମୁହାଁମୁହିଁ ସ୍ଥିତି ଉପୁଜିଛି  । ତେହରିକ-ଏ-ତାଲିବାନ ପାକିସ୍ତାନ ବା ଟିଟିପି ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନର ଏକ ଶାଖା ବୋଲି କୁହାଯାଉଛି । ଏହାକୁ ପାକିସ୍ତାନ ସେନା ବିରୋଧରେ ଲଢ଼େଇ କରିବା ଲାଗି ୨୦୦୭ରେ ପ୍ରତିଷ୍ଠା କରାଯାଇଥିଲା । ଏଥି‌ରେ ଅନେକ ଛୋଟ ବଡ଼ ଆତଙ୍କବାଦୀ ସଂଗଠନ ସାମିଲ ଅଛନ୍ତି । ପାକିସ୍ତାନ‌ରେ ସରିୟା ଆଇନ୍‌ ଲାଗୁ କରିବାକୁ ଚେଷ୍ଟା କରିଆସିଛି ଟିଟିପି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.