PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

କାର୍ଯ୍ୟ କରୁନି କଠିନ ବର୍ଜ୍ୟବସ୍ତୁ ପରିଚାଳନା କମିଟି :  ଅସ୍ଵାସ୍ଥ୍ୟକର ପରିବେଶରେ ନଳକୂପ

ଖୁଣ୍ଟା,୨୫।୯(ଆପ୍ର): ସରକାର ଗାଁ ଠାରୁ ସହର ଯାଏଁ ବିଶୁଦ୍ଧ ପିଇବା ପାଣିର ସୁବ୍ୟବସ୍ଥା କରିବା ସହିତ ‘ସ୍ବଚ୍ଛତା ହିଁ ସେବା’ ନାଁରେ ସଚେତନତା ର ନାରା ଦେଇ ଆସୁଛନ୍ତି। ହେଲେ ତାହାର ବାସ୍ତବ ରୂପ ଅଲଗା । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଡୁକୁରା ଛକ ନିକଟସ୍ଥ କାଳୀ ମନ୍ଦିର ଓ ହନୁମାନ ମନ୍ଦିର ପାର୍ଶ୍ୱରେ ସ୍ବଚ୍ଛତାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ମନ୍ଦିର ନିକଟରେ ଥିବା ଏକ ବିଶୁଦ୍ଧ ନଳକୂପ ରୁ ଡୁକୁରା ଛକ ତଥା ସ୍ଥାନୀୟ ବାସିନ୍ଦା ମାନେ ପିଇବା ପାଣି ବ୍ୟବହାର କରି ଆସୁଥିଲେ। ହେଲେ କିଛି ବର୍ଷ ହେବ ତାହା ଅସ୍ଵାସ୍ଥ୍ୟକର ପରିବେଶ ଭିତରେ ନଳକୂପ ଟି ବର୍ଜ୍ୟବସ୍ତୁର ଅଳିଆ ଗଦାରେ ପୋତିହେବାକୁ ଗଲାଣି ।  ଯାହାଫଳରେ ସ୍ଥାନୀୟ ବାସିନ୍ଦା ସେଠାରେ ଆଉ ପିଇବା ପାଣିର ବ୍ୟବହାର କରିପାରୁ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ଏପଟେ ବର୍ଜ୍ୟବସ୍ତୁ ପରିଚାଳନା କମିଟି ଗଠନ କରାଯାଇଛି। ହେଲେ ତାହା କେତେଦୂର କାର୍ଯ୍ୟକାରୀ ହେଉଛି,ତାହା ନଳକୂପ ପାଶ୍ବ ବର୍ଜ୍ୟବସ୍ତୁର ଅଳିଆ ଗଦାକୁ ଦେଖି ଜଣାପଡ଼ିଛି।

ଉକ୍ତ ସ୍ଥାନଟି ଡୁକୁରା ମୁଖ୍ୟ ଛକ ନିକଟସ୍ଥ ମନ୍ଦିର ପାର୍ଶ୍ୱରେ ହୋଇଥିବା ବେଳେ ବହୁ ଜନସାଧାରଣ ଅସ୍ଵାସ୍ଥ୍ୟକର ପରିବେଶ ଭିତରେ ଜୀବନ ଅତିବାହିତ କରୁଥିବା ଅଭିଯୋଗ ଉଠାଇଛନ୍ତି। ପରିତାପର ବିଷୟ ଉକ୍ତ ନଳକୂପ ଟି ବର୍ଷ ବର୍ଷ ଧରି ବର୍ଜ୍ୟବସ୍ତୁର ଅଳିଆ ଆବର୍ଜ୍ଜନା ଭିତରେ ରହି ଦୂଷିତ ପାଣି ସୃଷ୍ଟି ହେଉଥିବା ବେଳେ ବ୍ଲକ ପ୍ରଶାସନ ସବୁ ଜାଣି କିପରି ଚୁପ୍ ରହିଛି, ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଉକ୍ତ ଅଞ୍ଚଳବାସୀ ତୁରନ୍ତ ବର୍ଜ୍ୟବସ୍ତୁକୁ ସେଠାରୁ ଉଠାଇବା ସହିତ ନଳକୂପର ବିଶୁଦ୍ଧ ପିଇବା ପାଣିର ସୁବ୍ୟବସ୍ଥା କରିବା ଏବଂ ପରିବେଶକୁ ସ୍ବଚ୍ଛ କରାଯାଉ ବୋଲି ବୁଦ୍ଧିଜିବୀ ମହଲରେ ଦାବି ହେଉଛି।