PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ମଙ୍ଗଳବାର ରାଶିଫଳ: ବ୍ୟବସାୟରେ ଲାଭ ସହ ପରିବାରରେ ହସ ଖୁସି ଖେଳିବ, ଏହି ରାଶିର ଲୋକଙ୍କ ପାଇଁ ଦିନଟି ଶୁଭ

ଅଦ୍ୟ ତା.୨୮.୦୬.୨୦୨୨ରିଖ, ମିଥୁନ ୧୪ ଦିନ, ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ମଙ୍ଗଳବାର । ଚତୁର୍ଦ୍ଦଶୀ-ସକାଳ ୬ଟା ୫୨ ମିନିଟ୍‌, ମୃଗଶିରା-ରାତ୍ରି ୭ଟା ୦୫ ମିନିଟ୍‌ । ବୃଷ ଚନ୍ଦ୍ର: ସକାଳ ୫ଟା ୩୩ ମିନିଟ୍‌ । ସୂର୍ଯ୍ୟୋଦୟ-୫ଟା ୧୧ ମିନିଟ୍‌ ୩୫ ସେକେଣ୍ଡ, ସୂର୍ଯ୍ୟାସ୍ତ-୬ଟା ୨୭ ମିନିଟ୍‌ ୪୮ ସେକେଣ୍ଡ । ଯୋଗିନୀ ପଶ୍ଚିମେ । ସକାଳ ୫ଟା ୫୨ ମିନିଟ୍‌ ଗତେ ଐଶାନ୍ୟେ । ମୃତେ ଏକପାଦ ପୁଷ୍କର ଦୋଷ । ମାଛ, ମାଂସ ଖାଇବା ମନା, ଖାଇଲେ ମହାପାପ । ଅଦ୍ୟ ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ।

ମଙ୍ଗଳବାର ରାଶିଫଳ
ମେଷ: ମଙ୍ଗଳବାର, ମଙ୍ଗଳଙ୍କ ନକ୍ଷତ୍ର ଏବଂ ତୃତୀୟ ଚନ୍ଦ୍ର ହେତୁ ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଭାଇ, ଭଉଣୀଙ୍କ ପ୍ରତି ସ୍ନେହଭାବ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ-ଧଳା, ସଂଖ୍ୟା: ୬, ଆରାଧନା: ମା’ ଚଣ୍ଡୀ ।

ବୃଷ: କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ, ଆର୍ଥିକ ଠକାମି ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ବଦ୍‌ଖର୍ଚ୍ଚ ଅଧିକ ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ । କର୍ମରେ ବିଫଳତା ଏବଂ ବହୁବିଧ ସମସ୍ୟାର ସମ୍ମୁଖୀନ ହେବେ । ଯେଉଁମାନଙ୍କର ମୃଗଶିରା ବୃଷ ସେମାନେ ସତର୍କ ହେବେ । ଶୁଭରଙ୍ଗ : ସିଲ୍‌ଭର, ସଂଖ୍ୟା: ୪, ଆରାଧନା: ମା’ କମଳା ।

ମିଥୁନ: ଶ୍ରୀଚନ୍ଦ୍ର, ସ୍ୱଜନ, ପ୍ରିୟଜନ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ, ପରିବାରରେ ହସଖୁସି ଏବଂ ମନ ପ୍ରଫୁଲ୍ଲ ରହିବ । ଚାଲିଚଳନ, ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ । କର୍ମରେ ସଫଳତା, ସମ୍ମାନ ଓ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା ପ୍ରାପ୍ତ କରିବେ । ଯେଉଁମାନଙ୍କର ଆର୍ଦ୍ରା ଓ ପୁନର୍ବସୁ ମିଥୁନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: କଫି, ସଂଖ୍ୟା: ୧୨, ଆରାଧନା : ମା’ ଛିନ୍ନମସ୍ତା ।

କର୍କଟ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ ଏବଂ ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ଓ ପରିବାର ଖର୍ଚ୍ଚଭାର ଅପେକ୍ଷାକୃତ କମ୍‌ ରହିବ । ସମସ୍ତ କର୍ମରେ ସଫଳତା ଏବଂ ଅଟକିଥିବା କାମ ଓ ବନ୍ଦ ହୋଇଥିବା କାମ ସଫଳତାର ସହ ସମ୍ପାଦନ କରିବେ । ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ମନରୁ ଦୁଶ୍ଚିନ୍ତା ଲୋପ ପାଇବ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୫, ଆରାଧନା: ମା’ ଭୁବନେଶ୍ୱରୀ ।

ସିଂହ: ଧନ, ସମ୍ପତ୍ତି, ପ୍ରାଚୁର୍ଯ୍ୟ, ପ୍ରତ୍ୟୁତ୍ପନ୍ନମତି, ଯଶ, ଖ୍ୟାତି ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଅର୍ଜିତ ଧନର କିଛି ଅଂଶ କୌଣସି ଅର୍ଥ ଲଗାଣକାରୀ ସଂସ୍ଥାରେ ଜମା ରଖିବେ । କର୍ମରେ ସଫଳତା, ଦରମାରେ କିଛି ବୃଦ୍ଧି ଏବଂ କର୍ମସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ଯେଉଁମାନଙ୍କର ପୂର୍ବାଫାଲଗୁନୀ ସିଂହ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୬, ଆରାଧନା: ଭଗବାନ ଶିବ ।

କନ୍ୟା: କର୍ମରେ ବିପର୍ଯ୍ୟୟ, କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ଭାବ ପ୍ରକାଶ ପାଇବ ଏବଂ ଆଜି ଯେ କୌଣସି କର୍ମ ହାତକୁ ନେବେ ବା ଆରମ୍ଭ କରିବେ ସେଥିରେ ବିଫଳତାର ସାମ୍ନା କରିବେ । ଉଚିତ୍‌ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍‌ କର୍ମରେ ଆଗ୍ରହ ରଖିବେ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା ସେମାନେ ସତର୍କ ହେବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା: ୬, ଆରାଧନା: ପ୍ରଭୁ ନାରାୟଣ ।

ତୁଳା: କୃଷ୍ଣପକ୍ଷର ନବମ ଚନ୍ଦ୍ର ହେତୁ ମାନସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ନିଜର ଅତିପ୍ରିୟ ବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ମନ ଚାପଗ୍ରସ୍ତ ରହିବ । କର୍ମରେ ବିଫଳତା ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଚିତ୍ରା ତୁଳା ସେମାନେ ସତର୍କ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୨, ଆରାଧନା: ମା’ ସମଲେଶ୍ୱରୀ ।

ବିଛା: ଅଷ୍ଟମ ଚନ୍ଦ୍ର ହେତୁ ଚାଲିଚଳନ, ବ୍ୟବହାର ବିବାଦୀୟ ହେବ ଏବଂ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । ମନରେ ଅସ୍ଥିରତା, ପରିବାରରେ ବିବାଦ, ଶାରୀରିକ ପୀଡ଼ା ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେବ, ତା’ଠାରୁ ଅଧିକ ବଦ୍‌ଖର୍ଚ୍ଚ ହେବ ଏବଂ କର୍ମରେ ବିଫଳତା, ବାଧାବିଘ୍ନ ଓ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ସତର୍କ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୩, ଆରାଧନା: ପ୍ରଭୁ ସ୍କନ୍ଦ ।

ଧନୁ: ମାନସିକ, ପାରିବାରିକ ଶାନ୍ତି, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ପରିବାରରେ ହସଖୁସିର ପରିବେଶ ରହିବ । ମଉଜମସ୍ତି ଓ ଆମୋଦପ୍ରମୋଦରେ ଅଧିକ ଆଗ୍ରହ ରହିବ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ । କର୍ମରେ ସଫଳତା ଏବଂ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପ୍ରାପ୍ତ କରିବେ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଲାଲ୍‌, ସଂଖ୍ୟା: ୭, ଆରାଧନା: ମା’ ତାରା ।

ମକର: ଘାତବାର ଓ ଷଷ୍ଠ ଚନ୍ଦ୍ର ହେତୁ ଘାତବାରର ପ୍ରଭାବ କମ୍‌ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । ରୋଗ, ଋଣ ଓ ଶତ୍ରୁ – ଏ ତିନୋଟିରୁ କିଛି ମାତ୍ରାରେ ମୁକ୍ତି ମିଳିବ ଏବଂ ମନରେ ପ୍ରସନ୍ନତା ଭାବ ପ୍ରକାଶ ପାଇବ । କର୍ମରେ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର ଦୂରଦୃଷ୍ଟି, ପ୍ରତ୍ୟୁତ୍ପନ୍ନମତି ଓ ସମୟାନୁବର୍ତ୍ତିତା ଦେଖାଦେବ । ଯେଉଁମାନଙ୍କର ଶ୍ରବଣା ମକର ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ମାଟିଆ, ସଂଖ୍ୟା : ୬, ଆରାଧନା : ମା’ ବିମଳା ।

କୁମ୍ଭ: କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର, ମଙ୍ଗଳବାର ଓ ଅମାବାସ୍ୟା ତିଥି ଭୋଗ ହେଉଥିବା ହେତୁ ମନ ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ସନ୍ତାନମାନେ ଅବଜ୍ଞା କରିବେ ଏବଂ ତାଙ୍କ କର୍ମକୁ ନେଇ ଦୁଃଖୀ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା, ସହକର୍ମୀଙ୍କ ସହ ମତାନ୍ତର ଓ ସମ୍ମାନ ହାନି ଘଟିବ । ଯେଉଁମାନଙ୍କର ଧନିଷ୍ଠା କୁମ୍ଭ ସେମାନେ ସତର୍କ ହେବେ । ଶୁଭରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୩, ଆରାଧନା : ମା’ ଭୈରବୀ ।

ମୀନ: ସ୍ୱଜନ, ପ୍ରିୟଜନ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି, ଆର୍ଥିକ ଅବସ୍ଥାରେ ଉନ୍ନତି ଏବଂ ପୁରାତନ ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ପ୍ରାପ୍ତ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ପଦୋନ୍ନତି ଓ ପଦସ୍ଥ ଅଧିକାରୀଙ୍କ ଶୁଭଦୃଷ୍ଟିରେ ରହିବେ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୨, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।