PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ମଙ୍ଗଳବାର ରାଶିଫଳ: ଆର୍ଥିକ ସ୍ଥିତି ବିଗିଡିବା ସହ ପରିବାରରେ ଅଶାନ୍ତି ଦେଖାଦେବ, ଏହି ରାଶିର ଲୋକେ ରୁହନ୍ତୁ ସତର୍କ

ଅଦ୍ୟ ତା.୨୯.୧୧.୨୦୨୨ରିଖ, ବିଛା ୧୪ ଦିନ, ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ, ମଙ୍ଗଳବାର । ଷଷ୍ଠୀ : ଦିବା ୧୧ଟା ୦୫ ମିନିଟ୍‌ । ଶ୍ରବଣା : ଦିବା ୮ଟା ୩୮ ମିନିଟ୍‌ । ମକର ଚନ୍ଦ୍ର: ରାତ୍ରି ୭ଟା ୫୧ ମିନିଟ୍‌ । ସୂର୍ଯ୍ୟୋଦୟ-୬ଟା ୦୪ ମିନିଟ୍‌ ୫୫ ସେକେଣ୍ଡ, ସୂର୍ଯ୍ୟାସ୍ତ-୫ଟା ୦୪ ମିନିଟ୍‌ ୪୨ ସେକେଣ୍ଡ । ଯୋଗିନୀ ପଶ୍ଚିମେ, ଦିବା ୧୧ଟା ୦୫ ମିନିଟ୍‌ ଗତେ ବାୟବ୍ୟେ । ମୃତେ ଏକପାଦ ଦିବା ୧୧ଟା ୦୫ ମିନିଟ୍‌ ଗତେ ଦ୍ୱିପାଦ ପୁଷ୍କର ଦୋଷ । ତାଳ ଖାଇବା ମନା, ଖାଇଲେ ଦେହରେ ରୋଗ । ବୁଧବାର ନଡ଼ିଆ ଖାଇବା ମନା, ଖାଇଲେ ମୂର୍ଖ ହେବେ । ଅଦ୍ୟ ଚମ୍ପକ ଷଷ୍ଠୀ, ଓଢ଼଼ଣ ଷଷ୍ଠୀ ।

ମଙ୍ଗଳବାର ରାଶିଫଳ
ମେଷ: ଦଶମ ଚନ୍ଦ୍ର ମଙ୍ଗଳବାର ଏବଂ ସକାଳ ୮ଟା ୩୮ ମିନିଟ୍‌ ପରେ ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ନୂତନ କର୍ମାରମ୍ଭ କରିବେ କିମ୍ବା ନୂତନ ନିଯୁକ୍ତି ମିଳିପାରେ । କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ଆଜି ଯେକୌଣସି କର୍ମ ହାତକୁ ନେବେ ସେଥିରେ ଶତ ପ୍ରତିଶତ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ମଧ୍ୟମ ହେବ ଏବଂ ଦେହ ମନ ସୁସ୍ଥ ରହିବ । ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା : ୬, ଆରାଧନା: ମା’ ଚଣ୍ଡୀ ।

ବୃଷ: ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା, ସମ୍ମାନ ଓ ପ୍ରମୋଶନ ମିଳିପାରେ । ଗୁରୁଜନଙ୍କ ପ୍ରତି ଭକ୍ତିଭାବ ଏବଂ ଲଘୁଜନଙ୍କୁ ଶ୍ରଦ୍ଧାଭାବ ପ୍ରକାଶ ପାଇବ ଏବଂ ପୁରାତନ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ । ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ମେରୁନ୍‌, ସଂଖ୍ୟା: ୨, ଆରାଧନା: ମା’ କମଳା ।

ମିଥୁନ: ଅଷ୍ଟମ ଚନ୍ଦ୍ର ଯୋଗୁ ଚାଲିଚଳନ ବ୍ୟବହାର ବିବାଦୀୟ ହେବ ଏବଂ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । ଉଚିତ୍‌ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍‌ କର୍ମରେ ଆଗ୍ରହ ରଖିବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବହୁବିଧ ସମସ୍ୟା ଦେଖାଦେବ । ଯେଉଁମାନଙ୍କର ମୃଗଶିରା ମିଥୁନ ଓ ଯାହାର ପ୍ରଥମ ନାମାକ୍ଷର କା, କି ସେମାନେ ସତର୍କ ହେବେ । ଶୁଭରଙ୍ଗ: କଫି, ସଂଖ୍ୟା: ୧୨, ଆରାଧନା: ମା’ ଷୋଡ଼ଶୀ ।

କର୍କଟ: ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ । ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ ଏବଂ ଆଭୂଷଣ ପ୍ରତି ମନରେ ଅଧିକ ଦୁର୍ବଳତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ପ୍ରାପ୍ତି ହେବ । ଅପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ମିଳିବ ଏବଂ ଆମୋଦପ୍ରମୋଦରେ ଅଧିକ ଆଗ୍ରହ ରହିବ । ଯେଉଁମାନଙ୍କର ଅଶ୍ଳେଷା କର୍କଟ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୨, ଆରାଧନା: ମା’ ସମଲେଶ୍ୱରୀ ।

ସିଂହ: ଘାତଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା, ପରିବାରରେ ବିବାଦ, ଶାରୀରିକ ପୀଡ଼ା ଏବଂ ଚାଲିଚଳନ ବ୍ୟବହାର ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଅଯଥା ଖର୍ଚ୍ଚ ଅଧିକ ହେବ । ଆର୍ଥିକ ସ୍ଥିତି ବିଗିଡ଼ିଯିବ, ଅଯଥା ଖର୍ଚ୍ଚ, ଅଯଥା ବିବାଦ ଓ ଶତ୍ରୁବୃଦ୍ଧି ଘଟିବ । କର୍ମରେ ବିଫଳତା ଓ ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ସିଂହ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୧୧, ଆରାଧନା: ମା’ ମାତଙ୍ଗୀ ।

କନ୍ୟା: ଶୁକ୍ଳପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନସମ୍ପର୍କ ବୃଦ୍ଧି ପାଇବ । ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ପିତାମାତାଙ୍କ କୃପାଲାଭ କରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ କୌଣସି ମାଙ୍ଗଳିକ କର୍ମରେ ଯୋଗଦେବେ । ଯେଉଁମାନଙ୍କର ହସ୍ତା କନ୍ୟା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଚକୋଲେଟ୍‌, ସଂଖ୍ୟା: ୪, ଆରାଧନା: ମା’ ଭୈରବୀ ।

ତୁଳା: ଚତୁର୍ଥ ଚନ୍ଦ୍ର ଓ ମଙ୍ଗଳବାର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଆର୍ଥିକ କାରବାର ବେଳେ ସତର୍କ ହେବେ । ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ମନରେ ଅସ୍ଥିରତା, ପରିବାରରେ ବିବାଦ ଏବଂ ଯାନବାହନରେ ଖର୍ଚ୍ଚାନ୍ତରେ ପଡ଼ିବେ । ବାଣିଜ୍ୟ, ବ୍ୟବସାୟ, ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକସଦୃଶ ମନେ ହେବ । ଯେଉଁମାନଙ୍କର ଚିତ୍ରା ତୁଳା ଓ ଯାହାର ପ୍ରଥମ ନାମାକ୍ଷର ରା, ରି, ସେମାନେ ସତର୍କ ହେବେ । ଶୁଭରଙ୍ଗ: ସିଲ୍‌ଭର, ସଂଖ୍ୟା: ୮, ଆରାଧନା: ମା’ ଗାୟତ୍ରୀ ।

ବିଛା: ମଙ୍ଗଳବାର ଏବଂ ଦିବା ୮ଟା ୩୮ ମିନିଟ୍‌ ପରେ ମଙ୍ଗଳଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମୂଲ୍ୟବାନ ଧାତୁ ଓ ଭୂମିକ୍ରୟ କରିପାରନ୍ତି କିମ୍ବା ଗୃହ ନିର୍ମାଣ ଆରମ୍ଭ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୬, ଆରାଧନା: ପ୍ରଭୁ ସ୍କନ୍ଦ ।

ଧନୁ: ଶୁକ୍ଳପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନ ପ୍ରତି ଓ ଆୟ ପ୍ରତି ମନରେ ଅହେତୁକ ଦୁର୍ବଳତା ପ୍ରକାଶ ପାଇବ ଏବଂ ଆୟ ଯେତେ ଅଧିକ ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରହିବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ । କର୍ମରେ ସଫଳତା ମିଳିଲେ ମଧ୍ୟ ମନ ବିଷାଦଗ୍ରସ୍ତ ରହିବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୫, ଆରାଧନା: ମା’ ତାରା ।

ମକର: ଘାତବାର, ଶ୍ରୀଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଚାଲିଚଳନ, ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ ଏବଂ ସମସ୍ତଙ୍କ ସ୍ନେହ, ଶ୍ରଦ୍ଧାର ପାତ୍ର ହେବେ । ଯେଉଁମାନଙ୍କର ଶ୍ରବଣା ମକର ସେମାନେ ଉପକୃତ ହେବେ । ଶୁଭରଙ୍ଗ: ବାଇଗଣୀ, ସଂଖ୍ୟା: ୧୧, ଆରାଧନା: ମା’ ଦୁର୍ଗା ।

କୁମ୍ଭ: ଦ୍ୱାଦଶ ଚନ୍ଦ୍ର, ମଙ୍ଗଳବାର ଯୋଗୁ ଅଯଥା ଖର୍ଚ୍ଚ ଓ ବଦ୍‌ଖର୍ଚ୍ଚ ବଢ଼ିଚାଲିବ ଏବଂ ମନରେ ହତୋତ୍ସାହ ଭାବ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ଏବଂ କର୍ମରେ ବିଫଳତା ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତ୍‌ଧାବନ କରିବେ ଏବଂ ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ । ଯେଉଁମାନଙ୍କର ଧନିଷ୍ଠା କୁମ୍ଭ ଓ ଯାହାର ପ୍ରଥମ ନାମାକ୍ଷର ଗେ, ଗୁ ସେମାନେ ସତର୍କ ହେବେ । ଶୁଭରଙ୍ଗ: କଳା, ସଂଖ୍ୟା : ୩, ଆରାଧନା: ମା’ କାଳୀ ।

ମୀନ: ଏକାଦଶ ଚନ୍ଦ୍ର, ମଙ୍ଗଳବାର ଯୋଗୁ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ ବୃଦ୍ଧି ପାଇବ ଏବଂ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଅର୍ଜିତ ଆୟକୁ ସତ୍‌ବାଟରେ ବିନିଯୋଗ କରିବେ । କର୍ମରେ ଆଶାଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁମାନଙ୍କର ରେବତୀ ମୀନ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଗୋଲାପି, ସଂଖ୍ୟା : ୭, ଆରାଧନା: ପ୍ରଭୁ ଗଜାନନ ।