PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ତୁର୍କୀ ଓ ସିରିଆରେ ଭୟଙ୍କର ଭୂକମ୍ପ ଝଟକା: ୧୯୫ ମୃତ, ଦୁଇ ଦେଶରେ ପ୍ରବଳ କ୍ଷୟକ୍ଷତି, ଯଥା ସମ୍ଭବ ସହାୟତା ଭରସା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଇସ୍ତାନବୁଲ,୬।୨: ତୁର୍କୀ ଓ ସିରିଆରେ ସୋମବାର ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୮ ଥିଲା। ଭୂକମ୍ପ ଯୋଗୁଁ ଦକ୍ଷିଣ ପୂର୍ବ ତୁର୍କୀ ଓ ସିରିଆରେ ପ୍ରବଳ କ୍ଷୟକ୍ଷତି ଖବର ସାମନାକୁ ଆସିଛି। ଦୁଇ ଦେଶ ଭିତରେ ବହୁ ସ୍ଥାନରେ ଶତାଧିକ ବିଲ୍ଡିଂ ଭୁଶୁଡି ପଡିଛି। ତୁର୍କୀରେ ଏପର୍ଯ୍ୟନ୍ତ ୭୬,ସିରିଆରେ ୪୨ ଲୋକ ମରିଯାଇଥିବାର ଖବର ମିଳିଛି। ମୃତକଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି।

ଭୂକମ୍ପର କେନ୍ଦ୍ର ତୁର୍କୀ ଗଜିୟାଟେଂପରେ ଥିଲା। ଏହା ସିରିଆ ବର୍ଡରଠାରୁ ୯୦ କିଲୋମିଟର ଦୂରରେ ରହିଛି। ଏଭଳି ସ୍ଥିତିରେ ସିରିଆର ବହୁ ସହରରେ ଭୂକମ୍ପର ଝଟକା ଅନୁଭବ ହୋଇଛି। କୁହାଯାଉଛି ଯେ, ସୀମାର ଦୁଇପଟେ ଭୂକମ୍ପର ଯୋରଦାର ପ୍ରଭାବ ପଡିଛି। ତୁର୍କୀରେ ଭୂକମ୍ପ ସ୍ଥାନୀୟ ସମୟ ଅନୁସାରେ, ସକାଳ ୪ଟା ୧୭ ମିନିଟ୍‌ରେ ଆସିଥିଲା। ଭୂକମ୍ପର କେନ୍ଦ୍ର ଗଜିୟାଟେଂପ ପାଖରେ ଥିଲା। ତୁର୍କୀର ରାଷ୍ଟ୍ରପତି ରଜବ ତୈୟବ ଇରଦୁଗାନ୍‌ ଟ୍ବିଟ୍‌ କରି କହିଛନ୍ତି,ଭୂକମ୍ପରେ ପ୍ରଭାବିତ କ୍ଷେତ୍ରରେ ରେସକ୍ୟୁ ଅଭିଯାନ ଜାରି ରହିଛି। ଭୂକମ୍ପ ବେଳେ ଅତି କମ୍‌ରେ ୬ ଥର ଝଟକା ଲାଗିଥିଲା। ଇରଦୁଗାନ୍‌ ଲୋକଙ୍କୁ ଅପିଲ କରିଛନ୍ତି, କ୍ଷତିଗ୍ରସ୍ତ ବିଲ୍ଡିଂରେ ପ୍ରବେଶ କରନ୍ତୁ ନାହିଁ।

କୁହାଯାଉଛି ଯେ, ଭୂକମ୍ପର ଝଟକା ଲେବନାନ, ସିରିଆରେ ଅନୁଭବ ହୋଇଛି। ସିରିଆରେ ଅଲେପା ଓ ହମା ସହର କ୍ଷତିଗ୍ରସ୍ତ ହୋଇଥିବାର ଖବର ସାମନାକୁ ଆସିଛି। ସିଭିଲ ଡିଫେନ୍ସ ଅନୁସାରେ, ସିରିଆର ତୁର୍କୀକୁ ଲାଗିଥିବା ଅଞ୍ଚଳରେ ବହୁ ବିଲ୍ଡିଂ ଭାଙ୍ଗି ଯାଇଛି। ଦମିଂଶକରେ ମଧ୍ୟ ଭୂକମ୍ପ ଝଟକା ପରେ ଲୋକମାନେ ସଡକ ଉପରକୁ ଆସିଯାଇଛନ୍ତି। ଲେବାନନ୍‌ରେ ପ୍ରାୟ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଛି।

ତୁର୍କୀରେ ସୋମବାର ଆସିଥିବା ଏହି ପ୍ରଳୟଙ୍କାରୀ ଭୂକମ୍ପ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭୂକମ୍ପ କାରଣରୁ ପ୍ରବଳ କ୍ଷୟକ୍ଷତି ହୋଇଛି। ଭୂକମ୍ପ କାରଣରୁ ମୃତ୍ୟୁ ଏବଂ ସମ୍ପତ୍ତି ନଷ୍ଟ ହୋଇଛି। ଶୋକ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ରହିଛି। ଆହତମାନେ ଖୁବ୍ ଶୀଘ୍ର ସୁସ୍ଥ ହୁଅନ୍ତୁ ଏହା ମୋର କାମନା। ତୁର୍କୀର ଏହି ଖରାପ ସମୟରେ ଭାରତ ତା’ର ସାଙ୍ଗରେ ରହିଛି। ଯଥାସମ୍ଭବ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର