ଆଙ୍କାରା,୨୯।୧୨: ତୁର୍କୀର ଉତ୍ତର ପଶ୍ଚିମ ଅଞ୍ଚଳରେ ଆତଙ୍କୀ ସଂଗଠନ ଆଇଏସ୍ଆଇଏଲ୍ ବିରୋଧରେ ସୁରକ୍ଷା ବଳ ଏକ ବଡ଼ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତୁର୍କୀର ଗୃହମନ୍ତ୍ରଣାଳୟ ଅନୁସାରେ, ସୁରକ୍ଷା ଏଜେନ୍ସି ଗୋଟିଏ ରାତିରେ ଦେଶର ୧୩ ଟି ଅଲଗା ଅଲଗା ପ୍ରଦେଶରେ ଆଇଏସ୍ଆଇଏଲ୍ ସମ୍ପର୍କିତ ଠିକଣାରେ ମୋଟ୍ ୧୦୮ ଚଢାଉ କରାଯାଇଛି। ଅଭିଯାନରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେଭଳି ୩ ପୁଲିସ କର୍ମଚାରୀଙ୍କ ଜୀବନ ଚାଲିଯାଇଛି। ଗୃହମନ୍ତ୍ରୀ ଅଲ୍ଲୀ ୟେରାଲିକାୟା ଅଧିକାରୀଙ୍କ ବୟାନ ଜାରି କରି ଏହି ଅପରେସନ୍ ବିଷୟରେ କହିଛନ୍ତି। ସେ କହିଛନ୍ତି, ଏହି ଚଢାଉର ଉଦେଶ୍ୟ ଦେଶରେ ସକ୍ରିୟ ଆଇଏସଆଇଏଲର ସ୍ଲିପର ସେଲ୍ ନେଟଓ୍ବର୍କକୁ ପୁରା ଭାବରେ ଧ୍ବଂସ କରିବାକୁ ଚାହୁଁଥିଲା। ଯାହାକି ଛୁଟି ବେଳେ ଆକ୍ରମଣ ଯୋଜନା ତିଆରି କରୁଥିଲା।
ଏହି ଅଭିଯାନର ସବୁଠାରୁ ଗମ୍ଭୀର ଓ ଖୁନୀ କାର୍ଯ୍ୟାନୁଷ୍ଠାନ ୟାଲୋଭ ପ୍ରଦେଶର ଏଲମାଲିକ୍ ଗାଁରେ ହୋଇଥିଲା। ଯାହାକି ଇସ୍ତାନବୁଲ୍ର ଦକ୍ଷିଣରେ ଥିବା ଏକ ଆବାସିକ ଅଞ୍ଚଳରେ ହୋଇଥିଲା। ସୋମବାର ଭୋର ୨ଟା ବେଳେ ପୁଲିସ ଟିମ୍ ଗୁଇନ୍ଦା ସୂଚନା ଆଧାରରେ ଚଢାଉ କରିଥିଲା। ଯେତେବେଳେ ସୁରକ୍ଷାକର୍ମୀ ଭିତରକୁ ପ୍ରବେଶ କରିଥିଲେ, ସେତେବେଳେ ଆଇଏସ୍ଆଇଏଲ୍ ଆତଙ୍କୀ ହଠାତ୍ ଫାୟାରିଂ କରିବା ଆରମ୍ଭ କରିଦେଇଥିଲେ। ଏହାପରେ ଦୁଇ ପକ୍ଷ ଭିତରେ ଗୁଳିକାଣ୍ଡ ଆରମ୍ଭ ହୋଇଥିଲା। ଏହି ସଂଘର୍ଷରେ ୬ ଜଣ ଆଇଏସ୍ଆଇଏଲ୍ ଆତଙ୍କବାଦୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେଭଳି ତିନି ପୁଲିସ ଅଧିକାରୀ ଶହୀଦ ହୋଇଥିଲେ। ଏହାଛଡା ୮ ପୁଲିସକର୍ମୀ ଓ ଜଣେ ନାଇଟ୍ ଓ୍ବାଚମ୍ୟାଚ୍ ଗୁରୁତର ଆହତ ହୋଇଥିଲେ। ଯାହାଙ୍କୁ ଚକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ତୁର୍କୀରେ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନ ଏଭଳି ସମୟରେ ହୋଇଛି। ଯେତେବେଳେ ସୁରକ୍ଷା ଏଜେନ୍ସିଙ୍କୁ ଆତଙ୍କୀ ଆକ୍ରମଣକୁ ନେଇ ଗୁଇନ୍ଦା ଚେତାବନୀ ମିଳିଥିଲା। ଅଧିକାରୀଙ୍କ ସୂଚନା ଅନୁସାରେ, ଆଇଏସ୍ଆଇଏଲ୍ର କିଛି ସ୍ଲିପର ସେଲ୍ ଛୁଟିରେ ଥିବା ବେଳେ ବିଶେଷ ଭାବରେ ଅଣ-ମୁସଲମାନ ସମ୍ପ୍ରଦାୟ ଓ ଗହଳି ଅଞ୍ଚଳକୁ ଟାର୍ଗେଟ କରିବାର ଯୋଜନରେ ଥିଲେ। ଏହା ପୂର୍ବରୁ ଗୁରୁବାର ମଧ୍ୟ ସାରାଦେଶରେ ୧୨୪ଟି ଆଡ୍ଡାରେ ଚଢାଉ ହୋଇଥିଲା। ଯେଉଁଥିରେ ୧୧୫ ସନ୍ଦିଗ୍ଧ ଆଇଏସ୍ଏଲ ସମର୍ଥକଙ୍କୁ ଗିରଫ କରାଯାଇଥିଲା। ଏହା ଭିତରେ ଆମେରିକା ମଧ୍ୟ ସିରିଆରେ ଆଇଏସ୍ଆଇଏଲ ବିରୋଧରେ ବଡ଼ ସାମରିକ ଆକ୍ରମଣ କରିଛି। ଆମେରିକା ସେନା ମଧ୍ୟ ଓ ଉତ୍ତର-ପୂର୍ବ ସିରିଆରେ ୭୦ ରୁ ଅଧିକ ଆଇଏସଆଇଏଲ୍ ଆଡ୍ହାକୁ ଟାର୍ଗେଟ କରିଛି। ଏହି ଆକ୍ରମଣ ସେହି ଘଟଣା ପରେ ଘଟିଛି, ଯେଉଁଥିରେ ସିରିଆର ପଲମାୟରା ସହରରେ ଦୁଇ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଥିଲା।
ଆହୁରି ପଢନ୍ତୁ:ନର୍ସିଂ ହୋମ୍ରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳି ୧୬ ମୃତ