PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆପଣ ବି ଏହି ବ୍ଯକ୍ତିଙ୍କ ପରି ରାତାରାତି ପାଲଟିଯିବେ ହିରୋ, କରନ୍ତୁ ଏମିତି…

ଆଙ୍କାରା ୧୭/୭: ‘ମୋ ପାଖରେ ଗୋଟେ ଆଇଡିଆ ଅଛି ।‘ ଏହା ଆମେ କହୁନୁ । ବରଂ ତୁର୍କୀରେ ଜଣେ ବ୍ଯକ୍ତି ଏହି କଥା ଟ୍ୱିଟରରେ କହିଛନ୍ତି । ଆଉ ଏହି ପୋଷ୍ଟ ପରେ ସେ ତୁର୍କୀର ହିରୋ ପାଲଟି ଯାଇଛନ୍ତି । ଏନସ ସାହିନ୍ ନାମକ ଏହି ବ୍ଯକ୍ତିଙ୍କ ପୋଷ୍ଟ ଏତେ ଭାଇରାଲ ହେଲା ଯେ ସେଥିରେ ୫୫ ହଜାରରୁ ଅଧିକ କମେଣ୍ଟ ଆସିଛି ଏବଂ ଏହା ଏତେ ପ୍ରଭାବଶାଳୀ ଥିଲା ଯେ ସେଠାକାର ସରକାର ଏହି ପୋଷ୍ଟରେ ନିଜ ସକରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ।

ଏନସ ସାହିନ୍ ନିଜ ଟ୍ୱିଟରେ ଲେଖିଥିଲେ ଯେ ‘ମୋତେ ଏକ ଆଇଡିଆ ଆସିଛି । ଆମେ ରାଷ୍ଟ୍ରୀୟ ବୃକ୍ଷାରୋପଣ ଦିବସର ଘୋଷଣା କାହିଁକି କରିପାରିବାନି । ପ୍ରତି ବର୍ଷ ଆମେ ଗୋଟିଏ ଦିନ ଛୁଟି ନେଇପାରିବା ଏବଂ ବୃକ୍ଷ ରୋପଣ କରିପାରିବା । ଆସନ୍ତୁ ଆମେ ଦୁନିଆ ପାଇଁ ଏକ ଉଦାହରଣ ପାଲଟିବା ଏବଂ ଆଗାମୀ ପିଢି ପାଇଁ ଏକ ଚିରସବୁଜ ଦେଶ ପ୍ରଦାନ କରିପାରିବା ।‘

ସାହିନଙ୍କ ଏହି ଟ୍ୱିଟରେ ତୁର୍କୀର ରାଷ୍ଟ୍ରପତି ଏଦୋର୍ଗେନ୍ ଜବାବ ଦେଇ କହିଛନ୍ତି ଯେ ‘ଏନସ ଏହା ଏକ ମହାନ୍ ଆଇଡିଆ । ଆମେ ସର୍ବଦା ଏକ ସବୁଜିମାରେ ପରିପୂର୍ଣ୍ଣ ତୁର୍କୀ ପାଇଁ କାମ କରିଆସିଛୁ ଏବଂ ଆଗକୁ ମଧ୍ଯ କରିବୁ । ମୋ ବନ୍ଧୁ ଏବଂ ମୁଁ ଏହି ଦାୟିତ୍ୱ ହାତକୁ ନେଉଛୁ ଯେ ଆମର ମଧ୍ଯ ଏକ ରାଷ୍ଟ୍ରୀୟ ବୃକ୍ଷାରୋପଣ ଦିବସ ରହିବ ।‘

ସାହିନ୍ ପରେ ରାଷ୍ଟ୍ରପତିଙ୍କୁ ଧନ୍ଯବାଦ ଦେଇ ଲେଖିଛନ୍ତି ଯେ ‘ରାଷ୍ଟ୍ରପତି ମହୋଦୟ, ମୁଁ ବହୁତ ଖୁସି ଯେ ଆପଣ ମୋ ଆଇଡିଆ ଉପରେ ଜବାବ ଦେଇଛନ୍ତି  । ଆମେ ଆପଣଙ୍କ ନିକଟରେ କୃତଜ୍ଞ ଯେ ଆପଣ ହଜାର ହଜାର ଯୁବକଙ୍କ ସ୍ୱର ସାଜିଛନ୍ତି ।‘ ଅବଶ୍ଯ ତୁର୍କୀରେ ବୃକ୍ଷାରୋପଣ ପାଇଁ ରାଷ୍ଟ୍ରୀୟ ଛୁଟି ଘୋଷଣା ହେବା ପୂର୍ବରୁ ହିଁ ସାହିନଙ୍କ ଟ୍ୱିଟରେ ହଜାର ହଜାର ଲୋକ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେମାନେ ସ୍ୱଇଛାରେ ନିଜଆଡୁ ବୃକ୍ଷ ରୋପଣ ପାଇଁ ଆଗେଇ ଆସୁଛନ୍ତି । ତେବେ ଆପଣ ବି ଏମିତି କିଛି ଆଇଡିଆ ସର୍ବସମ୍ମୁଖରେ ରଖି ରାତାରାତି ହିରୋ ପାଲଟି ପାରିବେ । ଏପରି କିଛି ଆଇଡିଆ ଯାହା ଦେଶ ଓ ସମାଜର କଲ୍ଯାଣ କରୁଥିବ । ତେବେ ଆଉ ଡେରି ନକରି ସେମିତି ଏକ ଆଇଡିଆ ଖୋଜିବାରେ ଲାଗିପଡନ୍ତୁ ।