ନୂଆଦିଲ୍ଲୀ,୨୨।୧୨: ତୁର୍କୀ ସଂସଦରୁ ଚକିତ କରିଦେବା ଭଳି ଘଟଣା ସାମନାକୁ ଆସିଛି। ସଂସଦର ବଜେଟ୍ ଅଧିବେଶନ୍‌ରେ ମତଦାନ ସମୟରେ ସାଂସଦଙ୍କ ଭିତରେ ମାଡ଼ ମରାମରି ଦେଖିବାକୁ ମିଳିଛି। ତୁର୍କୀର ଗ୍ରାଣ୍ଡ ନ୍ୟାସନାଲ ଆସେମ୍ବଲିର ସାଧାରଣ ସଭାରେ ୨୦୨୬ ବଜେଟ୍ ଉପରେ ମତଦାନର ଠିକ୍ ପୂର୍ବରୁ ବିବାଦ ବଢି ଯାଇଥିଲା। ସିଏଚ୍‌ପି ଗ୍ରୁପ ଡେପୁଟି୍ ଚେୟାରମ୍ୟାନ୍ ମୁରତ ଅମିର ଏର୍ଦୋଅନଙ୍କ ଏକେ ପାର୍ଟିର ବୁର୍ସାରୁ ସାଂସଦ ଥିବା ମୁସ୍ତାଫା ଭାରଙ୍କ ନିକଟକୁ ଯାଇଥିଲେ। ଆମିର ଭରଙ୍କ ପାଖକୁ ଯିବା ପରେ ଆରମ୍ଭ ହୋଇଥିବା ଯୁକ୍ତିତର୍କ। ପରେ ଏହା ଖୁବ୍ ଶୀଘ୍ର ହାତାହାତିରେ ବଦଳି ଯାଇଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତୁର୍କୀର ‘ଏକୋଲ ଟିଭି’ର ସୂଚନା ଅନୁସାରେ, ଏକେ ପାର୍ଟିର ସାଂସଦ ମୁସ୍ତଫା ଭରଙ୍କ କିଛି କହିବାକୁ ଚାହୁଁଥିଲେ। ଏହି ସମୟରେ ବିରୋଧି ଇହ୍ଲାମୀ ୟଭଗୁନ୍ ଓ ମୁରତ ଅମିର ତାଙ୍କ ପାଖରେ ପହଁଞ୍ଚିଥିଲେ। ବଜେଟକୁ ନେଇ ଦୁହେଁ ଭରଙ୍କଙ୍କୁ ମାଡ଼ ମାରିଥିଲେ। ଏହାପରେ ଦୁଇ ଗୋଷ୍ଠୀ ଭିତରେ ହାତାହାତି ଆରମ୍ଭ ହୋଇଯାଇଥିଲା। ଯୁକ୍ତିତର୍କ ଭିତରେ ସରକାର ବିଲ୍ ପାସ୍ କରିଦେଇଥିଲେ।

୨୦୨୬ ବଜେଟ୍ ଉପରେ ମତଦାନର କିଛି ମିନିଟ୍ ପୂର୍ବରୁ ତୁର୍କୀ ସଂସଦର ସାଧାରଣ ସଭା ଋଣଭୂମିରେ ପରିଣିତ ହୋଇଥିଲା। ସିଏଚପି ମୁରାତ ଆମିର ଓ ଏକେ ପାର୍ଟିର ମୁସ୍ତଫା ଭରଙ୍କଙ୍କ ଭିତରେ ହୋଇଥିବା ଯୁକ୍ତିତର୍କ ଖୁବ୍ ଶୀଘ୍ର ଏକେ ପାର୍ଟି ଓ ସିଏଚପିର ସବୁ ସାଂସଦଙ୍କ ଭିତରେ ସଂଘର୍ଷରେ ପାଲଟି ଯାଇଥିଲା। ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ହାତାହାତି। ସ୍ଥିତିକୁ ଦେଖି ଟିବିଏମ୍ଏମ୍ ଅଧ୍ୟକ୍ଷ ନୁମାନ କୁର୍ତୁଲମୁଶଙ୍କୁ ଗ କାର୍ଯ୍ୟ ବନ୍ଦ କରିବାକୁ ପଡିଥିଲା। ସ୍ଥିତି ଶାନ୍ତ ହେବାପରେ ସାଂସଦ ପୁଣିଥରେ ସାଧାରଣ ସଭାର କକ୍ଷକୁ ଫେରିଥିଲେ। ଏହାପରେ ବଜେଟ୍ ଉପରେ ମତଦାନ ହୋଇଥିଲା। ବିତର୍କ ଭିତରେ ସରକାର ବିଲ୍‌କୁ ପାସ୍ କରିଦେଇଥିଲେ।

ଆହୁରି ପଢନ୍ତୁ : ନ୍ୟାସନାଲ ହେରାଲ୍ଡ ମାମଲରେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ବଢିଲା ଅଡୁଆ, ନୋଟିସ୍ ଜାରି କଲେ ଦିଲ୍ଲୀ ହାଇକୋର୍ଟ