ନୂଆଦିଲ୍ଲୀ,୦୫/୦୪; ଘରୋଇ ଗୁଜରାଟ ଓ ରାଜସ୍ଥାନ ମଧ୍ୟରେ ଚଳିତ ଆଇପିଏଲ୍‌ର ନବମ ଲିଗ୍‌ ମୁକାବିଲା ଖେଳାଯାଇଥିଲା । ରାଜସ୍ଥାନ ୬ ରନ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଦଳ ରାଜସ୍ଥାନ ୨୧୦ ରନ କରିଥିଲା । ଜବାବରେ ଗୁଜରାଟ ୮ ୱିକେଟ୍‌ ହରାଇ ୨୦୪ ରନ କରିବାକୁ ସକ୍ଷମ ହୋଇଥିଲା  ୬ ରନରେ ବାଜି ମାରିଥିଲା ରିୟାନ ପରାଗଙ୍କ ନେତୃତ୍ୱାଧୀନ ରାଜସ୍ଥାନ । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ରବି ବିଷ୍ଣୋଇ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌  ହୋଇଥିଲେ । ହେଲେ ଚର୍ଚ୍ଚାରେ ତୁଷାର ଦେଶପାଣ୍ଡେ । ଶେଷ ଓଭରରେ ତୁଷାରଙ୍କ ବୋଲିଂ ପାଇଁ ରାଜସ୍ଥାନ ବାଜି ମାରିଥିଲା । ତେବେ ସେ ଶେଷ ଓଭର ବୋଲିଂ କରିନଥାନ୍ତେ ଯାହାକ ଖୁଲାସା କରିଛନ୍ତ ଅଧିନାୟକ ରିୟାନ ପରାଗ । ତେବେ କପରି ନିଷ୍ପତ୍ତି ବଦଳିଲା ଜାଣନ୍ତୁ ରିପୋର୍ଟରେ ।

୩୧ଟି ବଲ୍‌ରେ ବିଜୟ ପାଇଁ ଆଉ ୫୦ ରନ ଆବଶ୍ୟକ ହେଉଥିଲା । ହାତରେ ଥିଲା ୩ଟି ୱିକେଟ୍‌ । ରସିଦ ଓ ରାବାଡା ସହଜରେ ହାର ମାନି ନଥିଲେ । ଉଭୟ ଆକ୍ରମଣ ଜାରି ରଖି ଦଳକୁ ବିଜୟ ନିକଟତର କରାଇଥିଲେ । ମାତ୍ର ଅନ୍ତିମ ଓଭରରେ ସବୁ ଆଶା ବିଗାଡ଼ି ଦେଇଥିଲେ ତୁଷାର ଦେଶପାଣ୍ଡେ । ସେ ଏହି ଓଭରରେ ମାତ୍ର ୪ ରନ ପ୍ରଦାନ କରିବା ସହ ରସିଦ (୨୪)ଙ୍କୁ ଆଉଟ୍‌ କରି ଦଳକୁ ବିଜୟୀ କରାଇଥିଲେ । ରାବାଡ଼ା ୨୩ ରନ କରି ଅପରାଜିତ ରହିଥିଲେ । ଶେଷ ଓଭରରେ କମାଲ କରିଥିଲେ ତୁଷାର ଯାହାର ପରିଣାଲ ରାଜସ୍ଥାନ ଜିତିଥିଲା । ଶେଷ ୨ ଓଭରରେ ରାଜସ୍ଥାନ ୧୫ ରନ୍ ବଞ୍ଚାଇଥିଲା । ତୁଷାର ଶେଷ ଓଭର ବୋଲିଂ କରିବାର ନଥିଲା ଯାହାର ଖୁଲାସା କରିଛନ୍ତି ଅଧିନାୟକ ରିୟାନ ପରାଗ । ରିୟାନ ଜୋଫ୍ରା ଆର୍ଚରଙ୍କୁ ୨୦ତମ ବୋଲିଂ କରାଇବାକୁ ଚାହୁଁଥିଲେ, କିନ୍ତୁ ଧ୍ରୁବ ଜୁରେଲଙ୍କ ଅନୁରୋଧରେ ସେ ତାଙ୍କ ନିଷ୍ପତ୍ତିକୁ ବଦଳାଇଥିଲେ । 

ଏହା ବି ପଢନ୍ତୁ...ରାଜସ୍ଥାନର ରୋମାଞ୍ଚକ ବିଜୟ, ଗୁଜୁରାଟ ମୁହଁରୁ ଛଡ଼ାଇ ଆଣିଲା ମ୍ୟାଚ୍  

ଗୁଜରାଟ ବିପକ୍ଷ ବିଜୟ ପରେ ରିୟାନ ପରାଗ କହିଛନ୍ତି, ମୁଁ ଭାବୁଛି ଏହା ଭଲ ଥିଲା । ମୁଁ ଏକ ସୁଯୋଗ ନେଇଥିଲି, ଭାବିଲି ଚାଲ ପୂର୍ଣ୍ଣ ଏବଂ ଦ୍ରୁତ ବୋଲିଂ କରିବା । ୧୯ତମ ଏବଂ ୨୦ ତମ ଓଭର ବୋଲିଂ କରିବାର ବିକଳ୍ପରେ ମୁଁ କ୍ରମ ପରିବର୍ତ୍ତନ କରିବାକୁ ଯାଉଥିଲି । ତେଣୁ ଧ୍ରୁବ ଜୁରେଲଙ୍କୁ ଏହାର ଶ୍ରେୟ ଯାଏ । ସେ ମୋତେ ୧୯ତମ ଓଭରରେ ଜୋଫ୍ରାଙ୍କୁ ପଠାଇବାକୁ କହିଥିଲେ । ତେଣୁ ଯୋଜନା ଥିଲା କାରଣ ଏହା ୩ଟି ବଲରେ ପ୍ରାର୍ଥକ୍ୟ ଥିଲା । ଏହା ୧୨ଟି ବଲରେ ୧୫ ରନ ଥିଲା । ଜୁରେଲଙ୍କ ବିଷୟରେ ରିୟାନ କହିଛନ୍ତି ମୁଁ ଭାବୁଛି ଆମେ ତାଙ୍କ ପ୍ରତିଭାକୁ ଯଥେଷ୍ଟ ନ୍ୟାୟ ଦେଇନାହୁଁ । ସେ ୬ ଏବଂ ୭ ନମ୍ବରରେ ବ୍ୟାଟିଂ କରିଛନ୍ତି । ଆମର ୩ ନମ୍ବର ସ୍ଥାନରେ ଏକ ସୁଯୋଗ ଅଛି । ତାଙ୍କୁ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରାଇବା ଉଚିତ୍ ।