ମୁମ୍ବାଇ ୧୯/୧୧: ସୁପରଷ୍ଟାର ଜିତେନ୍ଦ୍ରଙ୍କ ପୁଅ ତଥା ଏକତା କପୁରଙ୍କ ଭାଇ ତୁଷାର କପୁର ଅନେକ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ଫିଲ୍ମରେ କ୍ୟାରିୟର କରିବା ପାଇଁ ସେ କଠିନ ପରିଶ୍ରମ କରିଥିଲେ । ତଥାପି, ସେ ତାଙ୍କ କ୍ୟାରିୟରରେ ଅଧିକ ସଫଳତା ପାଇନାହାଁନ୍ତି। ତାଙ୍କର ୨୩ ବର୍ଷର କ୍ୟାରିଅରରେ ସେ ୧୯ ଟି ଫ୍ଲପ୍ ଫିଲ୍ମ ଦେଇଛନ୍ତି। ଆସନ୍ତୁ ନଜର ପକାଇବା ଅଭିନେତାଙ୍କ ଯାତ୍ରା ଉପରେ।

‘ମୁଝେ କୁଛ କେହନା ହୈ’ ଫିଲ୍ମରେ ଡେବ୍ୟୁ କରିଥିଲେ ତୁଷାର । ଏହି ଫିଲ୍ମଟି ସୁପରହିଟ୍ ହୋଇଥିଲା। ଏହି ଫିଲ୍ମରେ କରୀନା କପୁର ଫିମେଲ୍‌ ଲିଡରେ ଥିଲେ। ଭଲ ଆରମ୍ଭ ସତ୍ତ୍ୱେ ତୁଷାର ତାଙ୍କ କ୍ୟାରିଅର୍ ସଫଳ ହୋଇପାରିଲେ ନାହିଁ । ଏହା ପରେ ସେ ଅନେକ ଫ୍ଲପ୍ ଫିଲ୍ମ ଦେଇଥିଲେ । ସେ କ୍ୟା ଦିଲ୍ ନେ କହା, ଜୀନା ସିର୍ଫ୍ ମେରେ ଲିୟେ, କୁଛ୍‌ ତୋ ହୈ, ୟେ ଦିଲ୍ ଭଳି ଫ୍ଲପ୍ ଫିଲ୍ମ ଦେଇଛନ୍ତି। ତା’ପରେ ତାଙ୍କର ଖାକି, ଗୟବ ପରି ଫିଲ୍ମ ଆଭେରେଜ୍‌ ଥିଲା। ଏହା ପରେ  ତାଙ୍କର ଇନସାନ୍‌, ସର୍ଟ - ଦି ଚ୍ୟାଲେଞ୍ଜ ବି ଫ୍ଲପ୍ ହୋଇଥିଲା।

ତା’ପରେ ତାଙ୍କର କ୍ୟା କୁଲ୍ ହେ ହମ୍, ଗୋଲମାଲ୍ ହିଟ୍ ହୋଇଥିଲା। ତାଙ୍କର କ୍ୟା ଲଭ୍ ଷ୍ଟୋରୀ ହେ, ଗୁଡ୍‌ ବଏ ବ୍ୟାଡ୍‌ ବଏ, ଅଗର, ଢୋଲ, ସଣ୍ଡେ, ୱାନ୍‌ ଟୁ ଥ୍ରୀ, ସି କେ କମ୍ପାନି, ଲାଇଫ୍ ପାର୍ଟନର, ଶୋର୍‌ ଇନ୍‌ ଦ ସିଟି, ଲଭ୍ ୟୁ ... ମିଷ୍ଟର୍‌ କଳାକାର ପରି ଅନେକ ଫ୍ଲପ୍ ଫିଲ୍ମ ଦେଇଛନ୍ତି! ତାଙ୍କର ପ୍ରାୟ ୧୯ ଟି ଫିଲ୍ମ ଫ୍ଲପ୍ ରହିଛି।