PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଟିଭି ଦେଖିବା ସମୟରେ ଫାଟିଲା LCD, ଜଣେ ନାବାଳକର ମୃତ୍ୟୁ, ୩ ଆହତ…

ଉତ୍ତରପ୍ରଦେଶ: ଗାଜିଆବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।  ଏଲସିଡି ଟିଭିରେ ବିସ୍ଫୋରଣ ପରେ ଜଣେ ୧୭ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘରର କାନ୍ଥ ମଧ୍ୟ ଭାଙ୍ଗି ଯାଇଛି । ଏହି ଘଟଣାରେ ମୃତ୍ୟୁ ହୋଇଥିବା ବାଳକର ନାଁ ଓମେନ୍ଦ୍ର ବୋଲି ଜଣା ପଡିଛି । ଟିଭି ଦେଖିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଓମେନ୍ଦ୍ରଙ୍କ ମା, ଭଉଣୀ ଏବଂ ଜଣେ ବନ୍ଧୁ ଆହତ ହୋଇଛନ୍ତି ।

ସୂଚନାନୁସାରେ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଘରର କାନ୍ଥ ମଧ୍ୟ ଭାଙ୍ଗି ଦେଇଛି । ସେଥିରେ ବଡ଼ ବଡ ଫାଟ ସୃଷ୍ଟି ହୋଇଛି । ବିସ୍ଫୋରଣ ପରେ ସେହି ଅଞ୍ଚଳରେ ରହୁଥିବା ଲୋକମାନେ ଅନୁଭବ କରିଥିଲେ ଏହା ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ହେଲେ ପ୍ରକୃତରେ ତାହା ନଥିଲା ।

ସୂଚନାନୁସାରେ, ବିସ୍ଫୋରଣ ଘଟିଥିବା ଟିଭିଟି ଏକ ଏଲସିଡି ଟିଭି ଥିଲା ​​। ତେବେ ଲୋକମାନଙ୍କୁ ଏହା ଆଶ୍ଚର୍ଯ୍ୟ କରିଛି । କାରଣ ସାଧାରଣତ ଟିଭିରେ ବିସ୍ଫୋରଣ ହୁଏ ନାହିଁ । ଟିଭିରେ ପୂର୍ବରୁ ରହିଥିବା କୌଣସି ତ୍ରୁଟି ପାଇଁ ଏଭଳି ଅଘଟଣ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । କାରଣ କୌଣସି ଏଲସିଡି ଟିଭିରେ ବ୍ୟାଟେରୀ ନଥାଏ, କିମ୍ବା ଏହାର କୌଣସି ପାର୍ଟ ବିସ୍ଫୋରଣ ହୁଏ ନାହିଁ । କାରଣ ଏପରି ମାମଲା ସାଧାରଣତ ସ୍ମାର୍ଟ ଫୋନ୍‌ରେ ଦେଖାଦେଇଥାଏ । ଫୋନରେ ବିସ୍ଫୋରଣର ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ ।

ସମ୍ବନ୍ଧିତ ଖବର