ଚେନ୍ନାଇ ୦୭/୦୫: ତାମିଲନାଡୁରେ ନୂଆ ସରକାର ଗଠନ ନେଇ ସସପେନ୍ସ ଶେଷ ହୋଇଥିବା ପରି ମନେ ହେଉଛି। ଟିଭିକେ ମୁଖ୍ୟ ବିଜୟ କୁମାର ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ସେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଥିଲେ। ସୂତ୍ର ଅନୁସାରେ, ବିଜୟ କୁମାର ରାଜ୍ୟପାଳଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ତାଙ୍କର ଆବଶ୍ୟକ ସମର୍ଥନ ଅଛି ଏବଂ ଶପଥ ଗ୍ରହଣ କରିବା ପରେ ସେ ବିଧାନସଭାରେ ସହଜରେ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ମାତ୍ର ଏଯାଏଁ ଆନୁଷ୍ଠାନିକ ଭାବେ ତାମିଲନାଡୁ ଲୋକଭବନ କିମ୍ବା ଟିଭିକେ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି।
ନ୍ୟୁଜ୍ ଏଜେନ୍ସି IANS ରିପୋର୍ଟ ଅନୁଯାୟୀ, ବିଜୟ ରାଜ୍ୟପାଳଙ୍କୁ ତାଙ୍କ ସରକାରଙ୍କୁ ସମର୍ଥନ କରୁଥିବା ଦଳ ଏବଂ ବିଧାୟକଙ୍କ ବିଷୟରେ ସୂଚନା ପ୍ରଦାନ କରିଛନ୍ତି । ବୈଠକ ସମୟରେ ବିଜୟ ସରକାରର ସ୍ଥିରତା ବଜାୟ ରଖିବା ଉପରେ ଭରସା ଦେଇଛନ୍ତି। ସୂତ୍ର ଅନୁସାରେ ରାଜ୍ୟପାଳ ଆର୍ଲେକର ବିଜୟଙ୍କ ଉପସ୍ଥାପନା ଏବଂ ଦାବିରେ ସନ୍ତୁଷ୍ଟ ଦେଖାଯାଉଥିଲେ। ଏହା ପରେ, ସେ ବିଜୟଙ୍କୁ ସରକାର ଗଠନ କରିବାକୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରିଥିଲେ।
ରାଜ୍ୟପାଳଙ୍କ ଏହି ନିଷ୍ପତ୍ତି ତାମିଲନାଡୁରେ ରାଜନୈତିକ କଳ୍ପନାଜଳ୍ପନାର ପ୍ରାୟତଃ ଅନ୍ତ ଘଟାଇଛି। କୁହାଯାଉଛି ଯେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବ। ଏହି ସମାରୋହ ଶୁକ୍ରବାର କିମ୍ବା ଶନିବାର ଚେନ୍ନାଇରେ ହୋଇପାରେ। ବରିଷ୍ଠ ଟିଭିକେ ନେତା, ସହଯୋଗୀ ଦଳର ପ୍ରତିନିଧି ଏବଂ ଦେଶବ୍ୟାପୀ ଅନେକ ପ୍ରମୁଖ ରାଜନୈତିକ ନେତା ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର ଆଶା କରାଯାଉଛି। ତେବେ ଲୋକଭବନ କିମ୍ବା ଟିଭିକେ ପକ୍ଷରୁ ସ୍ପଷ୍ଟ ହେଲା ପରେ ଯାଇ ସସପେନ୍ସରେ ପଡ଼ିବ ପୂର୍ଣ୍ଣେଚ୍
ଆହୁରି ପଢ଼ନ୍ତୁ...Trisha Krishnan: ରାଜନୀତିରେ ଏଣ୍ଟ୍ରି ମାରିବେ ତ୍ରିଶା, ଟିଭିକେରୁ ନିର୍ବାଚନ ଲଢ଼ିପାରନ୍ତି ଏହି ଦକ୍ଷିଣ ସୁନ୍ଦରୀ