PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ପଶ୍ଚିମବଙ୍ଗରେ ସଦସ୍ଯତା ଅଭିଯାନକୁ ତୀବ୍ର କଲା ବିଜେପି, ଡର୍ଜନେ ଟିଭି ତାରକା ଦଳରେ ସାମିଲ

କୋଲକାତା ୧୮/୭: ବିଜେପି ପଶ୍ଚିମବଙ୍ଗରେ ସଦସ୍ଯତା ଅଭିଯାନକୁ ତୀବ୍ର କରିଦେଇଛି । ବିଜେପି ଆଜି(ଗୁରୁବାର) ଏକ ଡର୍ଜନ ଟିଭି ତାରକାଙ୍କୁ ପାର୍ଟିରେ ଯୋଡିନେଇଛି । ଟିଭି ଓ ଫିଲ୍ମ କଳାକାର ଗୁରୁବାର ପ୍ରଦେଶ ଅଧ୍ଯକ୍ଷ ଦିଲ୍ଲୀପ ଘୋଷ, ପାର୍ଟି ନେତା ସମ୍ବିତ୍ ପାତ୍ର ଓ ମୁକୁଲ ରୟଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । କହିରଖୁଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ଜୁଲାଇରେ ବାରାଣାସୀରେ ବିଜେପିର ସଦସ୍ଯତା ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ୧୧ ଅଗଷ୍ଟ ପର୍ଯ୍ଯନ୍ତ ଚାଲିବ ।

ଏହି ଅବସରରେ ଆୟୋଜିତ ପ୍ରେସ୍ କନଫରେନ୍ସରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ପଶ୍ଚିମବଙ୍ଗର ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହୋଇଥିବା ବିକାଶ କାର୍ଯ୍ୟରେ ପ୍ରଭାବିତ ହୋଇଛନ୍ତି । ଆଜି ଅନେକ କଳାକାର ବିଜେପିରେ ସାମିଲ ହୋଇଛନ୍ତି । ପାତ୍ର କହିଛନ୍ତି ଯେ ‘ମୁଁ ସବୁ କଳାକାରଙ୍କୁ ବିଶ୍ୱର ସବୁଠାରୁ ବଡ ରାଜନୈତିକ ପାର୍ଟି ବିଜେପିରେ ସାମିଲ ହେବାନେଇ ଶୁଭେଚ୍ଛା ଜଣାଉଛି ।‘

ଟଲିଉଡର ଯେଉଁ ତାରକାମାନେ ଆଜି ବିଜେପିରେ ସାମିଲ ହୋଇଛନ୍ତି ସେମାନଙ୍କ ମଧ୍ଯରେ କୌଶିକ, ପାର୍ନୀ ମିତ୍ର, ଋପାଞ୍ଜନା ମିତ୍ର, ବିଶ୍ୱଜିତ୍ ଗାଙ୍ଗୁଲି, ଦେବ ରଞ୍ଜନ ନାଗ, ଅରିନ୍ଦମ ହଲଦର, ମୌମିତା ଗୁପ୍ତା, ଆନିଣ୍ଡ୍ୟା ବନର୍ଜୀ, ସୌରଭ ଚକ୍ରବର୍ତ୍ତୀ, ଋପା ଭଟ୍ଟାଚାର୍ଯ୍ଯ, ଅଞ୍ଜନା ବାସୁ ଓ କୌଶିକ ଚକ୍ରବର୍ତ୍ତୀ ସାମିଲ ଅଛନ୍ତି ।

ବଙ୍ଗାଲ ବିଜେପି ନେତା ଦିଲୀପ୍ ଘୋଷ କହିଛନ୍ତି ଯେ ‘ପଶ୍ଚିମବଙ୍ଗରେ ବିଜେପିରେ ସାମିଲ ହେବା ଏକ ଚାଲେଞ୍ଜପୂର୍ଣ୍ଣ କାର୍ଯ୍ୟ । ଏହା ପୂର୍ବରୁ ଯେଉଁ ୧୭ କାଉନସିଲର ବିଜେପି ଜଏନ୍ କରିଥିଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଗଲା । ବିଜେପିରେ ଜଏନ୍ କରିଥିବା କଳାକାରଙ୍କୁ ମୁଁ ସ୍ୱାଗତ କରୁଛି । ସେମାନଙ୍କୁ ଧନ୍ଯବାଦ ଦେଉଛି । ଅନେକ କଳାକାର ଏହା ପୂର୍ବରୁ ପାର୍ଟିରେ ସାମିଲ ହୋଇଥିଲେ କିନ୍ତୁ ତାଙ୍କ କାମକୁ ରୋକି ଦିଆଗଲା । ପଶ୍ଚିମବଙ୍ଗ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଫିଲ୍ମ ମାଫିଆ ଅଛନ୍ତି ଯେଉଁମାନେ କି ଏହା ଉପରେ କବଜା କରିଛନ୍ତି ।‘

ସମ୍ବନ୍ଧିତ ଖବର