ବୌଦ୍ଧ ୨୩/୧୧: ବୌଦ୍ଧରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ମନମୁଣ୍ଡା ଥାନା ଅନ୍ତର୍ଗତ ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଦୁଇଟି ମାଓ ଡମ୍ପ ଠାବ । ଡମ୍ପ ଭିତରୁ ବିପୁଳ ମାଓ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି। ସେହିଭିତରେ ୭ ଟି ଡେଟୋନେଟର୍, ବିଦ୍ୟୁତ୍ ତାର, ମୋବାଇଲ ସମେତ ବହୁ ସାମଗ୍ରୀ ଜବତ ହୋଇଛି। SOG, DVF ଯବାନ ଓ ବୋମା ନିଷ୍କ୍ରିୟ ଦଳର ମିଳିତ ଅପରେସନ କରିଥିଲେ।
ସେପଟେ ଶୁକ୍ରବାର ମାଲକାନଗିରି ସୀମାନ୍ତ ସୁକୁମା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ପୋଲିସର ଏନକାଉଣ୍ଟରରେ ୧୦ଜଣ ନକ୍ସଲ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଟି ଅଟୋମେଟିକ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ । DRG ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଥିବା ନେଇ ସୁରମା ଏସପି ସୂଚନା ଦେଇଥିଲେ ।