ଗୋପାଳପୁର ୨/୫/୨୫: ଗୋପାଳପୁର ପୁଲିସ ଆଜି ଗଂଜେଇ ଚୋରା ଚାଲାଣ ବେଳେ ୨ ଜଣକୁ କାବୁ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡିଙ୍ଗିନୀ ପଦର ଗ୍ରାମର ଦାସ ନାୟକ ଏବଂ ସେହି ଥାନା ଅଂଚଳର କଳାମେଲ ଗ୍ରାମର ମନୋଜ ବିର ବୋଲି ପୁଲିସ କହିଛି। ସେମାନଙ୍କ ଠାରୁ ୪୮ କେ.ଜି ଗଂଜେଇ ଜବତ କରିଛି।
ସୂଚନା ମୁତାବକ, ଆଜି ସକାଳେ ଗୋପାଳପୁର ଥାନା ପକ୍ଷରୁ ଜାତୀୟ ରାଜପଥରେ ନାକା ଡ୍ୟୁଟି ଚାଲିଥିଲା। ପଥରା ଓଭରବ୍ରିଜ ପଟୁ ଏକ କାର ନମ୍ବର ଓଡି ୦୨ ସିପି ୮୩୦୪ ର ଆଗକାଚ ଭାଙ୍ଗି ଯାଇ ଯାଉ ଥିବା ବେଳେ ଡ୍ୟୁଟିରେ ଥିବା ପୁଲିସ ଅଟକାଇ ପଚରା ଉଚରା କରିଥିଲା। ପଚାରିବା ପରେ ପଥରା ଓଭରବ୍ରିଜ ନିକଟରେ ଏକ ବାଇକ ଧକ୍କା ଦେବାରୁ ଆଗ ଗ୍ଲାସ ଭାଙ୍ଗି ଯାଇଥିବା କହିଥିଲେ। ପୁଲିସକୁ ସନ୍ଦେହ ହେବାରୁ କାର ଟିକୁ ଯାଞ୍ଚ କରି ପଛ ପଟ ଡ଼ିକି ଖୋଲି ବାକୁ କହିଥିଲେ। ଦେଖିବା ବେଳକୁ ଦୁଇଟି ଜରି ବସ୍ତା ରହିଥିବାରୁ ଖୋଲି ଦେଖିବା ବେଳକୁ ସେଥିରେ ଗଂଜେଇ ଥିବା ଜାଣିବାକୁ ପାଇଥିଲେ।
ପରେ ଓଜନ ବେଳେ ୪୮ କେ.ଜି ଗଂଜେଇ ଥିବାରୁ ଅଭିଯୁକ୍ତ ଦୁଇ ଜଣକୁ କାବୁ କରିବା ସହ କାର,ଦୁଇ ଟି ମୋବାଇଲ,୧୬୭୦ ଟଙ୍କା,ପାନ କାର୍ଡ ଆଦି ନଥିପତ୍ର ଜବତ କରି କେସ ନମ୍ବର ୧୨୮/୨୫ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଯାଞ୍ଚ ବେଳେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ,କନିସି ଅତିରିକ୍ତ ତସିଲଦାର ଚିତ୍ର ସେନ ଦଳେଇ,ଏସ ଆଇ ମଣି ଦାଢ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।