PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ରିହର୍ସଲ ସମୟରେ ୨ ସୂର୍ଯ୍ଯକିରଣ ଜେଟ୍ ଏୟାରକ୍ରାଫ୍ଟ ଧକ୍କା

source:khabar.ndtv.com

ନୁଆଦିଲ୍ଲୀ ୧୯/୨: ବେଙ୍ଗାଲୁରୁରେ ଏକ ବଡ ବିମାନ ଦୁର୍ଘଟଣା ଘଟିଯାଇଛି । ବେଙ୍ଗାଲୁରୁର ୟେଲାହାଙ୍କା ଏୟାରବେସରେ ୨ଟି ବିମାନ ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି । ଏଥିରେ ସୂର୍ଯ୍ୟ କିରଣ ଏୟାରବେଟିକ୍ସ ଟିମର ୨ ବିମାନ କ୍ରାଶ୍ ହୋଇଯାଇଛି । ବେଙ୍ଗାଲୁରୁରେ ଆୟୋଜିତ ଏୟାର ଶୋ ପୂର୍ବରୁ ରିହର୍ସଲ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ଜଣେ ପାଇଲଟଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି ।

କହିରଖୁଛୁ ୨୦ ଫେବୃୟାରୀରୁ ଏୟାର ଶୋ ଆରମ୍ଭ ହେବାକୁ ଯାଉଛି ଯାହା ୨୪ ଫେବୃୟାରୀ ପର୍ଯ୍ଯନ୍ତ ଚାଲିବ । ୧୯୯୬ ମସିହାରୁ ସୂର୍ଯ୍ଯକିରଣ ସଫଳତାର ସହ ଏହି କୌଶଳ ପ୍ରଦର୍ଶନ କରିଆସୁଛି । ଏହି ଏୟାରକ୍ରାଫ୍ଟର ପାଇଲଟମାନେ ବହୁତ ଦକ୍ଷ ହୋଇଥାନ୍ତି ।