ପାଟନା : ବିହାରର ରାଜଧାନୀ ପାଟନାର ଦୀକ୍ଷା ଅଞ୍ଚଳ ସ୍ଥିତ ଏକ ଜୁଏଲାରୀ ଦୋକାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଥିବା ଦୁଇ ଜଣ ଯୁବତୀ ସାଧାରଣ ନଜର ଆସୁଛନ୍ତି। ପଛରେ ବ୍ୟାଗ୍ ଝୁଲାଇଛନ୍ତି। ମୁହଁରେ ମାସ୍କ ଲଗାଇଛନ୍ତି। ଏକ ଜୁଏଲାରୀ ଦୋକାନରେ ପ୍ରବେଶ କରୁଛନ୍ତି। ଦୋକାନୀଙ୍କୁ ଟପ୍ସ ଦେଖାଇବାକୁ କହୁଛନ୍ତି। ଏହାପରେ ଦୋକାନୀ ଯେବେ ତାଙ୍କୁ ଗହଣା ଦେଖାଉଛନ୍ତି, ତ ତାଙ୍କ ମୁହଁରେ ପିପର ସ୍ପ୍ରେ କରି ଲୁଟିବାକୁ ପ୍ରୟାସ କରୁଛନ୍ତି। ପରେ ଦୋକାନୀ ନିଜର ଚେହେରା ସଫା କରିବାକୁ ସେଠାରୁ ପଳାଇ ଯାନ୍ତି ଏବଂ ସିଧା ବାହାରକୁ ଯାଇ ଡୋର ବନ୍ଦ କରି ଦିଅନ୍ତି। ଏସବୁ ଦୃଶ୍ୟ ସିସିଟିଭି ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି।
चेहरे पर मास्क और पीठ पर बैग...हाथों में खतरनाक मिर्ची स्प्रे। पटना में दो लड़कियां पहुंची दुकान लुटने और फिर जुट गए आस- पास के लोग। #bihar pic.twitter.com/RxqasbM4iZ
— NBT Bihar (@NBTBihar) June 13, 2026
ଉକ୍ତ ଘଟଣା ପରେ ସେହି ଦୁଇ ଯୁବତୀ ଦୋକାନ ଭିତରେ ଫସି ରହନ୍ତି। ଆଉ ବାହାରକୁ ଯାଇ ପାରନ୍ତି ନାହିଁ। ସୂଚନା ଅନୁସାରେ ,ଘଟଣାଟି ଦୀଘା ଥାନା ଅଞ୍ଚଳର କୁର୍ଜି ପୋଲ ନିକଟରେ ଥିବା ମାଆ ବୈଷ୍ଣବୀ ଜୁଏଲର୍ସର। ଏହା ୧୩ ଜୁନର ଘଟଣା ଥିବା କୁହାଯାଉଛି। ପୂରା ଘଟଣାଟି ସିସିଟିଭି କ୍ୟାମେରାରେ ରେକର୍ଡ ହୋଇ ଯାଇଛି। ଭିଡିଓରେ ସଫା ଦେଖା ଯାଉଛି ଯେ, ଦୁଇ ଜଣ ଯୁବତୀ ଗ୍ରାହକ ସାଜି ଦୋକାନରେ ପ୍ରବେଶ କରୁଛନ୍ତି। ଏହାପରେ ଏହି ଲୁଟ୍ କରୁଥିବା ବେଳେ ଅସଫଳ ହୋଇ ଧରାପଡ଼ି ଯାଉଛନ୍ତି।
ଦୋକାନୀଙ୍କ ନାମ ରାଜେଶ କୁମାର। ତାଙ୍କ ମୁତାବିକ , ସେ ଜୁଏଲରୀ ଦେଖାଉ ଥିଲେ ,ସେତେବେଳେ ଜଣେ ଯୁବତୀ ତାଙ୍କୁ ଆଖିରେ ପିପର ସ୍ପ୍ରେ କରି ଥିଲେ। ଯୁବତୀ ଦୁଇ ଜଣ ରାଜେଶ କୁମାରଙ୍କ ଉପରେ ଆକ୍ରମଣ କରି ଜୁଏଲରୀ ନେଇ ଫେରାର ହେବାର ପ୍ରୟାସ କରୁଥିଲେ। କିନ୍ତୁ କାହାଣୀ ଭିନ୍ନ ମୋଡ ନେଇଥିଲା, ଯେବେ ଦୋକାନୀ ଚତୁରତାର ସହ ବାହାରକୁ ଆସି ଡୋର ବନ୍ଦ କରି ଦେଇ ଥିଲେ। ଦୋକାନୀ ସାହସ ହରାଇ ନଥିଲେ। ସ୍ଥିତିକୁ ସମ୍ଭାଳି ଥିଲେ। ଦୁଇ ଯୁବତୀଙ୍କୁ ଦୋକାନ ଭିତରେ ବନ୍ଦ କରି ଦେଲେ। ଏହାପରେ ବାହାରେ ଜୋରରେ ପାଟି କରିବା ଆରମ୍ଭ କରିଦେଲେ।
ଦୋକାନୀ ରାଜେଶଙ୍କର ଚିତ୍କାର ଶୁଣି ଆଖପାଖର ଲୋକେ ସେଠାରେ ପହଞ୍ଚି ଗଲେ। ଭିଡ଼ ଜମା ହୋଇଗଲା। ଏହାପରେ ଲୋକେ ଖୁବ୍ ଉତ୍ତେଜିତ ହୋଇଗଲେ। ଜଣେ ମହିଳା ଯୁବତୀର କେଶ ଧରି ଭୂଇଁରେ ପକାଇ ତାକୁ ମାଡ଼ ମାରିବାକୁ ଲାଗିଲେ। ସୂଚନା ପାଇବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚିଲା । ଦୁଇ ଯୁବତୀଙ୍କୁ ହେପାଜତକୁ ନେଇ ଥିଲା। ବର୍ତ୍ତମାନ ପୁଲିସ ସେମାନଙ୍କୁ ପଚରାପଚରି କରି ଜାଣିବାକୁ ଚେଷ୍ଟା କରୁଛି ଯେ, ସେମାନଙ୍କର କୌଣସି ବଡ଼ ଗ୍ୟାଙ୍ଗ ସହ ସଂପୃକ୍ତି ଅଛି ନା ନାହିଁ।
ଏହା ମଧ୍ୟ ପଢନ୍ତୁ : କଂଗ୍ରେସରେ ଟିଏମ୍ସି ବିଲୟ କରିବେ କି ମମତା ?ସ୍ପଷ୍ଟ କଲେ କଲ୍ୟାଣ ବାନାର୍ଜୀ, ଅଭିଷେକଙ୍କୁ କହିଲେ ପୁଅ ଭଳି