ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ; ଭାଙ୍ଗିଦେଲେ ଦୁଇ ଘର, ଏକର ଏକର ଧାନ ଫସଲ କରିଦେଲେ ନଷ୍ଟ

Published By : Harapriya Sethi | October 19, 2024 9:43 AM

ପାଟଣା,୧୯/୧୦: ପାଟଣା ରେଞ୍ଜରେ ୨୭ ଟିକିଆ ହାତୀପଲଙ୍କ ଉପଦ୍ରବ । ଏକର ଏକର ଧାନ ଫସଲ କରିଦେଲେ ନଷ୍ଟ । ସୋରାସପଶି ଗ୍ରାମରେ ଦୁଇଟି ଘର ଭାଙ୍ଗି ଖାଇଗଲେ ଧାନ ଚାଉଳ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜର ସୋରାସପଶି ଗାଁରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବିଗତ ଦିନରେ ଏକ ୨୭ ଟିକିଆ ହାତୀପଲ ପାଟଣା ରେଞ୍ଜର ବିଭିନ୍ନ ଅଞ୍ଚଳରେ ଉତ୍ପାତ ହୋଇଥିଲେ । ହେଲେ ଏପର୍ଯ୍ୟନ୍ତ ସରିନି ହାତୀପଲଙ୍କ ଉପଦ୍ରବ । ସୋରାସପଶି ଗ୍ରାମରେ ପଶି ଦୁଇଟି ଘର ଭାଙ୍ଗି ଦେଇଥିଲେ । ଘର ଭାଙ୍ଗି ସେଠାରେ ଥିବା ଧାନ ଚାଉଳ ମଧ୍ୟ ଖାଇଦେଇଥିଲେ । ପରେ ଉକ୍ତ ଅଞ୍ଚଳରେ ଏକର ଏକର ଧାନ ଫସଲ ମଧ୍ୟ ଦଳି ଚକଟି ସଷ୍ଟ କରି ଦେଇଥିଲେ ଏହି ହାତୀପଲ । ଏନେଇ ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କ ଉପରେ ନଜର ରଖିଛନ୍ତି ।  ତେବେ ବର୍ତ୍ତମାନ ଏହି ହାତୀପଲ ସୋରାସପଶି ଗାଁ ନିକଟରେ ଘୁରି ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.