PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଇଂଷ୍ଟାଗ୍ରାମରେ ମାଗଣା ଫଟୋ ଅପଲୋଡ କରନ୍ତି ନାହିଁ ଏହି ଅଭିନେତ୍ରୀ, ଗୋଟିଏ ଫଟୋ ପାଇଁ ନିଅନ୍ତି ୧.୮୭ କୋଟି ଟଙ୍କା

ଫିଲ୍ମ, ଏଡ୍, ଟକ୍ ସୋକୁ ଛାଡ଼ିଦେଲେ ସେଲିବ୍ରିଟିଙ୍କର ରହିଛି ଆଉ ଏକ ପ୍ଲାଟଫର୍ମ, ଯେଉଁଠୁ ସେମାନଙ୍କୁ ମିଳିଥାଏ ପ୍ରଚୁର ଅର୍ଥ। ତାହା ହେଉଛି ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ। ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହୁଅନ୍ତୁ କି ଅମିତାଭ ବଚ୍ଚନ କିମ୍ବା ଖେଳାଳୀ ବିରାଟ କୋହଲି ହୁଅନ୍ତୁ ପ୍ରାୟ ସମସ୍ତଙ୍କୁ ମିଳିଥାଏ ପ୍ରଚୁର ଅର୍ଥ। ତେବେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ସୋସିଆଲ ମିଡିଆର ଅନ୍ୟତମ ସର୍ବାଧିକ ଆୟକାରୀ ସେଲିବ୍ରିଟି। ଏହା ଜଣାପଡିଛି ବ୍ରିଟିଶ ସୋସାଲ ମିଡିଆ ମ୍ୟାନେଜମେଣ୍ଟ କମ୍ପାନୀ ହୁପର ଏଚ୍କ୍ୟୁ ସୂତ୍ରରୁ।

ନିକଟରେ ହୁପର ୨୦୧୯ ବର୍ଷର ରିଚ୍ ଲିଷ୍ଟ ଜାରି କରିଛନ୍ତି। ଯେଉଁଥିରେ ପ୍ରିୟଙ୍କାଙ୍କୁ ସୋସାଲ ମିଡିଆର ଉଚ୍ଚ ଆୟକାରୀ ବୋଲି ଦର୍ଶାଇଛି ହୁପର। ସେ ଇଂଷ୍ଟାଗ୍ରାମରେ ତାଙ୍କର ଗୋଟିଏ ଫଟୋ ଅପଲୋଡ କରିବାକୁ ନେଉଛନ୍ତି ୧.୮୭ କୋଟି ଟଙ୍କା ।  ଏଥିରୁ ଅନ୍ୟ ସେଲିବ୍ରିଟିଙ୍କ ଆୟ କେବଳ ଅନୁମାନ କରାଯାଇପାରେ।

ହୁପର ରିଚ୍ ଲିଷ୍ଟରେ ପ୍ରିୟଙ୍କାଙ୍କ ସହ ଅଛନ୍ତି ଟିମ୍ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲି। ଇଂଷ୍ଟାରୁ ଆୟ ମାମଲାରେ ସୂଚୀର ଟପ୍ ରେ ଅଛନ୍ତି ବିଜନେସ୍ ୱିମେନ୍ କାଇଲି ଜେନର। କାଇଲି ହେଉଛନ୍ତି ରିଏଲିଟି ଟିଭି ଷ୍ଟାର କିମ୍, କୋଲ ଓ କର୍ଟନୀ କାର୍ଦଶିୟନଙ୍କ କଜିନ ସିଷ୍ଟର।

ତେବେ ପ୍ରିୟଙ୍କାଙ୍କର ଇଂଷ୍ଟାରେ ଫଲୋଅର୍ସଙ୍କ ସଂଖ୍ୟା ୪ କୋଟି ୩୦ ଲକ୍ଷରୁ ବି ଅଧିକ। ଏଥିନିମନ୍ତେ ଚଳିତ ବର୍ଷ ତାଙ୍କ ଇଂଷ୍ଟା ଆକାଉଣ୍ଟକୁ ମୋଷ୍ଟ ଫଲୋଅଡ ଆକାଉଣ୍ଟ ପୁରସ୍କାର ବି ମିଳିଛି। ତେବେ ପ୍ରିୟଙ୍କା ଚୋପ୍ରା ହୁପର ରିଚ୍ ଲିଷ୍ଟକୁ ନେଇ ଏପର୍ଯ୍ୟନ୍ତ କୌଣସି ମତାମତ ଦେଇ ନାହାନ୍ତି।

ସେହିପରି ଟିମ୍ ଇଣ୍ଡିଆ କ୍ୟାପ୍ଚେନ ବିରାଟ କୋହଲି ଇଂଷ୍ଟାରେ ଗୋଟିଏ ଫଟୋ ଅପଲୋଡ ନିମନ୍ତେ ନେଉଛନ୍ତି ୧.୩୫ କୋଟି ଟଙ୍କା। କେବଳ ବିରାଟ କି ପ୍ରିୟଙ୍କା ନୁହନ୍ତି ବଲିଉଡ, କ୍ରିକେଟ ଓ ଅନ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ଲୋକେ ମଧ୍ୟ ଇଂଷ୍ଟା ଓ ଅନ୍ୟ ସୋସିଆଲ ମିଡିଆରୁ ପ୍ରଚୁର ଆୟକ କରୁଛନ୍ତି।