ହୋଲିରେ ଅଘଟଣ, ବ୍ରାହ୍ମଣୀରେ ବୁଡି ଚାଲିଗଲା ଦୁଇ ଜୀବନ

କେନ୍ଦ୍ରାପଡ଼ା: ସବୁଆଡେ ରଙ୍ଗର ଖେଳ ହୋଳିରେ ମସଗୁଲ ଥିବା ବେଳେ ବୁଧବାର ଅପରାହ୍ନରେ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା କେଶପୁର ପଂଚାୟତ ମୁଷlଡ଼ିଆ ଗ୍ରାମରେ ହୋଲି ଖେଳି ସlରି ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଦୁଇ ଭାଇ ବୁଡି ଯାଇ ପ୍ରାଣ ହରାଇଛନ୍ତି।
ମୃତକ ଦୁଇ ଜଣ ହେଲେ ପଟ୍ଟାମୁଣ୍ଡାଇ ଥାନା ମୂଷାଡିଆ ଗ୍ରାମର ୪୩ ବର୍ଷୀୟ ସୁଜିତ ଦାସ ଓ ୨୪ ବର୍ଷୀୟ ଚିନ୍ମୟ ଦାସl ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେl ଗୋଟିଏ ପରିବାରର ଦୁଇ ସଦସ୍ୟଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।