ଜୟପୁର, ୨୨/୧ : ଏମିତି ବି ପ୍ରେମ ହୁଏ । ପ୍ରେମ କେତେବେଳେ ଆଉ କାହା ସଥେ ହୁଏ ତାହା କାହାକୁ ବି ଜଣାନଥାଏ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଜୟପୁର ଜେଲରେ । ଆଜୀବନ କାରାଦଣ୍ଡ ଭୋଗୁଥିବା ୨ କଏଦୀଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ଆଉ ଏବେ ବିବାହ କରିବାକୁ ଯାଉଛନ୍ତି । ପ୍ରିୟା ସେଠ ନାମକ ଯୁବତୀ ଯିଏକି ଜେଲରେ ସଜ୍ଜା କାଟୁଥିଲେ ସେ ଏବେ ବୋହୂ ହେବାକୁ ଯାଉଛନ୍ତି । ହତ୍ୟା ଅଭିଯୋଗରେ କାରାଦଣ୍ଡ ଭୋଗୁଛନ୍ତି ପ୍ରିୟା । ତେବେ ସେ ଆସନ୍ତାକାଲି ବିବାହ କରିବାକୁ ଯାଉଛନ୍ତି । ୧୫ଦିନ ପାରୋଲରେ ଯାଇ ସେ ବିବାହ କରିବେ । ତେବେ ଜେଲରେ ବହୁଚର୍ଚ୍ଚିତ ଦୁଷ୍ୟନ୍ତ ଶର୍ମା ହତ୍ୟା ମାମଲାରେ ସଜ୍ଜା କାଟୁଛନ୍ତି ପ୍ରିୟା । ଏଠାରେ କଏଦୀଭାବେ ଥିବା ହନୁମାନଙ୍କ ସହ ତାଙ୍କର ପ୍ରେମ ହୋଇଥିଲା । ଆଉ ଏବେ ଏହା ବିବାର ରୂପ ନେବାକୁ ଯାଉଛି ।

ପ୍ରିୟାଙ୍କ ଅପରାଧ କାହାଣୀ

ଦୁଷ୍ୟନ୍ତ ଶର୍ମାଙ୍କ ସହ ପ୍ରିୟାଙ୍କ ପୂର୍ବତନ ପ୍ରେମିକ ଦୀକ୍ଷିତଙ୍କ ସହ ଶତ୍ରୁତା ଥିଲା । ଋଣ ପରିଶୋଧ କରିବାର ବିଭିନ୍ନ ପ୍ରତିଶୃତି ଦେଇ ଫ୍ଲାଟକୁ ଡାକିଥିଲେ ପ୍ରିୟା । ଯେଉଁଠାରେ କି, ତାଙ୍କ ପ୍ରେମିକ ଏବଂ ସାଙ୍ଗ ଥିଲେ । ସେମାନେ ଦୁଷ୍ୟନ୍ତଙ୍କୁ ଅପହରଣ କରିଥିବା କହି ୧୦ ଲକ୍ଷ ଟଙ୍କା ମାଗିଥିଲେ । ମାତ୍ର ପରେ ଯୋଜନା ବିଫଳ ହୋଇଥିଲା । ମାମଲା ପ୍ରଘଟ ହୋଇଯିବା ଭୟରେ ସେମାନେ ଗଳାକାଟି ହତ୍ୟା କରିଥିଲେ । ତିନିଜଣ ମିଶି ଏହି ହତ୍ୟା କରିଥିବାବେଳେ ପୁଲିସ ସମସ୍ତଙ୍କୁ ଗିରଫ କରିଛି । ଏହି ମାମଲାରେ ପ୍ରିୟା ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ସେ ମେ ୧୩ ୨୦୧୮ ମସିହାରୁ ଜେଲରେ ରହିଛନ୍ତି । ସେପଟେ ହନୁମାନ ମଧ୍ୟ ହତ୍ୟା ମାମଲାରେ ସେଠାରେ ସଜ୍ଜା କାଟୁଛନ୍ତି ।

ପ୍ରିୟା ସେଠ ରାଜସ୍ଥାନର ସବୁଠାରୁ ପ୍ରମୁଖ ମହିଳା ଗ୍ୟାଙ୍ଗଷ୍ଟର ହେବାକୁ ଚାହୁଁଥିଲେ। ସେ ବେଶ୍ୟାବୃତ୍ତି, ଠକେଇ ଏବଂ ATM ଡକାୟତି ଭଳି ଅପରାଧରେ ଜଡିତ ଥିଲେ। ସେ ପଢ଼ିବା ପାଇଁ ଜୟପୁର ଆସିଥିଲେ, କିନ୍ତୁ ଅପରାଧର ବାଟ ବାଛିଥିଲେ । ପ୍ରଥମେ ସମ୍ପର୍କୀୟଙ୍କ ଘରେ ରହିଥିଲେ । ମାତ୍ର ପରେ ଧନୀ ପୁରୁଷମାନଙ୍କୁ ଫସାଇଥିଲେ । ପ୍ରେମ ଜାଲରେ ପକାଇ ସେମାନଙ୍କ ପାଖରେ ରହିଥିଲେ ।