PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ମାଲକାନଗିରି ଜିଲ୍ଲାରୁ ପ୍ରଥମ ଥର ଦୁଇ ଜଣ ବଙ୍ଗୀୟ ଯୁବକ ପାଇଲେ ଓଏଏସ

ମାଲକାନଗିରି ୮।୧୦(ଆପ୍ର): ମାଲକାନଗିରି ଜିଲ୍ଲାରୁ ପ୍ରଥମ ଥର ଲାଗି ଦୁଇ ଜଣ ବଙ୍ଗୀୟ ଯୁବକ ଓଏଏସ ପାଇଛନ୍ତି । ସେମାନେ ହେଲେ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ.ଭି ୭ ଗ୍ରାମର ଦେବାଶିଷ ବିଶ୍ୱାସ ଏବଂ ପଡିଆ ବ୍ଳକ ଅନ୍ତର୍ଗତ ଏମ.ପି.ଭି ୬୬ ଗ୍ରାମର ସୁମନ ସରକାର । ଦୁଇ ବଙ୍ଗୀୟ ଯୁବକ ଓଏଏସ ପାଇବା ପରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ଜିଲ୍ଲା ବାସୀ ଓ ବଙ୍ଗାଳୀ ସମାଜ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଜଣା ଯାଇଛି । ସୁମନ ସରକାର ୨୪୯ରାଙ୍କରେ ରହିଥିବା ବେଳେ ଦେବାଶିଷ ବିଶ୍ୱାସ ୨୮୩ ରାଙ୍କରେ ରହିଛନ୍ତି।