PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ସ୍କୁଲ ନିକଟରେ ବିସ୍ପୋରଣ, ଗୁରୁତର ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ଗଂଜାମ ୨୦।୭: ଗଂଜାମ ଜିଲ୍ଲା ଆସିକା ଥାନା ମାଗୁରାଗାଁ ସରକାରୀ ବିଦ୍ୟାଳୟ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୋମା ବିସ୍ଫୋରଣ ଘଟି ବିଦ୍ୟାଳୟର ଦୁଇ ଛାତ୍ର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି ।

ଗୁରୁତର ଛାତ୍ରଙ୍କୁ ପ୍ରଥମେ ଆସିକା ମେଡକାଲରେ ଭର୍ତ୍ତି କରାଯାଇଥିଲା।  ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ସ୍କୁଲ ଯିବା ସମୟରେ ବିସ୍ପୋରଣ ହେବା ଫଳରେ ସ୍କୁଲର ଦୁଇ ଛାତ୍ର ଗୁରୁତର ହୋଇଛନ୍ତି।

ଗୁରୁତର ଏହି ଦୁଇ ଛାତ୍ର ୭ମ ଶ୍ରେଣୀର ଛାତ୍ର ରାଜା ନାହକ ଏବଂ ତନ୍ମୟ ସାହୁ। ସେମାନଙ୍କ ହାତ, ମୁହଁ ଏବଂ ଗାଲରେ ଆଘାତ ଲାଗିଛି।  ତେବେ ବିଦ୍ୟାଳୟ ପରିସରକୁ ବୋମା କିଏ ଆଉ କାହିଁକି ଆଣିଲା ତାର କାରଣ ଏବେ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଂଚି ତନାଘନା ଆରମ୍ଭ କରିଛି ।