ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ପ୍ରବେଶ କଲା ଭାରତ; ଦୁବାଇରେ ବାଂଲାଦେଶ ସହିତ ହେବ ମୁକାବିଲା

Published By : Prameya | December 6, 2024 5:24 PM

Image source: NDTV

ନୂଆଦିଲ୍ଲୀ,୦୬/୧୨: ଭାରତ ୧୯ ବର୍ଷରୁ କମ୍‌ ଏସିଆ କପ୍‌ ୨୦୨୪ର ଫଇନାଲ୍‌ରେ ପ୍ରବେଶ କରିଛି। ତେବେ ଫାଇନାଲରେ ବାଂଲାଦେଶ ବିପକ୍ଷରେ ଭାରତର ମୁକାବିଲା ହେବ। ତେବେ ୧୯ ବର୍ଷରୁ କମ୍‌ ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ମ୍ୟାଚ୍‌ ରବିବାର ଦୁବାଇରେ ଖେଳାଯିବ। ତେବେ ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ଶ୍ରୀଲଙ୍କାକୁ ୭ ଓ୍ବିକେଟରେ ପରାସ୍ତ କରିଛି। ଏହି ଦର୍ଶନୀୟ ମୁକାବିଲାରେ ବୈଭବ ସୂର୍ଯ୍ୟବଂଶୀ ଏକ ଦମଦାର ପ୍ରଦର୍ଶନ କରିଥିଲେ। ତାଙ୍କୁ ପ୍ଳେୟର ଅଫ୍‌ ଦ ମ୍ୟାଚ୍‌ ଚୟନ କରାଯାଇଛି। ସେପଟେ ବଂଲାଦେଶ ପାକିସ୍ତାନକୁ ହରାଇ ଫାଇନାଲରେ ନିଜ ଜାଗା ନିଶ୍ଚିତ କରିଛି।

ଶ୍ରୀଲଙ୍କା ୧୯ ବର୍ଷରୁ କମ୍‌ ଏସିଆ କପ୍ ୨୦୨୪ ର ଦ୍ୱିତୀୟ ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରି ୧୭୩ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ମାତ୍ର ୨୧.୪ ଓଭରରେ ଏହି ମ୍ୟାଚ ଜିତିଥିଲା। ଏହି ମୁକାବିଲାରେ ବୈଭବ ୬ ବଲ୍‌ରେ ୬୭ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୬ ଟି ଚୌକା ଓ ୫ଟି ଛକା ମାରିଥିଲେ। ବୈଭବଙ୍କ ସହ ଆୟୁଷ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ସେ ୩୪ ରନ୍ କରିଥିଲେ। ବର୍ତ୍ତମାନ ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି।

ଫାଇନାଲରେ ବାଂଲାଦେଶ ସହିତ ମୁହାଁମୁହିଁ:

ଟିମ୍ ଇଣ୍ଡିଆ ରବିବାର ବାଂଲାଦେଶ ବିପକ୍ଷ ଫାଇନାଲ ମ୍ୟାଚ୍ ଖେଳିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲରେ ବାଂଲାଦେଶ ଚମତ୍କାର ପ୍ରଦର୍ଶନ କରିଥିଲା। ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ବାଂଲାଦଳ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଦଳ ୧୧୬ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ବାଂଲାଦେଶ ୨୨.୧ ଓଭରରେ ଲକ୍ଷ୍ୟ ହାସଲ କରିଛି। ଏବେ ଦଳ ଟିମ୍ ଇଣ୍ଡିଆ ବିପକ୍ଷରେ ମଇଦାନକୁ ଓହ୍ଲାଇବ।

ବୈଭବଙ୍କ ଦମ୍‌ଦାର ପ୍ରଦର୍ଶନ:

ବୈଭବ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ୧୯ ବର୍ଷରୁ କମ୍ ଏସିଆ କପ୍ ୨୦୨୪ ର ୪ ଟି ମ୍ୟାଚ୍‌ରେ ୧୬୭ ରନ୍ ସଂଗ୍ରହ କରିଛନ୍ତି। ଏହାରି ଭିତରେ ସେ ୧୨ଟି ଚୌକା ଓ ୧୨ଟି ଛକା ମାରିଥିଲେ। ବୈଭବ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ବୈଭବ ପୂର୍ବରୁ ୟୁଏଇ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଅପରାଜିତ ୭୬ ରନ ସ୍କୋର କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.