PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ୟୁଏଇ ଯାତ୍ରା ପୂର୍ବରୁ ଚେନ୍ନାଇ ଶିବିରରେ ଅଭ୍ୟାସ କରିବାକୁ ଚାହୁଁଛନ୍ତି ଧୋନି

ଚେନ୍ନାଇ,୧୧/୦୮: ଚେନ୍ନାଇ ସୁପର କିଙ୍ଗ୍‌ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୟୁଏଇ ଗସ୍ତ କରିବା ପୂର୍ବରୁ ଖେଳାଳିଙ୍କୁ ନେଇ କିଛି ଦିନ ପାଇଁ ଅଭ୍ୟାସ ଶିବିର ଆୟୋଜନ କରିବାକୁ ଚାହୁଁଛନ୍ତି । ତେଣୁ ଚେନ୍ନାଇ ଚେପକ୍‌ ଷ୍ଟାଡିୟମରେ ହୁଏତ ଖୁବ୍‌ ଶୀଘ୍ର ସୁପର କିଙ୍ଗ୍‌ସର ଅଭ୍ୟାସ ଶିବିର ଆରମ୍ଭ ହୋଇପାରେ ।

ଅଗଷ୍ଟ ୨୨ ତାରିଖରେ ଦଳ ୟୁଏଇ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଚେନ୍ନାଇ ଅଗଷ୍ଟ ୧୦ ତାରିଖ ସୁଦ୍ଧା ୟୁଏଇ ଯାତ୍ରା କରିବାକୁ ଯୋଜନା ରଖିଥିଲା । ମାତ୍ର ବିସିସିଆଇ କୋଭିଡ୍‌-୧୯ ଗାଇଡ୍‌ ଲାଇନ ଜାରି କରିବା ପରେ ସବୁ କିଛିରେ ପରିବର୍ତ୍ତନ କରାଯାଇଥିଲା ।

ଏମିତିକି କୌଣସି ଦଳ ଅଗଷ୍ଟ ୨୦ ତାରିଖ ପୂର୍ବରୁ ୟୁଏଇ ଯାତ୍ରା କରିବେ ନାହିଁ ବୋଲି ମଧ୍ୟ ବିସିସିଆଇ ନିର୍ଦ୍ଦେଶ ଜାରି କରିଥିଲା । ସୁପର କିଙ୍ଗ୍‌ସର ମୋଟ୍‌ ୫୦ ଜଣ ୟୁଏଇ ଯାତ୍ରା କରିବେ ବୋଲି ପୂର୍ବରୁ ଦଳର ଜଣେ ଫ୍ରାଞ୍ଚାଇଜ ଅଫିସିଆଲ ସୂଚନା ଦେଇଥିଲେ । ଖେଳାଳି ଏବଂ ଅଫିସିଆଲ୍ସଙ୍କ ସହ ସେମାନଙ୍କ ପରିବାର ଲୋକ ୟୁଏଇ ଗସ୍ତ କରିବେ କି ନାହିଁ ତାହା ଫ୍ରାଞ୍ଚାଇମାନେ ନିଷ୍ପତ୍ତି ନେବେ ।

ସମ୍ବନ୍ଧିତ ଖବର