PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଲୋକସଭାରେ ୟୁଏପିଏ ବିଲ୍ ପାସ୍,ଏବେ ସଂଗଠନ ନୁହେଁ ବ୍ୟକ୍ତିବିଶେଷ ମଧ୍ୟ ଘୋଷିତ ହେବେ ଆତଙ୍କବାଦୀ

ନୂଆଦିଲ୍ଲୀ,୨୪।୭: ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ସଂଶୋଧିତ ବିଧେୟକ ବିଲ୍ ଆଜି ଲୋକସଭାରେ ପାସ୍ ହୋଇଛି। କଂଗ୍ରେସ ସାଂସଦଙ୍କ ହଙ୍ଗାମା ଏବଂ ଗୃହତ୍ୟାଗ ମଧ୍ୟରେ ଲୋକସଭାରେ ଏହି ବିଲକୁ ମଞ୍ଜୁରୀ ମିଳିଛି। ଏହି ବିଲ୍ ଦ୍ବାରା ଆମେରିକା, ଚାଇନା, ପାକିସ୍ତାନ, ଇସ୍ରାଏଲ ଓ ୟୁରୋପୀୟ ୟୁନିଅନ ଭଳି ଏବେ ଭାରତ ମଧ୍ୟ କେବଳ ସଂଗଠନ ନୁହେଁ, ଦେଶ ବିରୋଧରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଆତଙ୍କବାଦୀ ଘୋଷଣା କରାଯାଇ ପାରିବ। ଅନ୍ୟପକ୍ଷେ କିନ୍ତୁ କଂଗ୍ରେସ ଏହି ବିଲ୍ର ସଂଶୋଧନକୁ ବିରୋଧ କରିଛି। ଏହି ବିଲର ଦୁରୁପଯୋଗ ହେବାର ଆଶଙ୍କା ରହିଛି ବୋଲି କଂଗ୍ରେସ ପକ୍ଷରୁ ଯୁକ୍ତି କରାଯାଇଛି। ଏହି କ୍ରମରେ ବିଲ୍କୁ ବିରୋଧ କରି କଂଗ୍ରେସ ସାଂସଦମାନେ ଗୃହ ତ୍ୟାଗ କରିଥିଲେ।

ବିଲ ଉପରେ ବିତର୍କରେ ଗୃହ ମନ୍ତ୍ରୀ ଅମିତ ଶାହ ସରକାରଙ୍କ ପକ୍ଷ ରଖି କହିଥିଲେ ଯେ ଆତଙ୍କବାଦ ବିରୋଧୀ ଲଢେଇ ସରକାର ଲଢୁଛନ୍ତି। ତେଣୁ କେଉଁ ଦଳ ଏବେ ସରକାରରେ ଅଛି, ତାହାଦ୍ୱାରା କୌଣସି ଫରକ ପଡେନାହିଁ। ଦେଶର ସୁରକ୍ଷା ସହ ସାଲିସ କରାଯିବ ନାହିଁ। ଆମେ କୌଣସି ସଂଗଠନଙ୍କୁ ଆତଙ୍କବାଦୀ ଘୋଷିତ କରିବା ପରେ ସେମାନେ ବର୍ତ୍ତମାନର ସଂଗଠନକୁ ବନ୍ଦ କରି ଅନ୍ୟ ସଂଗଠନ ଖୋଲି ଦେଉଛନ୍ତି। ତେଣୁ ଏଥିପାଇଁ ଆଇନ ନୁହେଁ ବରଂ ପ୍ରକ୍ରିୟା ଉପରେ ଧ୍ୟାନ ଦେବା ଆବଶ୍ୟକ। ସେହିପରି ବ୍ୟକ୍ତି ବିଶେଷଙ୍କୁ ଆତଙ୍କବାଦୀ ଘୋଷିତ କରିବାର ନିୟମ ମିଳିତ ଜାତିସଂଘରେ ଅଛି। ଏହାବାଦ ଆମେରିକା, ପାକିସ୍ତାନ, ଚୀନ, ଇସ୍ରାଏଲ ଏବଂ ୟୁରୋପୀୟ ସଂଘରେ ମଧ୍ୟ ବ୍ୟକ୍ତି ବିଶେଷଙ୍କୁ ଆତଙ୍କବାଦୀ ଘୋଷିତ କରିବାର ନିୟମ  ରହିଛି।

ଉଲ୍ଳେଖନୀୟ ଯେ, ୨୬/୧୧ ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ନିକଟରେ ମିଳିତ ଜାତିସଂଘ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ତେଣୁ ବ୍ୟକ୍ତି ବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରିବାର ନିୟମକୁ ବିରୋଧ କରାଯିବା ଠିକ୍‍ ନୁହେଁ। ସିଆରପିସିରେ ୧୪ ଦିନର ରିମାଣ୍ଡ ଥିଲାବେଳେ ୩୦ ଦିନ ହାଜତରେ ରଖିବାର ପ୍ରାବଧାନ ଅଛି। ଏହି ପ୍ରାବଧାନ ଆମେ ନୁହେଁ ଚିଦମ୍ବରମ ଆଣିଥିଲେ। ଧାରା ୨୫ର ପ୍ରାବଧାନ ଆମେ ଆଣିନାହୁଁ କେବଳ ଆମେ ଏଥିରେ ସଂଶୋଧନ କରିଛୁ ବୋଲି କହିଥିଲେ ଶାହ।

ଏହି  ବିଲ୍‌ ସପକ୍ଷରେ ୨୮୭ଟି ଭୋଟ ପଡ଼ିଥିବା ବେଳେ ଏହା ବିରୋଧରେ ୮ଟି ଭୋଟ ଯାଇଛି। ଏକାଧିକ ଦଳର ନେତାମାନେ ଏହି ବିଲ୍‌କୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ। ବିରୋଧୀ ଦଳର ନେତାଙ୍କ କହିବା ଅନୁସାରେ, ଅନେକ ସମୟରେ ସରକାରଙ୍କୁ ବିରୋଧ କରୁଥିବା ରାଜନେତାଙ୍କୁ ଦେଶଦ୍ରୋହୀ କୁହାଯାଉଛି। ତେଣୁ ଏହି ଆଇନ୍‌ ଦ୍ୱାରା ସେମାନଙ୍କ ମୁହଁରେ ତାଲା ପକାଇବାକୁ ଯୋଜନା କରାଯାଉଛି।

ଏହି ବିଲ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ, ଡିଜିପି ଓ ଏନ୍‌ଆଇଏକୁ ଅଧିକ ସଶକ୍ତ କରାଯାଇଛି। କୌଣସି ଘଟଣାର ତଦନ୍ତ ବେଳେ ତଦନ୍ତକାରୀ ସଂସ୍ଥା ଚାହିଁଲେ ସଂପୃକ୍ତ ବ୍ୟକ୍ତିଙ୍କ ସମ୍ପତ୍ତି ମଧ୍ୟ ଜବତ କରିପାରିବେ। ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପର ତଦନ୍ତ ପାଇଁ ଏନ୍‌ଆଇଏ ସମ୍ପୃକ୍ତ ରାଜ୍ୟ ପୁଲିସ୍‌ର ବିନା ଅନୁମତିରେ ସେଠାକୁ ଯାଇ ଛାନଭିନ୍‌ କରିପାରିବ। ତେବେ ସମ୍ପତ୍ତି ଜବତ କରିବା ପୂର୍ବରୁ ଏନ୍‌ଆଇଏ ସଂପୃକ୍ତ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକଙ୍କ ଅନୁମତି ନେବ। ଏଥିସହ ଆତଙ୍କୀ କାର୍ଯ୍ୟକଳାପର ତଦନ୍ତ କେବଳ ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ କିମ୍ବା ଆସିସଷ୍ଟାଣ୍ଟ କମିଶନର ଅଫ୍‌ ପୁଲିସ୍‌ ରାଙ୍କର ଅଫିରମାନେ କରିପାରିବେ।