ନୂଆଦିଲ୍ଳୀ,୩୦।୩: ବିମାନଯାତ୍ରା ସାଧାରଣ ନାଗରିକଙ୍କ ପାଇଁ ଅଧିକ ସହଜ କରିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶର ୧୧ ପ୍ରମୁଖ ବିମାନ ବନ୍ଦରରେ ‘ଉଡାଣ ଯାତ୍ରୀ’ କେଫେର ଆରମ୍ଭ କରିଦେଇଛନ୍ତି। ସେଠାରେ ଖୁବ୍ ଶସ୍ତା ଦାମ୍ରେ ଖାଦ୍ୟପେୟ ଉପଲବ୍ଧ ହେବ। ସବୁଠାରୁ ବଡ଼ କଥା ହେଲା ଶ୍ରୀନଗର ଓ ଜୟପୁର ସହିତ ଏହି କେଫେରେ ମାତ୍ର ୧୦ ଟଙ୍କାରେ ଚା’ ମିଳିବ। ସେଭଳି ସିଙ୍ଘଡା, ବଡା ପାଓ ମାତ୍ର ୨୦ ଟଙ୍କାରେ ମିଳିବ। ପାଣି ବୋତଲ ୧୦ ଟଙ୍କା ଓ କଫି ୨୦ ଟଙ୍କାରେ ଦିଆଯାଉଛି। ଏହା ପୂର୍ବରୁ ବିମାନବନ୍ଦରରେ ଚା-କଫି ୫୦ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିଲା। ସେଭଳି ସ୍ମାକ୍ସର ଦାମ୍ ଆହୁରି ଅଧିକ ଥିଲା।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ରବିବାର ଭର୍ଚୁଆଲ ମାଧ୍ୟମରେ ଏହି ୧୧ ବିମାନ ବନ୍ଦର ଉପରେ ଉଡାଣ ଯାତ୍ରୀ କେଫେ ଉଦଘାଟନ କରିଥିଲେ। ଏଥିରେ ଚୌଧରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନ ବନ୍ଦର (ଲକ୍ଷ୍ନୌ), ଜୟ ପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନ ବନ୍ଦର (ପାଟନା), ରାଜକୋଟ୍ ଅନ୍ତର୍ଜାତୀୟ ବିମାନ ବନ୍ଦର, ଜମ୍ମୁ, ଶ୍ରୀନଗର, ଜୟପୁର ଓ ଦେବୀ ଅହଲ୍ୟାବାଇ ହୋଲକର ଅନ୍ତର୍ଜାତୀୟ ବିମାନ ବନ୍ଦର (ଇନ୍ଦୋର) ରହିଛି।
In line with Hon'ble PM's @narendramodi ji commitment to make air travel more inclusive and dignified, today passenger-centric facilities were inaugurated at 57 airports across the country from Rajkot Airport.
— Ram Mohan Naidu Kinjarapu (@RamMNK) March 29, 2026
Focused on making every passenger’s flying experience more convenient… pic.twitter.com/7wB0HbTZVp
ମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି, ରାଜକୋଟ୍ ବିମାନ ବନ୍ଦରରରୁ ନେଇ ସାରା ଦେଶର ୫୭ ବିମାନ ବନ୍ଦରରେ ଯାତ୍ରୀଙ୍କ ସୁବିଧା ନେଇ ଏହା ଉଦଘାଟନ ହୋଇଛି। ଏଥିରେ ଉଡାଣ ଯାତ୍ରୀ ବ୍ୟତୀତ ଡିଜି ଯାତ୍ରା, ମାଗଣା ଓ୍ବାଇ-ଫାଇ, ଲାଇବ୍ରେରୀ ପିଲାଙ୍କ ପାଇଁ ସ୍ପେଶାଲ ସ୍ପେସ୍ ଓ ସ୍ଥାନୀୟ ଏସ୍ଏଚ୍ଜି ଉତ୍ପାଦକୁ ପ୍ରୋତ୍ସାହନ ଦେବା ପାଇଁ ‘ଏଭିଏସ୍ଏଆର’ ଆଉଟଲେଟ୍ ବି ରହିଛି। ପାସେଞ୍ଜର ମଧ୍ୟ ‘ଉଡାଣ ଯାତ୍ରୀ କେଫେ’କୁ ଖୁବ୍ ପ୍ରଶଂସା କରିଛନ୍ତି। ତାଙ୍କର କହିବା ଅନୁସାରେ, ଏବେ ତାଙ୍କୁ ଏୟାରପୋର୍ଟରେ କମ୍ ଦାମ୍ରେ ଭଲ ଖାଦ୍ୟ ମିଳୁଛି। କେବଳ ସେତିକି ନୁହେଁ ବହୁ ବିମାନ ବନ୍ଦରରେ ସ୍ଥାନୀୟ ସ୍ବାଦ ଅନୁସାରେ, ସ୍ନାକ୍ସ ବି ମିଳୁଛି।