ପ୍ରମୂଖ ଖବର
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଭୁବନେଶ୍ଵର ବିମାନବନ୍ଦରରେ 'ଉଡାନ ଯାତ୍ରୀ କାଫେ'ର ଶୁଭାରମ୍ଭ; ଶସ୍ତାରେ ମିଳିବ ଖାଦ୍ୟପାନୀୟ

Published By : Rasmita Pradhan | August 25, 2025 11:21 AM

ଭୁବନେଶ୍ଵର, ୨୫/୦୮ : ଭୁବନେଶ୍ଵର ବିମାନବନ୍ଦରରେ ଏବେ ମିଳିବ ଶସ୍ତା ଖାଦ୍ୟପାନୀୟ। ଏୟାରପୋର୍ଟ ଭିତରେ 'ଉଡାନ ଯାତ୍ରୀ କାଫେ'ର ଶୁଭାରମ୍ଭ। ୧୦ ଟଙ୍କାରେ ଚା, କଫି, ପାଣି ବୋତଲ ଓ ନଡ଼ିଆ ଲଡ଼ୁ ମିଳିବ। ସେହିପରି ୨୦ ଟଙ୍କାରେ ସିଙ୍ଗଡ଼ା ମିଳିବ। ସବୁ ଯାତ୍ରୀ ଏହି ସୁଲଭ ସୁବିଧା ନେଇ ପାରିବେ। 'ଉଡାନ ଯାତ୍ରୀ କାଫେ'ର ଉଦଘାଟନ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜରପୁ ଏହି ସୂଚନା ଦେଇଛନ୍ତି। 

ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହା ଏକ ନୂଆ ପ୍ରୟାସ । ଏହାଦ୍ଵାରା ଯାତ୍ରୀମାନେ କମ୍ ଖର୍ଚ୍ଚରେ ସୁସ୍ୱାଦୁ ଖାଦ୍ୟ ପାଇପାରିବେ । ଗତବର୍ଷ ଡିସେମ୍ବର ମାସରେ ପ୍ରଥମେ କଲିକତାରେ ଏହି ଉଡାଣ ଯାତ୍ରୀ କାଫେ ଖୋଲା ହୋଇଥିଲା। ପରେ ଚେନ୍ନାଇ, ଅହମ୍ମଦାବାଦ, ପୁନେରେ ମଧ୍ୟରେ ଖୋଲିଛି। ଆଜି ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଲା । ଆସନ୍ତା ଏକବର୍ଷ ମଧରେ ଦେଶର ୧୦ରୁ ୧୫ ବଡ଼ ବିମାନବନ୍ଦରରେ ଏହି କାଫେ ଖୋଲିବ ବୋଲି ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । 

ମନ୍ତ୍ରୀ ପୁଣି କହିଛନ୍ତି ଯେ, ବିଗତ ୧୦ ବର୍ଷରେ ଦେଶରେ ବେସାମରିକ ବିମାନ ଚଳାଚଳର ଅଭିବୃଦ୍ଧି ହୋଇଛି। ଏବେ ଦେଶର ଅନେକ ଛୋଟ ଛୋଟ ସହରରେ ମଧ୍ୟ ବିମାନବନ୍ଦର ନିର୍ମିତ ହୋଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍କିମରେ ଆମ ଦେଶରେ ୩୫୦ ନୂଆ ଏୟାରପୋର୍ଟ କରିବା ନେଇ ଯୋଜନା ରଖିଛୁ। ଯାହାଦ୍ୱାରା ଆସନ୍ତା ୧୦ ବର୍ଷରେ ଦେଶରେ ୧୨୦ଟି ନୂଆ ଗନ୍ତବ୍ୟସ୍ଥଳ ସୃଷ୍ଟି କରିବା ନେଇ ଲକ୍ଷ୍ୟ ରହିଛି। ଖୁବଶୀଘ୍ର ଭୁବନେଶ୍ୱର ବିମାନବନ୍ଦର ସମ୍ପ୍ରସାରିତ ହେବ। ଟର୍ମିନାଲ ୩ର ସମ୍ପ୍ରସାରଣ ହେବ। ଏବେ ଏହା ପ୍ଲାନିଂ ଷ୍ଟେଜ୍‌ରେ ଅଛି। ଏହି ଟର୍ମିନାଲରେ କେବଳ ଓଡ଼ିଆ କୀର୍ତ୍ତି, ପ୍ରଥା ଓ ପରମ୍ପରାର ଝଲକ ରହିବ। କୌଣସି ଆଧୁନିକତା ଝଲକ ରହିବ ନାହିଁ। ବିମାନ ଯାତ୍ରୀ ଓହ୍ଲାଇବା ପରେ ଓଡ଼ିଶାର ଗୌରବ ଗାଥା ବିଷୟରେ ଜାଣିପାରିବେ। ବ୍ରିଟିଶ ଅମଳରୁ ପଡ଼ିଥିବା ୨୦ ଏୟାର ଷ୍ଟ୍ରିପ୍‌କୁ ଉନ୍ନତିକରଣ କରାଯିବ। ନିକଟ ଭବିଷ୍ୟତରେ ଏହାକୁ ଏୟାରପୋର୍ଟରେ ରୂପାନ୍ତରିତ କରାଯିବ। ରାଜ୍ୟ ସରକାର ଜମି ସମସ୍ୟା ଦୂର କରିବା ଦିଗରେ ସହଯୋଗ କରିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ଅନ୍ୟ କାମ ପୂର୍ଣ୍ଣ କରିବାର ଯୋଜନା ରଖିଛି । ଏହାଛଡା ରାଜ୍ୟର ଥିବା ଅନ୍ୟ ଛୋଟ ବିମାନବନ୍ଦର ଗୁଡ଼ିକର ବିମାନ କନେକ୍ଟିଭିଟି ବଢାଯିବ। ରାଜ୍ୟ ସରକାର ସବୁ କ୍ଷେତ୍ରରେ ସହଯୋଗ କରୁଛନ୍ତି, କିଛି ଅସୁବିଧା ନାହିଁ ବୋଲି ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି।।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.