PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

୧୦୦ ଦିନ ଭିତରେ ୮ କୋଟି ମହିଳାଙ୍କ ମୁହଁରେ ହସ ଫୁଟାଇବେ ମୋଦି ସରକାର, ଜୋରସୋରରେ ଚାଲିଛି ଯୋଜନା

ନୁଆଦିଲ୍ଲୀ ୧୭/୭: ମୋଦି ସରକାରଙ୍କ ଆଗାମୀ ବଡ ଲକ୍ଷ୍ଯ ହେଉଛି ୧୦୦ ଦିନ ଭିତରେ ଉଜ୍ଜଲା ଯୋଜନାକୁ  ୮ କୋଟି ଗୃହିଣୀଙ୍କ ନିକଟରେ ପହଞ୍ଚାଇବା । ଏହି ଯୋଜନାରେ ଗରିବୀ ରେଖା ତଳେ ଜୀବନ ଯାପନ କରୁଥିବା(ବିପିଏଲ୍) ପରିବାରର ମହିଳା ସଦସ୍ଯଙ୍କ ନାଁରେ ବିନା ଶୁଳ୍କରେ ଗ୍ଯାସ୍ କନେକ୍ସନ ଦିଆଯିବ  । ୨୦୧୬ ମେ ରେ ଏହି ଯୋଜନା ଆରମ୍ଭ ହେବା ପରଠୁ ଏହି ଯୋଜନାରେ ବ୍ଯାପକ ସଫଳତା ମିଳିଛି ଏବଂ ଦ୍ୱିତୀୟ ଥର ପାଇଁ ମୋଦି ସରକାର ଆସିବାରେ ଏହି ଯୋଜନା ମୁଖ୍ଯ ଭୂମିକା ଗ୍ରହଣ କରିଛି ।

ସମସ୍ତ ଗରିବ ପରିବାରକୁ ଏହି ଯୋଜନାରେ ମିଳିବ ଫାଇଦା
ଏପର୍ଯ୍ଯନ୍ତ ୭.୨ କୋଟି ଉଜ୍ଜଲା କନେକ୍ସନ ହୋଇସାରିଛି । ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ଏହାକୁ ୮ କୋଟି ପର୍ଯ୍ଯନ୍ତ ପହଞ୍ଚାଇବା ପାଇଁ ୟୁଦ୍ଧକାଳୀନ ଭିତ୍ତିରେ କାର୍ୟ୍ୟ କରାଯାଉଛି । ଏବଂ ଏହାର ପ୍ରକୃତ ଲକ୍ଷ୍ଯ ହେଉଛି ୧୦୦ ଦିନ ଭିତରେ ୮ କୋଟି ଗୃହିଣୀଙ୍କ ନିକଟରେ ଏହି କନେକ୍ସନ ପହଞ୍ଚାଇବା ।

ଏହା ସହିତ ଆଗାମୀ କିଛି ମାସରେ ୧-୨ କୋଟି ଅନ୍ଯ ଏଲପିଜି କନେକ୍ସନ ଦିଆଯିବ । ଯାହା ଫଳରେ ସବୁ ଗରିବଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିହେବ । ଏହାସହ ଚଳିତବର୍ଷ ଶେଷ ମଧ୍ଯରେ ଦେଶରେ ୧୦୦ ପ୍ରତିଶତ ଗୃହିଣୀଙ୍କୁ ଗ୍ଯାସ୍ କନେକ୍ସନ କିମ୍ବା ଏଲପିଜି ଦିଆଯିବ । ବର୍ତ୍ତମାନେ ଦେଶରେ ୯୩-୯୪ ମହିଳା ଗ୍ଯାସ୍ କନେକ୍ସନ ପାଇସାରିଛନ୍ତି ।  

ଗରିବ ପରିବାର ଦ୍ୱିତୀୟ ଥର ଭରୁଛନ୍ତି ଗ୍ଯାସ୍
ଦେଶରେ ଘରେଘରେ ସ୍ୱଚ୍ଛ ଇନ୍ଧନ ପହଞ୍ଚାଇବା ଲକ୍ଷ୍ଯ ପୂରା ହୋଇଯିବ ଏବଂ ଆଗାମୀ ପର୍ଯ୍ଯାୟ ଆରମ୍ଭ ହେବ ଯେଉଁଥିରେ ଏହା ସୁନିଶ୍ଚିତ କରାଯିବ ଯେ ସବୁ ନୂଆ କନେକ୍ସନ, ବିଶେଷ ରୂପେ ଗରିବ ଶ୍ରେଣୀର ହିତାଧିକାରୀ ଏଲପିଜି ପୁଣି ଭରୁଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ବିପିଏଲ୍ ପରିବାରଙ୍କୁ ୧୬୦୦ ଟଙ୍କାରେ ଗ୍ଯାସ୍ କନେକ୍ସନ ଦିଆଯାଉଛି । ଏଲପିଜି କନେକ୍ସନ ପରିବାରର ମହିଳା ସଦସ୍ଯଙ୍କ ନାଁରେ ଦିଆଯାଉଛି ।