ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମହିଳାଙ୍କ ବୟସକୁ ନେଇ ଜିମ୍‌ରେ କଟକଣା ଲାଗୁ, ଜିମ୍ ଯିବା ସମୟ ଉପରେ ବି ପ୍ରତିବନ୍ଧକ

Published By : Swapna Ray | July 27, 2025 3:43 PM

ନୂଆଦିଲ୍ଲୀ, ୨୭।୭: ମହିଳାମାନେ ଜିମ୍ ଯାଉଥିଲେ ସାବଧାନ ! ମହିଳାଙ୍କ ବୟସକୁ ନେଇ ଜିମ୍‌ରେ ଲାଗୁ ହୋଇଛି କଟକଣା । ତେବେ ଏହି ନିୟମ ସବୁ ବୟସର ମହିଳାଙ୍କ ପାଇଁ ଲାଗୁ ହୋଇନାହିଁ । ଯେଉଁ ମହିଳାମାନଙ୍କର ବୟସ ୨୪ ବର୍ଷରୁ ଅଧିକ ସେମାନଙ୍କୁ ଜିମ୍‌ ଯିବାକୁ ବାରଣ କରାଯାଇଛି । ଶୁଣିବାକୁ ଆଶ୍ଟର୍ଯ୍ୟ ଲାଗୁଥିଲେ ବି କଥାଟା ପୁରା ସତ । ଜିମ୍‌ରେ କେବେ ବୟସ ଅନୁସାରେ କଟକଣା ଲାଗିବା କଥା ଶୁଣିଛନ୍ତି କି ? କିନ୍ତୁ ଏବେ ଏଭଳି ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ତେବେ ଏହି ନିୟମ ଭାରତରେ ନୁହେଁ ୟୁକେରେ ଲାଗୁ ହୋଇଛି । ନିଜକୁ ଫିଟ୍ ରଖିବାକୁ ସମସ୍ତେ ଚାହାନ୍ତି । ବର୍ତ୍ତମାନ ସମୟରେ ଜିମ୍ ଯିବା ଏକ ଟ୍ରେଣ୍ଡ ପାଲଟିଗଲାଣି । ପତଳା ହୁଅନ୍ତୁ କି ମୋଟା କେବଳ ଯୁବପିଢ଼ି ନୁହଁନ୍ତି, ବୟସ୍କ ଲୋକ ମଧ୍ୟ ଜିମ୍ ଯିବାକୁ ଲାଗିଲେଣି ।  

ୟୁକେରେ ଏକ ଜିମ୍ ୨୪ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ମହିଳାଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟରେ ଜିମ୍‌ରେ ବ୍ୟାନ୍ ଲଗାଇଛି । ୟୁକେର ଏକ ଜିମ୍ ୨୪ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ପିକ୍ ଆୱାରରେ ବ୍ୟାୟାମ କରିବାରୁ ନିଷେଧ କରିଛି । ଯାହା ଏବେ ବିବାଦ ସୃଷ୍ଟି କରିଛି । ୧୨ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜିମ୍ ସଂରକ୍ଷିତ ରହିବ । ସ୍କୁଲ ପରେ ଯୁବା ମହିଳାମାନଙ୍କୁ ଭଲ ସର୍ଭିସ୍ ଯୋଗାଇବାକୁ ଲକ୍ଷ୍ୟ କରି ସନ୍ଧ୍ୟା ସମୟରେ କେବଳ ସେମାନଙ୍କୁ ଜିମ୍ ଆସିବାକୁ ଅନୁମତି ଦିଆଯାଇଛି । ତେବେ ଏହା କେବଳ ସେହି ନିର୍ଦ୍ଧାରିତ ସମୟ ବ୍ୟତୀତ ଅନ୍ୟ ସମୟରେ ସମସ୍ତ ମହିଳାମାନଙ୍କୁ ଜିମ୍ ଆସିବାକୁ ଅନୁମତି ଦିଆଯାଇଛି । 

ଅନ୍ୟପଟେ ଏହି ନିୟମ କେବଳ ୱିକ୍ ଡେ ପାଇଁ ଲାଗୁ କରାଯାଇଛି । ୱିକେଣ୍ଡରେ ୨୪ ବର୍ଷରୁ ଅଧିକ ବର୍ଷର ମହିଳାମାନେ ଯେକୌଣସି ସମୟରେ ବି ଯାଇ ୱାର୍କଆଉଟ୍ କରିପାରିବେ । ଏହି ନିୟମ ଲାଗୁ ହେବା ପରେ କିଛି ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି । ଅନେକ ଏହାକୁ ଅନ୍ୟାୟ ଏବଂ ପକ୍ଷପାତିତା ହେଉଥିବା ବୋଲି କହିଛନ୍ତି । ତେବେ ଜଣେ ମହିଳା ଜିମ୍‌ରେ ୨୪ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ସେହି ନିର୍ଦ୍ଦିଷ୍ଟ ସମୟରେ ଏକ୍ସରସାଇଜ କରିବାରୁ ବଞ୍ଚିତ କରାଯିବା ଘଟଣା ଏବେ ଏକ ସୋସିଆଲ ମିଡିଆ ପୋଷ୍ଟରୁ ଏହି ଘଟଣା ସାମ୍ନାକୁ ଆସିଛି । ମହିଳା ଜଣଙ୍କ ପୋଷ୍ଟରେ କହିଛନ୍ତି, ଜିମ୍ ପ୍ରତିଦିନ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହିଳାମାନଙ୍କ ଏକ୍ସରସାଇଜ ପାଇଁ ଅନୁମତି ଦେଉଥିଲା । କିନ୍ତୁ, ଏହି ନିୟମ ପରିବର୍ତ୍ତନ ପରେ ସେ ଜିମ୍‌ରୁ ନିଜର ସଦସ୍ୟତା ବାତିଲ୍ କରିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.