ନୂଆଦିଲ୍ଲୀ,୭/୭ : ୟୁକ୍ରେନର ଜଣେ ବିଦେଶୀ ମହିଳାଙ୍କୁ ବିନା ବୈଦ୍ଧ କାଗଜପତ୍ରରେ ନେପାଳ ଯିବାର ପ୍ରୟାସ କରୁଥିବାବେଳେ ଗିରଫ କରି ନିଆଯାଇଛି । ଏହାପରେ ଭାରତ- ନେପାଳ ସୀମାରେ ହଲଚଲ୍ ସୃଷ୍ଟି ହୋଇଛି । ମୋତିହାରୀର ହରପୁର ଥାନା ଅଞ୍ଚଳରେ ସଶସ୍ତ୍ର ସୀମା ବଳ (SSB) ଏବଂ ପୋଲିସର ମିଳିତ କାର୍ଯ୍ୟାନୁଷ୍ଠାନରେ ମହିଳାଙ୍କୁ ସୈନିକ ରୋଡ଼ ନିକଟ ଜେଲକୁ ପଠାଇ ଦିଆଯାଇଛି । ପ୍ରାରମ୍ଭିକ ଯାଞ୍ଚରେ ସାମ୍ନାକୁ ଆସିଛି କି ସେ ବହୁ ସମୟରୁ ଭାରତରେ ରହୁଥିଲେ । କିନ୍ତୁ ତାଙ୍କ ପାଖରେ ରହିବା କିମ୍ବା ଯାତ୍ରା ସହ ଯୋଡ଼ି ହୋଇଥିବା ବୈଦ୍ଧ କାଗଜପତ୍ର ମିଳିପାରିନାହିଁ ।
ବିଶ୍ବସ୍ତ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା କି ୟୁକ୍ରେନରେ ରହୁଥିବା ଏକ ବିଦେଶୀ ମହିଳା ଭାରତ- ନେପାଳ ସୀମା ରାସ୍ତାରେ ନେପାଳ ଯିବାକୁ ପ୍ରୟାସ କରୁଛନ୍ତି । ସୂଚନା ପାଇବା ପରେ ଏସଏସବି ଏବଂ ହରପୁର ଥାନା ପୋଲିସ ମିଳିତ ଭାବେ ଅଭିଯାନ ଚଳାଇଥିଲେ ଏବଂ ସୀମା ପାର୍ କରିବା ପୂର୍ବରୁ ହିଁ ତାଙ୍କୁ ଧରି ନେଇଛନ୍ତି । ଏହି ସମୟରେ ୟୁକ୍ରେନର ଏହି ମହିଳା ସାଲଓ୍ବାର ସୁଟ୍ ପିନ୍ଧିଥିଲେ । କିନ୍ତୁ ପୋଲିସର ଟିମ୍ ତାଙ୍କୁ ଚିହ୍ନି ନେଇଥିଲେ ଏବଂ ନିଜ ସହ ନେଇଯାଇଥିଲେ ।
ପଚରାଉଚରା ସମୟରେ ମହିଳା ଭାରତରେ ରହୁଥିବା ଏବଂ ନେପାଳ ଯିବାକୁ ଥିବା ବୈଦ୍ଧ କାଗଜପତ୍ର ଦେଖାଇ ପାରି ନ ଥିଲେ । ଏବେ ଯାଞ୍ଚ ଏଜେନ୍ସି ଏହା ଜାଣିବାକୁ ଚେଷ୍ଟା ଚଳାଇଛି କି ସେ ଭାରତ କେବେ ଏବଂ କେଉଁ ରାସ୍ତାରେ ଆସିଥିଲେ । ଏତେଦିନ ପର୍ଯ୍ୟନ୍ତ କେଉଁଠାରେ ଥିଲେ ଏବଂ ନେପାଳ ଯିବା ପଛରେ ତାଙ୍କର କ’ଣ ଉଦ୍ଦେଶ୍ୟ ଥିଲା । ୟୁକ୍ରେନର ଏହି ମହିଳା ସାଲଓ୍ବାର ସୁଟ୍ ପିନ୍ଧିଥିଲେ । ଏଭଳି ସ୍ଥଳେ ସେ ଏକ ଭାରତୀୟ ମହିଳାଙ୍କ ଭଳି ଲାଗୁଥିଲେ, କିନ୍ତୁ ପୋଲିସ ତାଙ୍କୁ ଧରି ନେଇଛି ।