PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଯୁଦ୍ଧ ଭୂଇଁରେ ଭାଓଲିନ୍‌ର ଶବ୍ଦ; ସେନାରେ ମିଶି ଯୁଦ୍ଧ କରୁଛନ୍ତି ୟୁକ୍ରେନ ଷ୍ଟ୍ରିଟ୍ ମ୍ୟୁଜିକ୍ ଆର୍ଟିଷ୍ଟ, ବଜାଉଛନ୍ତି ବେହେଲା, ଇଣ୍ଟରନେଟରେ ଭୂରି ଭୂରି ପ୍ରଶଂସା

Image Courtesy: India Today

କିଭ୍,୨୪/୦୯: ୟୁକ୍ରେନ ଉପରେ ଋଷ ଯୁଦ୍ଧ ଘୋଷଣା କରିବାକୁ ବିତିଗଲାଣି ୮ ମାସରୁ ଅଧିକ ସମୟ। ଯୁଦ୍ଧ ବିଭିଷିକାର ଗୋଟିଏ ପରେ ଗୋଟିଏ ଚିତ୍ର ଇଣ୍ଟରନେଟରେ ଘୁରି ବୁଲୁଛି। ଭିଡିଓ ବି ଭାଇରାଲ ହେଉଛି। କେଉଁଠି ଶରଣାର୍ଥୀଙ୍କ ଆକୁଳ ଚିତ୍କାର ତ ଆଉ କେଉଁଟି ମିଶାଇଲ ବିସ୍ଫୋରଣର ଛାତିଥରା ଚିତ୍ର। ତେବେ ଏହାରି ଭିିତରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କୁ କିଛି ସମୟ ପାଇଁ ନିଶ୍ଚୟ ଶାନ୍ତି ଦେବ ଆଉ ପ୍ରକୃତ କାହାଣୀ ଜାଣିବା ପରେ ଆପଣ ନିଶ୍ଚୟ ଭାବବିହ୍ବଳ ହୋଇପଡ଼ିବେ। ଏବେ ସୋସିଆଲ ମିଡିଆରେ ଜଣେ ୟୁକ୍ରେନ ଜବାନଙ୍କର ଭାଓଲିନ୍‌ ବଜାଉଥିବାର ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଭୂରି ଭୂରି ପ୍ରଶଂସା କରାଯାଉଛି।

ୟୁକ୍ରେନ୍‌ର ଆଭ୍ୟନ୍ତରଣ ବ୍ୟାପାର ମନ୍ତ୍ରୀ  ଆଣ୍ଟୋନ୍‌ ଜେରାସଚେଙ୍କୋ ତାଙ୍କ ଟ୍ବିଟର ଆକାଉଣ୍ଟରେ ଯବାନ୍‌ ଜଣଙ୍କ ଭାଓଲିନ୍‌ ବଜାଉଥିବାର ଭିଡିଓଟିକୁ ପୋଷ୍ଟ କରିଥିଲେ। ମୋସେ ବୋଣ୍ଡାରେଙ୍କୋ ନାମକ ବ୍ୟକ୍ତି ଜଣଙ୍କ ପୂର୍ବରୁ ୟୁକ୍ରେନର ରାସ୍ତାରେ ଭାଓଲିନ୍‌ ବଜାଉଥିବା ବେଳେ ବର୍ତ୍ତମାନ ସେ ଯୁଦ୍ଧ ପାଇଁ ସୈନ୍ୟ ବାହିନୀରେ ଯୋଗ ଦେଇଛନ୍ତି। ତେବେ ସୈନ୍ୟ ପୋଷାକରେ ସେ ଏକ ପଡ଼ିଆ ଉପରେ ଠିଆ ହୋଇ ଭାଓଲିନ୍‌ ବଜାଉଥିବାର ଦେଖିବାକୁ ମିଳିଛି। ସେହି ସମୟରେ ଅନ୍ୟ ଜଣେ ସୈନ୍ୟ ଏହି ଭିଡିଓ କରିଥିଲେ। ଯାହାକି ଟ୍ବିଟରରେ ପୋଷ୍ଟ କରାଯିବା ପରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର