PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଅଲଟିମେଟ୍‌ ଖୋ ଖୋ ଲିଗ୍: ଦିଲୀପ, ଦିପେଶ ଓଡ଼ିଶା ଅଧିନାୟକ ନିଯୁକ୍ତ

ଭୁବନେଶ୍ୱର,୧୧/୦୮: ଆସନ୍ତା ୧୪ ତାରିଖରୁ ପୁନେରେ ଆରମ୍ଭ ହେବାକୁ ଯାଉଛି ଅଲଟିମେଟ୍‌ ଖୋ ଖୋ ଲିଗର ପ୍ରଥମ ସଂସ୍କରଣ । ରାଜ୍ୟରେ ଖୋ ଖୋର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଲିଗ୍‌ରେ ଏକ ଫ୍ରାଞ୍ଚାଇଜ କିଣିଛନ୍ତି । ଯାହାର ନାମ ରହିଛି ଓଡ଼ିଶା ଜଗରନଟ୍ସ । ଆଗାମୀ ସିଜନ ପାଇଁ ଦୁଇ ଜଣଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ସେମାନେ ହେଲେ ମିଲିନ୍ଦ ଦିଲୀପ ଚଭରେକର ଓ ଦିପେଶ ବିଜୟ ମୋର ।

ଓଡ଼ିଶା କ୍ରୀଡ଼ା ବିକାଶ ଏବଂ ପ୍ରସାର କମ୍ପାନୀ (ଓଏସ୍‌ଡିପିସି) ଓଡ଼ିଶା ଜଗରନଟ୍ସ ମାଲିକ ରହିଛି । ଅଶ୍ୱିନୀ କୁମାର ଶର୍ମା ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି । ମୁଖ୍ୟ କୋଚ୍‌ ଓ ଟିମ୍‌ ମ୍ୟାନେଜର ଲିଲନ ପ୍ରସାଦ ସାହୁ ଆଜି ଅଧିନାୟକଙ୍କ ନାମ ଘୋଷଣା କରିଥିଲେ । ଉଭୟ ଅଧିନାୟକଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି । ଦିପେଶ ସମସ୍ତ ଘରୋଇ ମ୍ୟାଚ୍‌ରେ ଏବଂ ଦିଲୀପ ଅବଶିଷ୍ଟ ବାହାର ମ୍ୟାଚ୍‌ରେ ଦଳର ନେତୃତ୍ୱ ନେବେ । ପ୍ରଥମ ସଂସ୍କରଣରେ ମୋଟ୍‌ ୬ଟି ଫ୍ରାଞ୍ଚାଇଜ ସାମିଲ ହୋଇଛନ୍ତି ।

ଲିଗ୍‌ ଆସନ୍ତା ୧୪ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୪ ତାରିଖରେ ଶେଷ ହେବ । ଓଡ଼ିଶା ଆସନ୍ତା ୧୫ ତାରିଖରେ ପ୍ରଥମ ମ୍ୟାଚ୍‌ ପୁନେରେ ଖେଳିବ । ଗତ ନିଲାମୀରେ ଦଳରେ ମୋଟ୍‌ ୨୫ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ଓଡ଼ିଶାରୁ ଜଗନ୍ନାଥ ମୁର୍ମୁ, ଲିପୁନ ମୁଖୀ, ଅର୍ଜୁନ ସିଂହ, ସିଦେ୍ଧଶ୍ୱର ଟୁଡୁ, ଲିଲନ କୁମାର ସାହୁ ଓ ସ୍ୱୟମ ସତ୍ୟପ୍ରକାଶ ପରିଜା ରହିଛନ୍ତି । ଲିଗ୍‌ରେ ମୋଟ୍‌ ୧୦ ଜଣ ଖେଳାଳି ସାମିଲ ହୋଇଛନ୍ତି ।

ଗତ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ଦଳର ଜର୍ସି ଉନ୍ମୋଚନ କରିଥିଲେ । ଓଡ଼ିଶା ଜଗରନଟ୍ସ ଖେଳାଳି: ଏମ୍‌କେ ଗୌତମ, ଦିଲୀପ ରତନ ଖଣ୍ଡାଭି, ବିଶାଳ, ଜଗନ୍ନାଥ ମୁର୍ମୁ, ଆଦିତ୍ୟ ସୁନୀଲ କୁଡାଲେ, ନିଲେଶ ଆନନ୍ଦ ଯାଦବ, ସୁରଜ ଶିତଲ ଲାଣ୍ଡେ, ଦିପେଶ ବିଜୟ ମୋର୍‌, ସୁବାଶିଷ ସାନ୍ତ୍ରା, ପି. ମହେଶ, ଅଭିନାଶ ଶିବାଜୀ ଦେଶାଇ, ଲିପୁନ ମୁଖୀ, ଦିନେଶ ନାଏକ, ଅର୍ଜୁନ ସିଂ, ସୁରେଶ କୁମାର, ଥଙ୍ଗନା ବିନୋଦ କୁମାର, ଶିବ କୁମାର ସେନ, ମିଲିନ୍ଦ ଦିଲିପ ଚଭରେକର, ମନୋଜ ନାରାୟଣ ଘୋଟେକର, ଦର୍ଶନାପୁ ସତୀଶ, ଗୁରଜିନ୍ଦର ସିଂ, ସ୍ୱୟମ୍‌ ସତ୍ୟପ୍ରକାଶ ପରିଜା ଓ ମୁକେଶ ପ୍ରଜାପତ, ସିଦେ୍ଧଶ୍ୱର ଟୁଡୁ, ସୁକାନ୍ତ ସିଂ ଓ ଲିଲନ କୁମାର ସାହୁ