PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ମହିଳାଙ୍କ ଲୁହ ପୋଛି ହସ ଫୁଟାଇଛି ‘ଉଜ୍ଜ୍ୱଳା’

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧ା୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ମହିଳାଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେଉଛି । ମହିଳାଙ୍କ ବିକାଶ ଉଦ୍ଦେଶ୍ୟରେ ଅନେକ ଲୋକାଭିମୁଖୀ ଯୋଜନା ଆରମ୍ଭ ହୋଇଛି । ତେବେ ଯେଉଁ ଯୋଜନା ମହିଳାଙ୍କ ଆଖିରୁ ଲୁହ ପୋଛି ମୁହଁରେ ହସ ଫୁଟାଇଛି, ତାହାର ନାମ ହେଲା ‘ଉଜ୍ଜ୍ୱଳା’ । ଏହି ଯୋଜନା ମୋଦି ସରକାରଙ୍କ ଏକ ନମ୍ବର ସଫଳ ଯୋଜନା । ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବର ତୃତୀୟ ସଂସ୍କରଣରେ ଓଡ଼ିଶାର ଉଜ୍ଜ୍ୱଳା ହିତାଧିକାରୀଙ୍କ ସହ ଆଲୋଚନା ବେଳେ ଏମିତି କହିଛନ୍ତି କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରୀ ଉମା ଭାରତୀ ।
ଉଜ୍ଜ୍ୱଳା ଯୋଜନା ମହିଳାଙ୍କୁ ସ୍ୱାବଲମ୍ବୀ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହୋଇଛି ବୋଲି ଏ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏ ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଉଜ୍ଜ୍ୱଳା ଲାଭାର୍ଥୀ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଘସିପୁରାର ଅନିମାରାଣୀ ରାଉତ ଗୀତ ଗାଇ ଉଜ୍ଜ୍ୱଳା ଯୋଜନାର ପ୍ରଶଂସା କରିଥିଲେ ।
ଆଜି ଓଡ଼ିଶାର ୩୦ଟି ଜିଲ୍ଲାରେ ଅନୁଷ୍ଠିତ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବର ତୃତୀୟ ସଂସ୍କରଣରେ ଉଭୟ କେନ୍ଦ୍ରମନ୍ତ୍ରୀ ନୂଆଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୫୦ ହଜାରରୁ ଅଧିକ ଲାଭାର୍ଥୀଙ୍କ ସହ ଆଲୋଚନା କରିଥିଲେ ।
ଉମା ଭାରତୀ କହିଛନ୍ତି, ୨୦୧୪ରେ ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ଦେଶରେ ବହୁ ପରିବର୍ତ୍ତନ ଆସିଛି । କିନ୍ତୁ ଉଜ୍ଜ୍ୱଳା ଯୋଜନାରେ ଗରିବ ପରିବାରର ମହିଳାମାନେ ଅଧିକ ଲାଭ ପାଇଛନ୍ତି । ଏହି ଯୋଜନା ସେମାନଙ୍କୁ କେବଳ ସ୍ୱାସ୍ଥ୍ୟକର ଓ ସ୍ୱଚ୍ଛ ଇନ୍ଧନ ଯୋଗାଇଛି ତାହା ନୁହେଁ ବରଂ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା । ଯଦିଓ ଏହା ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଏଲ୍‌ପିଜି ପହଞ୍ଚାଇ ପାରିଛି, ରାଜ୍ୟ ସରକାରଙ୍କ ସହଯୋଗ ମିଳିଥିଲେ, ଆହୁରି ଲାଭ ମିଳିଥାଇ ପାରିଥାନ୍ତା ବୋଲି ସେ କହିଛନ୍ତି । ଏ ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ୩୭ ଲକ୍ଷ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପହଞ୍ଚିପାରିଛି । ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପୂର୍ବରୁ ଓଡ଼ିଶାର ୧୦୦ରୁ ୨୦ ଜଣଙ୍କ ଘରେ ଏଲ୍‌ପିଜି ସଂଯୋଗ ନ ଥିଲା । ଏବେ କିନ୍ତୁ ୭୫% ଘରେ ଏଲ୍‌ପିଜି ପହଞ୍ଚି ସାରିଲାଣି । ଓଡ଼ିଶାରେ ଗୋଟେ ବି ଗରିବ ଘର ରହିବ ନାହିଁ, ଯେଉଁଠି ଉଜ୍ଜ୍ୱଳା ଏଲ୍‌ପିଜି ପହଞ୍ଚି ନ ଥିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସମ୍ବନ୍ଧିତ ଖବର