PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଗୁପ୍ଟିଲଙ୍କ ଓଭର ଥ୍ରୋରେ ୬ ରନ୍ ଦେଇଥିବା ଅମ୍ପାୟାର କହିଲେ ‘ନିଷ୍ପତ୍ତି ଭୁଲ୍ ଥିଲା କିନ୍ତୁ ଅନୁତାପ କରୁନି’

ନୁଆଦିଲ୍ଲୀ ୨୧/୭: ୱର୍ଲ୍ଡ କପର ଫାଇନାଲରେ ମାର୍ଟିନ୍ ଗୁପ୍ଟିଲଙ୍କ ଓଭର ଥ୍ରୋରେ ଇଂଲଣ୍ଡକୁ ୬ ରନ୍ ଦେଇଥିବା ଅମ୍ପାୟାର କୁମାର ଧର୍ମସେନା ରବିବାର ଏହା ମାନିଛନ୍ତି ଯେ ତାଙ୍କ ନିଷ୍ପତ୍ତି ଭୁଲ୍ ଥିଲା । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ନିଷ୍ପତ୍ତିକୁ ନେଇ ସେ ଅନୁତପ୍ତ ନୁହଁନ୍ତି । ପୂର୍ବତନ ଶ୍ରୀଲଙ୍କା କ୍ରିକେଟର କହିଛନ୍ତି ଯେ ଥ୍ରୋ ସମୟରେ ଉଭୟ ବ୍ଯାଟ୍ସମ୍ୟାନ୍ ପରସ୍ପରକୁ କ୍ରସ୍ କରିପାରିନଥିଲେ । ମୋର ନିଷ୍ପତ୍ତି ନେବାରେ ଭୁଲ୍ ହୋଇଗଲା ।

ଆଇସିସିର ପୂର୍ବତନ ଅମ୍ପାୟାର ସାଇମନ୍ ଟର୍ଫେଲ୍ ମଧ୍ଯ ଏହି ନିଷ୍ପତ୍ତିକୁ ଭୁଲ୍ ବୋଲି ଘୋଷଣା କରିଦେଇଥିଲେ । ସେ କହିଥିଲେ ଯେ ଆଇସିସିର ନିୟମ ଅନୁସାରେ, ଏହି ଓଭର ଥ୍ରୋରେ ଇଂଲଣ୍ଡକୁ ୫ ରନ୍ ହିଁ ମିଳିବାର ଥିଲା । ଯଦି ଏମିତି ହୋଇଥାନ୍ତା ତେବେ ରେଜଲ୍ଟ କିଛି ଅଲଗା ହୋଇଥାନ୍ତା । ଟଫେଲ୍ ୫ ଥର ଅମ୍ପାୟାର ଅଫ ଦ ଇୟର ଚୟନ ହୋଇଛନ୍ତି । କହିରଖୁଛୁ ମ୍ୟାଚ ଓ ସୁପର ଓଭର ଟାଇ ରହିବା ପରେ ବାଉଣ୍ଡ୍ରୀର ନିୟମ ଅନୁସାରେ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା ।

ମଇଦାନରେ କୌଣସି ଟିଭି ରିପ୍ଲେ ହୁଏନି: ଧର୍ମସେନା
ଧର୍ମେସେନା କହିଛନ୍ତି ଯେ ‘ଲୋକଙ୍କୁ ଟିଭିରେ ରିପ୍ଲେ ଦେଖି କମେଣ୍ଟ କରିବା ସହଜ ହୋଇଥାଏ । ନିକଟରେ ମୁଁ  ଯେତେବେଳେ ଟିଭି ରିପ୍ଲେ ଦେଖିଲେ, ସେତେବେଳେ ମୁଁ ଜାଣିଲି ଯେ ମୁଁ ଭୁଲ୍ ନିଷ୍ପତ୍ତି ନେଇଯାଇଛି । ଆମ ପାଖରେ ମଇଦାନେ କୌଣସି ଟିଭି ରିପ୍ଲେ ହୁଏନି । ମୋତେ ମୋ ନିଷ୍ପତ୍ତି ପାଇଁ କେବେ ବି ଅନୁତାପ ରହିବନି ।‘

ଫାଇନାଲର ୫୦ତମ ଓଭରର ୪ର୍ଥ ବଲରେ ଯେତେବେଳେ ନ୍ଯୁଜିଲାଣ୍ଡର ମାର୍ଟିନ୍ ଗୁପ୍ଟିଲ୍ ଥ୍ରୋ ମାରିଥିଲେ, ସେତେବେଳେ ଇଂଲଣ୍ଡର ବ୍ଯାଟ୍ସମ୍ୟାନ୍ ବେନ୍ ଷ୍ଟୋକସ୍ ଓ ଆଦିଲ୍ ରଶିଦ ଏକ ରନ୍ ପୂରା କରିସାରିଥିଲେ । ଯେତେବେଳେ ଥ୍ରୋ ପକାଗଲା ସେତେବେଳେ ବ୍ୟାଟ୍ସମ୍ୟାନ୍ ୨ୟ ରନ୍ ପାଇଁ ପରସ୍ପରକୁ କ୍ରସ୍ କରିପାରିନଥିଲେ । ଥ୍ରୋ ପହଞ୍ଚିବା ପୂର୍ବରୁ ଷ୍ଟୋକ୍ସ କ୍ରିଜରେ ପହଞ୍ଚି ସାରିଥିଲେ । କିନ୍ତୁ ସେତିକିବେଳେ ବଲଟି ତାଙ୍କ ବ୍ଯାଟରେ ବାଜି ବାଉଣ୍ଟ୍ରି ପର୍ଯ୍ଯନ୍ତ ପଳାଇଥିଲା । ଟର୍ଫେଲଙ୍କ ଅନୁସାରେ ଏଭଳି ସ୍ଥିତିରେ ଇଂଲଣ୍ଡକୁ କେବଳ ୫ ରନ୍ ମିଳିବା ଉଚିତ୍ ଥିଲା, ୬ ରନ୍ ନୁହେଁ ।

ସମ୍ବନ୍ଧିତ ଖବର