ପ୍ରମୂଖ ଖବର
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ୨୫% ବଢିଛି ମହିଳାଙ୍କ ବିରୋଧରେ ଯୌନ ହିଂସା, UN ରିପୋର୍ଟରୁ ଚାଞ୍ଚଲ୍ୟକର ଖୁଲାସା

Published By : Rasmita Pradhan | August 15, 2025 10:18 AM

ନୂଆଦିଲ୍ଲୀ, ୧୫/୦୮ : ଯୁଦ୍ଧର ଅନ୍ୟ ନାମ ଯାତନା। ଯୁଦ୍ଧର ପରିଣାମ ଯେ କେତେ ଭୟଙ୍କର ତାହା ଜଣେ ଯୁଦ୍ଧଗ୍ରସ୍ତ ଅଞ୍ଚଳର ନାରୀକୁ ପଚାର। ଯୁଦ୍ଧ ହେଲେ ସବୁଠୁ ଅଧିକ ଶିକାର ହୁଅନ୍ତି ମହିଳା ଓ ଶିଶୁ। ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ସବୁଠୁ ଅଧିକ ଯୌନ ଶୋଷଣ ଓ ଆକ୍ରୋଶର ଶିକାର ହୁଅନ୍ତି ମହିଳା। ଭୋଗ୍ୟାବସ୍ତୁ ଭାବେ ବ୍ୟବହାର କରନ୍ତି ଶତ୍ରୁ। ଦୁର୍ବଳାଙ୍କୁ ଘରୁ ଟେକିନେଇ ସଙ୍ଘବଦ୍ଧ ଭାବେ କରାଯାଏ ଶୋଷଣ। ଆଉ କଥା ନମାନିଲେ ମିଳେ ଅକଥନୀୟ ନିର୍ଯାତନା।   

୨୦୨୪ରେ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ୨୫ ପ୍ରତିଶତ ବଢିଛି ମହିଳାଙ୍କ ବିରୋଧରେ ଯୌନ ହିଂସା। କାଙ୍ଗୋ, ସୋମାଲିଆ, ହୈତି ଓ ଦକ୍ଷିଣ ସୁଡ଼ାନ ଭଳି ଦେଶରେ ମହିଳାଙ୍କ ଉପରେ ହୋଇଛି ସବୁଠୁ ଅଧିକ ଅତ୍ୟାଚାର। ସଶସ୍ତ୍ର ଗୋଷ୍ଠୀଙ୍କ ରୋଷର ଶିକାର ହୋଇଛନ୍ତି ନାରୀ। ଏକ ବର୍ଷର ଶିଶୁଙ୍କ ଠାରୁ ନେଇ ୭୫ ବର୍ଷୀୟା ମହିଳାଙ୍କୁ ଦିଆଯାଇଛି ନିର୍ଯାତନା। ସେହିପରି ଆଉ କିଛି କ୍ଷେତ୍ରରେ ମହିଳାଙ୍କୁ ଦୁଷ୍କର୍ମ ପରେ କରାଯାଇଛି ବିଭତ୍ସ ହତ୍ୟା। କାଙ୍ଗୋ ଓ ମିଆଁମାରରେ ଏଭଳି ମାମଲା ସବୁଠୁ ଅଧିକା। ଜାତିସଙ୍ଘର ତାଜା ରିପୋର୍ଟରୁ ଚାଞ୍ଚଲ୍ୟକର ଖୁଲାସା। ଉଦ୍‌ବେଗ ପ୍ରକାଶ କଲେ ମିଳିତ ଜାତିସଙ୍ଘ ମହାସଚିବ ଏଣ୍ଟୋନିୟୋ ଗୁଟେରେସ। ସେ କହିଛନ୍ତି, ଏହା ତ କେବଳ ଏକ ସରକାରୀ ସଂଖ୍ୟା। ହେଲେ ବାସ୍ତବ ଚିତ୍ର ତାଠାରୁ ଆହୁରି ଅଧିକ ଚିନ୍ତାଜନକ। ହମାସ୍ ସହ ୧୨ ଦେଶର ୬୩ ସଙ୍ଗଠନକୁ ବ୍ଲାକଲିଷ୍ଟ କରି ଦୃଢ ଚେତାବନୀ ଦେଇଛି ଜାତିସଙ୍ଘ। 

ରିପୋର୍ଟ କହୁଛି, ୨୦୨୪ରେ ମଧ୍ୟ ଆଫ୍ରିକା ଗଣରାଜ୍ୟରେ ୨୧୫ ମହିଳା, ୧୯୧ ଯୁବତୀ ଓ ୭ ଜଣ ପୁରୁଷଙ୍କୁ ଦିଆଯାଇଛି ଯୌନ ନିର୍ଯାତନା। ସେହିଭଳି କାଙ୍ଗୋରେ ସାମ୍ନାକୁ ଆସିଛି ୮୦୦ ମାମଲା। ସୁଡ଼ାନରେ ଏକ ବର୍ଷ ଭିତରେ ହୋଇଛି ୨୨୧ ଦୁଷ୍କର୍ମ। ଯୌନ ଉତ୍ପୀଡ଼ନାର ଶିକାର ହୋଇଛନ୍ତି ୧୪୭ ମହିଳା ଓ ୭୪ ପୁରୁଷ। ଏସବୁ ଭିତରେ ସବୁଠୁ ଚାଞ୍ଚଲ୍ୟକର ସତ ହେଉଛି ପୀଡ଼ିତଙ୍କ ଭିତରେ ୧୬ ପ୍ରତିଶତ ହେଉଛନ୍ତି ୫ ବର୍ଷରୁ କମ୍ ବୟସ୍କ। 

ସେପଟେ ଇସ୍ରାଏଲ୍ ଓ ଋଷ ବିରୋଧରେ ବି ଆସିଛି ସାଙ୍ଘାତିକ ଅଭିଯୋଗ। ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଜେଲରେ ବନ୍ଦୀ ଥିବା କଏଦୀ ଓ ମହିଳାଙ୍କୁ ଯୌନ ଶୋଷଣ କରୁଛନ୍ତି ଉଭୟ ଦେଶର ସେନା। ପ୍ରଥମ ଥର ପାଇଁ ଏଭଳି ରିପୋର୍ଟ ଜାରି କରି ଇସ୍ରାଏଲ୍ ଓ ଋଷକୁ ଚେତାବନୀ ଦେଇଛି UN। ଜାତିସଙ୍ଘ କହିଛି ଯେ, ଇସ୍ରାଏଲ୍ ଓ ଋଷ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆସିଛି। ଯଦି ଏହାକୁ ରୋକା ନଯାଏ ତାହେଲେ ୨୦୨୫ରେ ବ୍ଲାଇକଲିଷ୍ଟରେ ପଡ଼ିବେ ଦୁଇ ଦେଶ। ତେବେ UNର ଏହି ରିପୋର୍ଟକୁ ଇସ୍ରାଏଲ୍ ପକ୍ଷପାତତା କହିଥିବା ବେଳେ ଏନେଇ କୌଣସି ଟିପ୍ପଣୀ ଦେଇନି ଋଷ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.