ଇସଲାମାବାଦ : ଅସିମ ମୁନିରଙ୍କ କ୍ଷମତା ବୃଦ୍ଧିରେ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନାର ଶିକାର। ଏହାକୁ ନେଇ ଜାତିସଂଘ ଭତ୍ସନା କରିବା ପରେ , ଏବେ ପାକିସ୍ତାନ ସଫେଇ ଦେବା ଆରମ୍ଭ କରିଛି। ଜେନିଭା ସ୍ଥିତ ଶୁକ୍ରବାର ଜାରି ଏକ ବିବୃତ୍ତିରେ ମାନବାଧିକାର ପ୍ରମୁଖ ଭୋଲକର ତୁର୍କ କହିଛନ୍ତି ଯେ, ଗତ ବର୍ଷର ୨୬ତମ ସଂଶୋଧନ ପରି ନବୀନତମ ସମ୍ୱିଧାନିକ ସଂଶୋଧନକୁ ମଧ୍ୟ ଆଇନଗତ ସଂପ୍ରଦାୟ ଓ ନାଗରିକ ସମାଜ ସହ ବ୍ୟାପକ ପରାମର୍ଶ ଓ ଆଲୋଚନା ବିନା ଆପଣା ଯାଇଛି। ସେ କହିଛନ୍ତି ଯେ, ତରବରିଆ ଭାବେ କରାଯାଇ ଥିବା ସଂଶୋଧନ ଗୁଡ଼ିକରେ ନ୍ୟାୟିକ ସ୍ୱାଧୀନତାକୁ ଦୁର୍ବଳ କରିଛି ଏବଂ ସାମରିକ ଦାୟିତ୍ୱକୁ ନେଇ ଚିନ୍ତା ସୃଷ୍ଟି ହୋଇଛି।
କଣ କହିଛି ପାକିସ୍ତାନ –
ଏବେ ପାକିସ୍ତାନ ଏହା ଉପରେ ସଫେଇ ଦେଇଛି। ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, ସବୁ ସଂସଦୀୟ ଗଣତନ୍ତ୍ର ପରି , ସମସ୍ତ ଆଇନ ଓ ସମ୍ୱିଧାନରେ କିଛି ବି ସଂଶୋଧନ ପାକିସ୍ତାନର ଜନତାଙ୍କ ଦ୍ୱାରା ଚୟନ କରାଯାଇ ଥିବା ପ୍ରତିନିଧିଙ୍କ ଅଧିକାର କ୍ଷେତ୍ରରେ ଅଛି। ବିବୃତ୍ତିରେ କୁହାଯାଇଛି ଯେ, ଯଦିଓ ପାକିସ୍ତାନ ମାନବାଧିକର ହାଇକମିଶନରଙ୍କ କାର୍ଯ୍ୟକୁ ଉଚିତ୍ ମହତ୍ତ୍ୱ ଦେଉଛି , କିନ୍ତୁ ଏହା ଦୁଃଖଦ ଯେ, ଜାରି କରାଯାଇ ଥିବା ବିବୃତ୍ତି ଗ୍ରାଉଣ୍ଡର ବାସ୍ତବତାକୁ ପ୍ରତିଫଳିତ କରୁନାହିଁ।
ପାକିସ୍ତାନ ପକ୍ଷରୁ ଜାରି ବିବୃତ୍ତିରେ ଆହୁରି କୁହାଯାଇଛି, ସମ୍ୱିଧାନରେ ନିହିତ ଥିବା ମାନବାଧିକାର, ମାନବୀୟ ସମ୍ମାନ,ମୌଳିକ ସ୍ୱାଧୀନତା ଓ ଆଇନର ଶାସନର ସୁରକ୍ଷା , ଏହାକୁ ଜାରି ରଖିବା ପାଇଁ ସଂପୂର୍ଣ୍ଣ ରୂପେ ପ୍ରତିବଦ୍ଧ ।
ଚଳିତ ମାସର ଆରମ୍ଭରେ , ପାକିସ୍ତାନର ସିନେଟ୍ ଓ ନ୍ୟାସନାଲ ଆସେମ୍ୱଲିରେ ମିଳିତ ସଂସଦୀୟ କମିଟି ୨୭ତମ ସମ୍ୱିଧାନ ସଂଶୋଧନ ବିଧେୟକକୁ ଅନୁମୋଦନ ଦେଇଥିଲା। ବିରୋଧୀ ଅଭିଯୋଗ କରିଥିଲେ ଯେ, ସରକାର ସୁପ୍ରିମକୋର୍ଟ ପାଇଁ ବିପଦର ସଙ୍କେତ ହେଉଛନ୍ତି।