ଏମିତି ବି ଆସେ ମୃତ୍ୟୁ; ବିବାହ ଉତ୍ସବରେ ନାଚୁ ନାଚୁ ଟଳି ପଡିଲେ ବ୍ୟକ୍ତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ ୨୮/୦୫ : ମୃତ୍ୟୁ କେତେବେଳେ ଆସେ ତାହା କିଏ ବା ଜାଣିଛି। ଯିଏ ଜନ୍ମ ନେଇଛି ଦିନେ ନା ଦିନେ ତାର ମୃତ୍ୟୁ ନିଶ୍ଚିତ। କିନ୍ତୁ କିଏ କେବେ ଓ କିପରି ମରିବ ତାହା ପୂର୍ବରୁ ସ୍ଥିର ଥାଏ। ବେଳେବେଳେ କିଛି ଲୋକଙ୍କର ଏପରି ଯନ୍ତ୍ରଣାଦାୟକ ମୃତ୍ୟୁ ଆସେ, ଯାହାକୁ ସେ କେବେ କଳ୍ପନା କରିନଥିବେ। ସେହି ପରି, ଆଉ କିଛି ଲୋକ ହଠାତ୍ ଏହି ଦୁନିଆକୁ ହସି ଖେଳି ବିଦାୟ ଦେଇ ଦିଅନ୍ତି। ଯାହା ଆଖିରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ । ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।
ଭିଡିଓରେ ଦେଖାଯାଇଛି, ବିବାହ ଫଂକ୍ସନ୍ ଚାଲିଛି ଏବଂ ଡ୍ୟାନ୍ସ ଫ୍ଲୋରରେ କିଛି ଲୋକ ନାଚୁଛନ୍ତି। କିଛି ମହିଳା ଏବଂ ଜଣେ ବୟସ୍କ ବ୍ୟକ୍ତି ଡ୍ୟାନ୍ସ ଫ୍ଲୋରରେ ନାଚୁଥିବା ଦେଖିବାକୁ ମିଳିଛି। ବ୍ୟକ୍ତି ଜଣଙ୍କ ମସ୍ତି ମୁଡ୍ରେ ରାଜେଶ ଖାନ୍ନାଙ୍କ ଗୀତ ‘ବଦନ ପେ ସୀତାରେ ଲାପେଟେ ହୁ’ରେ ନାଚୁଛନ୍ତି। କିଛି ସମୟ ନାଚୁ ନାଚୁ ହଠାତ୍ ବ୍ୟକ୍ତି ହୃଦଘାତରେ ଆକ୍ରାନ୍ତ ହୋଇ ତଳେ ପଡ଼ିଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ ଏହିପରି ଭାବରେ ବିବାହର ସୁଖମୟ ପରିବେଶ ଶୋକରେ ପରିଣତ ହୋଇଯାଇଛି।
ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, ଏହିପରି ହସି ଖେଳି ଦୁନିଆକୁ ବିଦାୟ ଦେବା ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଥାଏ। ଅନ୍ୟ ଜଣେ ଲେଖିଛନ୍ତି, ଯାହା ଘଟିଲା ତାହା ଅତ୍ୟନ୍ତ ଖରାପ। ଅଙ୍କଲ କେତେ ଏଞ୍ଜଏ କରୁଥିଲେ।