ପ୍ରମୂଖ ଖବର
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୧୯ବର୍ଷରୁ କମ୍‌ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇଲା ନାଇଜେରିଆ

Published By : Prameya | January 21, 2025 12:55 PM

କୁଚିଙ୍ଗ୍‌, ୨୧/୦୧:  ମାଲେସିଆରେ ଚାଲିଥିବା ୧୯ବର୍ଷରୁ  କମ୍‌ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ  ଆଜି ନାଇଜେରିଆ ବଡ଼ ବିପର୍ଯ୍ୟୟ ଘଟାଇଛି । ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ  ଦଳ ୨ରନ୍‌ରେ ଆଇସିସିର ପୂର୍ଣ୍ଣ ସଦସ୍ୟ  ଦେଶ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା ।  

ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ ୧୩ ଓଭର  ବିଶିଷ୍ଟ ଖେଳାଯାଇଥିଲା । ବ୍ୟାଟିଂ ଆମନ୍ତ୍ରଣ  ପାଇ ନାଇଜେରିଆ ୬ ୱିକେଟ୍‌ ହରାଇ  ୬୫ରନ୍‌ କରିଥିଲା । ଲିଲିଆନ ଉଡେହ ୧୮, ଲକି ପିଟି ୧୯ରନ୍‌ କରିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ୬ ୱିକେଟ୍‌  ବିନିମୟରେ ୬୩ ରନ୍‌ କରିବାକୁ ସକ୍ଷମ  ହୋଇଥିଲା । ୧୨ ଓଭର ଶେଷ ସୁଦ୍ଧା  ନ୍ୟୁଜିଲାଣ୍ଡ ୫/୫୭ରନ୍‌ ସଂଗ୍ରହ କରି  ସାରିଥିଲା । ଅନ୍ତିମ ଓଭରରେ ବିଜୟ  ପାଇଁ ୯ରନ୍‌ ଆବଶ୍ୟକ କରୁଥିଲା ।  ନାଇଜେରିଆ ପକ୍ଷରୁ ଉଡେହ ଏହି ଓଭର  ବୋଲିଂ କରିଥିଲେ ଏବଂ ୬ରନ୍‌ ଦେଇ  ଗୋଟିଏ ୱିକେଟ୍‌ ନେବା ସହ ଦଳକୁ  ଐତିହାସିକ ବିଜୟ ଭେଟି ଦେଇଥିଲେ ।  ସେ ୩ଓଭରରେ ମାତ୍ର ୮ରନ୍‌ ବ୍ୟୟ  କରି ଗୋଟିଏ ୱିକେଟ୍‌ ନେଇଥିଲେ । 

ଅନ୍ୟ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ  ଅଷ୍ଟ୍ରେଲିଆ ୨ ୱିକେଟ୍‌ରେ ବାଂଲାଦେଶକୁ,  ସ୍କଟଲାଣ୍ଡ ୧ ୱିକେଟ୍‌ରେ ନେପାଳକୁ ହରାଇ  ଥିବାବେଳେ ଗ୍ରୁପ୍‌-ବି’ରେ ୟୁଏସ୍‌ଏ ୯  ୱିକେଟ୍‌ରେ ଆୟର୍ଲାଣ୍ଡକୁ, ଇଂଲଣ୍ଡ ୬  ୱିକେଟ୍‌ରେ ପାକିସ୍ତାନକୁ ଏବଂ ଗ୍ରୁପ୍‌-ସି’ରେ ଦକ୍ଷିଣ ଆଫ୍ରିକା ୧୦ ୱିକେଟ୍‌ରେ ସାମୁଆକୁ ପରାଜିତ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.